Ancient Tribal Traditions: ଆଜିର ବିଜ୍ଞାନ ଯୁଗରେ ମଧ୍ୟ ବଞ୍ଚି ରହିଛି ପୁରୁଣା ପରମ୍ପରା। ଯାହାର ସଦ୍ୟତମ ଉଦାହରଣ କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ଦେଖିବାକୁ ମିଳିଛି।
Trending Photos
Old Tradition in Modern Days: ନିରୋଜ ଶତପଥୀ- ଆଧୁନିକ ଯୁଗରେ ମଧ୍ୟ ବଞ୍ଚି ରହିଛି ପୁରାତନ ପରମ୍ପରା। ଗ୍ରାମାଞ୍ଚଳର ଆଦିବାସୀ ଲୋକେ କୌଣସି ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ସମାଧାନ ପାଇଁ ଡାକ୍ତର ବଦଳରେ ନିଜ ପରମ୍ପରା ଉପରେ ଅଧିକ ବିଶ୍ୱାସ କରିଥାନ୍ତି। ଏପରି କିଛି ଦୃଶ୍ୟ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତର ଆରଜୁବାଳସା ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଛୋଟ ପିଲାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉ ନ ଥିବାରୁ ପରିବାର ଲୋକେ ମେଡିକାଲ ନେବା ବଦଳରେ ରାସ୍ତା କଡ଼ରେ ପୂଜା ପାଠ କରି ଦେବାଦେବୀଙ୍କୁ ସନ୍ତୁଷ୍ଟ କରି କୃପା ପାଇବା ଉପରେ ଅଧିକ ବିଶ୍ୱାସ ରହିଛି।
ଗାଁ ଠାରୁ ଅଳ୍ପ ଦୂରରେ ରାସ୍ତା କଡ଼ରେ ପୂଜାପାଠ କରିବା ପାଇଁ ମନସ୍ଥ କରି ସେଠାରେ ବିଭିନ୍ନ ଆକୃତିର ଜୀବ ଜନ୍ତୁଙ୍କ ମୂର୍ତ୍ତି ମାଟିରେ ତିଆରି କରିବା ସହିତ କାଠିରେ ଥାକ ଥାକ କରିବା ସହିତ ଉପର ଭାଗରେ ମାଟିର ଆକୃତି କରି ପୂଜାପାଠ କରିଥାନ୍ତି। ପୂଜାପାଠ କରିବା ପାଇଁ ଗୁରୁମାଈଙ୍କୁ ଡାକରା ଦିଆ ଯାଇଥାଏ। ଗୁରୁମାଈ ଆସିବା ପରେ ପୂଜାପାଠ ଆରମ୍ଭ ହୋଇଥାଏ। ଏଠାରେ ରହୁଥିବା କନ୍ଧ ସମ୍ପ୍ରଦାୟର ଲୋକଙ୍କ ଏହି ବିଶ୍ୱାସ ପିଢ଼ି ପରେ ପିଢ଼ି ରହି ଆସିଛି। ସେଥିପାଇଁ ସେମାନେ ଡାକ୍ତର କିମ୍ବା ମେଡିକାଲ ପରିବର୍ତ୍ତେ ସେମାନଙ୍କର ପରମ୍ପରା ଉପରେ ଅଧିକ ବିଶ୍ୱାସ ରହିଛି।
ଦେବାଦେବୀଙ୍କୁ ପୂଜାପାଠ କରିବା ସମୟରେ ବଳି ଦେବାପାଇଁ ରଖା ଯାଇଥିବା କୁକୁଡ଼ା, ଛେଳି ମଧ୍ୟ ସେହି ସ୍ଥାନରେ ପୂଜା କରାଯାଏ। କୁକୁଡ଼ାକୁ ମୁଣ୍ଡ ଉପରେ ରଖି ଦେବାଦେବୀଙ୍କ ଉପରକୁ ଏବଂ କୁକୁଡ଼ା ଉପରକୁ ଚାଉଳ ଫୋପାଡି ନିଜ ଭାଷାରେ ଦେବାଦେବୀଙ୍କୁ ପୂଜା କରିଥାଆନ୍ତି। ପରମ୍ପରାକୁ ଛାଡ଼ି ପାରିନାହାନ୍ତି ସେମାନେ। ଆଧୁନିକ ଯୁଗରେ ମେଡିକାଲ ବଦଳରେ ପରମ୍ପରା ଆଜିର ଦିନରେ ମଧ୍ୟ ସେମାନଙ୍କ ପାଇଁ ମୁଖ୍ୟ ହୋଇ ଏବେ ମଧ୍ୟ ରହିଛି। ସଚେତନତାର ଅଭାବ କାରଣରୁ ଅନେକ ଲୋକେ ପରମ୍ପରାକୁ ପାଥେୟ କରି ସ୍ଵାସ୍ଥ୍ୟ ସମସ୍ୟାରୁ ମୁକୁଳିବାକୁ ଚେଷ୍ଟା କରି ଶେଷରେ ବିଫଳ ହେଉଛନ୍ତି। ଆଉ ଶେଷରେ ମେଡ଼ିକାଲକୁ ନେଲା ବେଳକୁ ସବୁକିଛି ଶେଷ ହୋଇ ଯାଉଥିବା ଭଳି ଅନେକ ଘଟଣା ଘଟି ଚାଲିଛି।
ଆଦିବାସୀଙ୍କ ସଂସ୍କୃତି ଏବଂ ପରମ୍ପରା ନିଆରା। ହେଲେ ସଚେତନ ଆଦିବାସୀ ଆଧୁନିକ ଯୁଗ ସହ ତାଳ ଦେଇ ଆଗକୁ ବଢ଼ି ଚାଲିଥିବାବେଳେ, ଏବେ ମଧ୍ୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ପୁରୁଣା ପିଢ଼ି ସେମାନଙ୍କ ପରମ୍ପରାକୁ ନେଇ ଗର୍ବ କରିଥାନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା କଥା ଉଠିଲେ ପରମ୍ପରା ଅପେକ୍ଷା ମେଡିକାଲ ଶ୍ରେଷ୍ଠ ସ୍ଥାନ ହୋଇଥିଲେ ମଧ୍ୟ, ସେମାନେ ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଳି ଦେଇ ପୁରୁଣା ପ୍ରଥାକୁ ଆପଣେଇ ନେଇଛନ୍ତି। ଯାହାକି ଭବିଷ୍ୟତରେ ସ୍ଵାସ୍ଥ୍ୟଗତ ସମସ୍ୟା ଗୁରୁତର ଆକାର ଧାରଣ କରିପାରେ।
କୋରାପୁଟ ପଟାଙ୍ଗୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କୋଟିଆ ପଞ୍ଚାୟତର ଅଧିବାସୀ ହୋଇଥିବାବେଳେ, ଏହି ପରମ୍ପରାକୁ ବିଶ୍ୱାସର ପ୍ରତୀକ ବୋଲି କହିଛନ୍ତି। କନ୍ଧ ସମ୍ପ୍ରଦାୟର ଲୋକେ ଆଦିମ ଅଧିବାସୀ ଏବଂ ସେମାନେ ଶବର ସମ୍ପ୍ରଦାୟର ବୋଲି କହିବା ସହିତ ଦେବାଦେବୀଙ୍କ ଉପରେ ସେମାନଙ୍କ ଅଗାଢ ବିଶ୍ୱାସ ରହିଥିବା କହିଛନ୍ତି। ଛୋଟ ପିଲାଙ୍କୁ ରୋଗ ହେଲେ ଗାଁ ବାହାରେ ରାସ୍ତା କଡ଼ରେ ରହିଥିବା ଦେବାଦେବୀଙ୍କୁ ପୂଜା କରିଥାନ୍ତି।