ଗ୍ୟାଙ୍ଗଓ୍ୱାର ପରେ ଜେଲ୍‌ରେ ରେଡ୍, ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ଏସପି
Advertisement
Article Detail0/zeeodisha/odisha2396185

ଗ୍ୟାଙ୍ଗଓ୍ୱାର ପରେ ଜେଲ୍‌ରେ ରେଡ୍, ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ଏସପି

Police Raid: ଆଜି ଜେଲରେ କୁଖ୍ୟାତ ଅବରାଧୀ ବବୁଲ ମହାନନ୍ଦଙ୍କୁ ଅନ୍ୟ ଏକ ଗୋଷ୍ଠୀ ଆକ୍ରମଣ କରିଥବାର ଖବର ମିଳିଛି। 

ଗ୍ୟାଙ୍ଗଓ୍ୱାର ପରେ ଜେଲ୍‌ରେ ରେଡ୍, ସ୍ଥିତି ପରଖିଲେ ଜିଲ୍ଲାପାଳ ଓ ଏସପି

ବଲାଙ୍ଗୀର: ଜେଲ୍ ଭିତରେ ପୁଲିସର ଚଢ଼ଉ। ବଲାଙ୍ଗିର ଜିଲ୍ଲା କାରାଗାରରେ ଅଚାନକ ଚଢାଉ କରିଥିଲେ ଜିଲ୍ଲାପାଳ ଓ ଏସପି। ଜେଲ ଭିତରୁ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ଜବତ ହୋଇଛି। ଚଢାଉ ସମୟରେ ବିଡି, ସିଗାରେଟ, ଖଇନି ଆଦି ମାଦକ ସାମଗ୍ରୀ ଜବତ ହୋଇଛି। ତେବେ ଜେଲ ଭିତରକୁ ନିଶାଦ୍ରବ୍ୟ ଆସିବା ପଛରେ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଏପରି ଘଟଣା ପଛରେ ଜେଲ କର୍ମଚାରୀଙ୍କ ହାତଥିବା କହିଛନ୍ତି ଜେଲ୍ ଅଧୀକ୍ଷକ। ଦୁଇ ଦିନ ପୁର୍ବରୁ ଜେଲରେ କଏଦୀଙ୍କ ଭିତରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଆଉ ଆଜି ମାଦକ ଦ୍ରବ୍ୟ ମିଳିଛି । 

ସୂଚନା ଅନୁସାରେ ଆଜି ଜେଲରେ କୁଖ୍ୟାତ ଅବରାଧୀ ବବୁଲ ମହାନନ୍ଦଙ୍କୁ ଅନ୍ୟ ଏକ ଗୋଷ୍ଠୀ ଆକ୍ରମଣ କରିଥବାର ଖବର ମିଳିଛି। ଏନେଇ ବଲାଙ୍ଗିର ଜେଲର ସୁପରିଟେଣ୍ଡେଣ୍ଟ କହିଛନ୍ତି, ଆସାମୀମାନଙ୍କୁ ଚେକିଂ କରାଯାଇ ଭିତରକୁ ଛଡ଼ାଯାଉଛି। ଏହା ସତ୍ତ୍ୱେ ବି ଆସାମୀମାନେ ଲୁଚାଇକି ନିଶାଦ୍ରବ୍ୟ ଭିତରକୁ ନେଇଯାଉଛନ୍ତି।