Odisha News: ଅର୍ଥ ହଡ଼ପ ଅଭିଯୋଗ, ଦିବ୍ୟାଙ୍ଗ ପରିବାରକୁ ଦାଣ୍ଡରେ ଛିଡା କଲା ଆବାସ ଯୋଜନା
Advertisement
Article Detail0/zeeodisha/odisha2147961

Odisha News: ଅର୍ଥ ହଡ଼ପ ଅଭିଯୋଗ, ଦିବ୍ୟାଙ୍ଗ ପରିବାରକୁ ଦାଣ୍ଡରେ ଛିଡା କଲା ଆବାସ ଯୋଜନା

Odisha News: ଆବାସ ଯୋଜନା ଅର୍ଥ ନ ପାଇ ଅତି ଦୁଃଖରେ ଅଫିସର ଆଗରେ ଭୋ ଭୋ ହୋଇ କାନ୍ଦିଲେ ଜଣେ ଦିବ୍ୟାଙ୍ଗ ହିତାଧିକାରୀ ! ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବା ପରେ ଅର୍ଥ ନ ପାଇ ହିନସ୍ଥା ହେଉଛନ୍ତି ଗୋଟିଏ ଦିବ୍ୟାଙ୍ଗ ପରିବାର। ଘର ନିର୍ମାଣ କାମ ସାରିଥିବା ବେଳେ ଏ-ପର୍ଯ୍ୟନ୍ତ ହିତାଧିକାରୀଙ୍କ ଜମା ଖାତାକୁ ଆସୁ ନାହିଁ ଟଙ୍କା। 

Odisha News: ଅର୍ଥ ହଡ଼ପ ଅଭିଯୋଗ, ଦିବ୍ୟାଙ୍ଗ ପରିବାରକୁ ଦାଣ୍ଡରେ ଛିଡା କଲା ଆବାସ ଯୋଜନା

Odisha News: ଆବାସ ଯୋଜନା ଅର୍ଥ ନ ପାଇ ଅତି ଦୁଃଖରେ ଅଫିସର ଆଗରେ ଭୋ ଭୋ ହୋଇ କାନ୍ଦିଲେ ଜଣେ ଦିବ୍ୟାଙ୍ଗ ହିତାଧିକାରୀ ! ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବା ପରେ ଅର୍ଥ ନ ପାଇ ହିନସ୍ଥା ହେଉଛନ୍ତି ଗୋଟିଏ ଦିବ୍ୟାଙ୍ଗ ପରିବାର। ଘର ନିର୍ମାଣ କାମ ସାରିଥିବା ବେଳେ ଏ-ପର୍ଯ୍ୟନ୍ତ ହିତାଧିକାରୀଙ୍କ ଜମା ଖାତାକୁ ଆସୁ ନାହିଁ ଟଙ୍କା। ଏ ନେଇ ବାରମ୍ବାର ସରପଞ୍ଚ ଅଫିସ ଠୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ଦୌଡ଼ି ନୟାନ୍ତ ହେଲେଣି । ଶେଷରେ ତିନି ଚକିଆ ସାଇକେଲ ଯୋଗେ ପାଖାପାଖି 3 କି.ମି ଉର୍ଦ୍ଧ ରାସ୍ତା ଆସି ବ୍ଲକ ଅଫିସ ତଳେ ବସିଛନ୍ତି ଦିବ୍ୟାଙ୍ଗ ପରିବାର ।  ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକରେ ।

ସୂଚନାରୁ ପ୍ରକାଶ ଯେ, ଭୋଗରାଇ ବ୍ଳକ ମହେଶପୁର ପଞ୍ଚାୟତ ଅଧୀନ ରଇପୁର ଗାଁର କଳ୍ପନା ପଟ୍ଟନାୟକଙ୍କ ନିଜେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କର ସ୍ୱାମୀ ଅରବିନ୍ଦ ଓ ପୁଅ ବିଜୟା ନନ୍ଦ ମଧ୍ୟ ଦିବ୍ୟାଙ୍ଗ ଅଟନ୍ତି । ସରକାରଙ୍କ ପକ୍ଷରୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ୧୬/୬/୨୩ ମସିହାରେ କାର୍ଯ୍ୟାଦେଶ ମିଳିଥିଲା । କଳ୍ପନା ଦିବ୍ୟାଙ୍ଗ ହୋଇଥିବାରୁ ବିବାହିତା ନଣନ୍ଦ ଆରତୀ ଦାସଙ୍କ ଦ୍ୱାରା ଘର ନିର୍ମାଣ କରିଥିଲେ । ମାତ୍ର ଆବାସ ଅର୍ଥ କଳ୍ପନାଙ୍କ ଜମାଖାତାକୁ ନ ଆସିବାରୁ ଘର ନିର୍ମାଣ ପାଇଁ ଧାରରେ ଆସିଥିବା ସାମଗ୍ରୀର ଟଙ୍କା ସୁଜିପାରୁ ନ ଥିବା ଯୋଗୁ ଦୋକାନୀ ବାରମ୍ବାର ଦିବ୍ୟାଙ୍ଗ ପରିବାର ପାଖରେ ପହଞ୍ଚି ତାଗିଦ କରୁଛନ୍ତି। 

ଏବାବଦରେ ବ୍ଲକରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଲ ମିଳିନାହିଁ । ଏହାକୁ ନେଇ ଦୀର୍ଘ ୬ ମାସ ଧରି ଅଫିସର ମାନଙ୍କୁ ନେହୁରା ହେଉଥିଲେ ମଧ୍ୟ ଦିବ୍ୟାଙ୍ଗ ପରିବାର କଥା କେହି ଶୁଣୁନାହାନ୍ତି। ତେବେ କଳ୍ପନାଙ୍କ ଟଙ୍କା ଅନ୍ୟ କାହା ଖାତାକୁ ଚାଲିଯାଇଥିବା ଜଣା ପଡିବ ପରେ ଏହି ଅସହାୟ ପରିବାର ହତାଶ ହୋଇ ପଡିଛନ୍ତି । ପ୍ରକୃତରେ ଭୁଲ କାହାର ଆଉ ଏଠି ଦଣ୍ଡ ପାଉଛି କିଏ, ପରିବାର ଲୋକଙ୍କ କହିବା ଅନୁଯାଇ ଘର ନିର୍ମାଣ ପାଇଁ ୧୯.୦୬.୨୦୨୩ କାର୍ଯ୍ୟାଦେଶ ମିଳିଥିଲା ।

ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରି କଳ୍ପନା ପ୍ରଥମ କିସ୍ତି ଟଙ୍କା ୦୩.୦୭.୨୦୨୩ ରେ ଅନ୍ୟ ହିତାଧିକାରୀଙ୍କ ଖାତାକୁ ଯାଇଥିଲା । ଏହାକୁ ନେଇ ସେ ଭୋଗରାଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିବା ପରେ ପ୍ରଥମ କିସ୍ତି ଟଙ୍କା କଳ୍ପନାକୁ ହାତାହାତି ମିଳିଥିଲା । ମାତ୍ର ପରବର୍ତୀ ସମୟରେ ଅନ୍ୟ ଦୁଇଟି କିସ୍ତି ୬୫ ହଜାର ଓ ୧୫ ହଜାର ଟଙ୍କା ସେହି ଲୋକଙ୍କ ଜମାଖାତାକୁ ଚାଲି ଯାଇଛି । ୮୦ ହଜାର ଟଙ୍କାଙ୍କୁ ଉଠାଇ ଆଣି ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଦେବା ପାଇଁ ଜିଆରଏସ ଦିଲ୍ଲୀପ ରାଉତ କହି ଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରକୃତ ହିତାଧିକାରୀଙ୍କୁ ନିକଟରେ ଅର୍ଥ ପହଞ୍ଚି ନାହିଁ । ଅନ୍ୟପଟେ ଘର କାମ ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୁଇଟି କିସ୍ତିର ୮୦ ହଜାର ଓ ବୋନସ ଟଙ୍କା ୧୦ ହଜାର ମିଳିପାରିନାହିଁ । ଯାହାକୁ ନେଇ ପରିବାର ଲୋକେ ହଇରାଣ ହରକତ ହେଉଛନ୍ତି । ଏ-ସମ୍ପର୍କରେ ଭୋଗରାଇ ବିଡ଼ିଓ ଉମାକାନ୍ତ ପରିଡ଼ା କୌଣସି ପ୍ରତିକ୍ରିୟା ଦେବେ ନାହିଁ ବୋଲି ମନା କରିଛନ୍ତି। ପରେ ଏହି ସମସ୍ୟାକୁ ନେଇ ବ୍ଲକରେ ଆବାସ ଯୋଜନା ଦାୟିତ୍ୱ ରେ ଥିବା ବିପିଏ ଶର୍ମିଷ୍ଠା ଚକ୍ରବର୍ତ୍ତିଙ୍କୁ ପଚାରିବାରୁ ସେ ଟେନ୍ନିକାଲ ସମସ୍ୟା କହିଁ କଥାଟିକୁ ଏଡାଇ ଯାଇ ଥିଲେ । ଏକ୍ଷେତ୍ରରେ ହିତାଧିକାରୀଙ୍କୁ ନ୍ୟାୟ ଦେବ କିଏ ?