Advertisement
Article Detail0/zeeodisha/odisha2486296
Zee OdishaOdisha StateCyclone Dana Update: ମାଡି ଆସୁଛି ବାତ୍ୟା, ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ

Cyclone Dana Update: ମାଡି ଆସୁଛି ବାତ୍ୟା, ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ

Cyclone Dana Update: ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ ଜିଲ୍ଲା ର ପ୍ରସ୍ତୁତି ସଂପର୍କରେ ସୂଚନା ଦେବା ପରେ ଜିଲ୍ଲାର ପାରାଦ୍ଵୀପ ମ୍ୟୁନିସପାଲିଟି, କୁଜଙ୍ଗ, ଏରସମା, ବାଲିକୁଦା ଅଞ୍ଚଳ ରୁ ୮୫୦୦ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ବ୍ୟବସ୍ଥା ଥିବାବେଳେ ୫୧୪୩ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ସେଥି ମଧ୍ୟରୁ ୯୧ ଜଣ ଗର୍ଭବତୀ ମହିଳା ରହିଛନ୍ତି। ଆଶ୍ରୟ ସ୍ଥଳ ନିମନ୍ତେ ୧୫ ହଜାର ପାଣି ବୋତଲ ବ୍ୟବସ୍ଥା ରହିଛି।

Cyclone Dana Update: ମାଡି ଆସୁଛି ବାତ୍ୟା, ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ପ୍ରଶାସନ

Cyclone Dana Update: (ନାରାୟଣ ବେହେରା) ମାଡି ଆସୁଛି ବାତ୍ୟା। ଆଜି ରାତି ସୁଦ୍ଧା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରୀପ୍ରେକ୍ଷୀରେ ଆଜି ସମସ୍ତ ପ୍ରଭାବିତ ଜିଲ୍ଲାରେ ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଜଗତସିଂହପୁର ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ଥିବା ଲୋକମାନଙ୍କୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଉଛି। ଏହାସହ ଖାଲି ହୋଇଥିବା ଗ୍ରାମରେ ପୋଲିସ୍ ବାହିନୀ ଦ୍ବାରା ପାଟ୍ରୋଲିଂ ମଧ୍ୟ କଡାକଡି କରାଯାଇଛି।

 ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ ଜିଲ୍ଲା ର ପ୍ରସ୍ତୁତି ସଂପର୍କରେ ସୂଚନା ଦେବା ପରେ ଜିଲ୍ଲାର ପାରାଦ୍ଵୀପ ମ୍ୟୁନିସପାଲିଟି, କୁଜଙ୍ଗ, ଏରସମା, ବାଲିକୁଦା ଅଞ୍ଚଳ ରୁ ୮୫୦୦ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ବ୍ୟବସ୍ଥା ଥିବାବେଳେ ୫୧୪୩ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ସେଥି ମଧ୍ୟରୁ ୯୧ ଜଣ ଗର୍ଭବତୀ ମହିଳା ରହିଛନ୍ତି। ଆଶ୍ରୟ ସ୍ଥଳ ନିମନ୍ତେ ୧୫ ହଜାର ପାଣି ବୋତଲ ବ୍ୟବସ୍ଥା ରହିଛି।

 ଏହା ଛଡା ଗୋଟିଏ ମୋବାଇଲ ଟ୍ରିଟମେଣ୍ଟ ୟୁନିଟ,୨୯ ଟି ପାଣି ଟ୍ୟାଙ୍କ, ପ୍ରତ୍ୟେକ ବ୍ଲକ୍ ନିକଟ ରେ ଗୋଟିଏ ଜେ ସି ବି, ଆବଶ୍ୟକ ପରିମାଣରେ ଔଷଧ ସମସ୍ତ ପି ଏଚ ସି, ସି ଏଚ୍ ସି ପାଖରେ ମହଜୁଦ ଅଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ସେହିପରି ପାରାଦୀପ ରେ ଥିବା ସ୍କୁଲ, କଲେଜ ଓ ବାତ୍ୟା ଆଶ୍ରୟସ୍ଥଳୀ ଖୋଲା ରଖା ଯାଇଥିବା ବେଳେ ବାତ୍ୟା ଦାନା ପ୍ରଭାବରେ ବର୍ଷା ଲାଗି ରହିଛି। ତଳିଆ ଅଞ୍ଚଳ ତଥା ଷଣ୍ଢକୁଦ ଅଞ୍ଚଳର ଲୋକେ ବାତ୍ୟା ଆଶ୍ରୟ ସ୍ଥଳୀରେ ରହିବା ଆରମ୍ଭ କରି ଦିଆ ଯାଇଥିବା ବେଳେ ପ୍ରଶାସନ ତରଫରୁ ସମସ୍ତଙ୍କୁ ସୁଖିଲା ଖାଦ୍ୟ ପାନୀୟ ଜଳ ଯୋଗାଇ ଦିଆ ଯାଇଛି ବୋଲି ସ୍ଥାନୀୟ ପାରିଷଦ ପ୍ରକାଶ କରିଛନ୍ତି।

Add Zee News as a Preferred Source
About the Author