ପୁରୀ: ଆଜି ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିବା ବେଳେ ଶେଷ ହୋଇଛି । ଆଗାମୀ ଜୁଲାଇ ୬ତାରିଖ ଦିନ ସକାଳ ଧୂପ ନୀତି ପରେ ରଥ ଖଳାକୁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ କରାଯିବ । ସେହିପରି ଜୁଲାଇ ୭ତାରିଖ ରଥଯାତ୍ରା ଦିନ ଅପରାହ୍ନ ୫ଟା ମଧ୍ୟରେ ରଥ ଟଣା ନୀତି କରାଯିବାକୁ ନୀତି ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି । ଏ ନେଇ ଗତକାଲି  ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଥିବା ବେଳେ ରଥଯାତ୍ରା ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳିକୁ ଆଜି ଶ୍ରୀମନ୍ଦିର ପରିଚଳାନ କମିଟି ଅନୁମୋଦନ କରିଛି । 


COMMERCIAL BREAK
SCROLL TO CONTINUE READING

ତେବେ ଏହି ସମସ୍ତ ଦିନର ନୀତି ନିର୍ଘଣ୍ଟ ନେଇ ବୈଠକରେ ଆଲୋଚନା ପରେ ଅନୁମୋଦିତ ହୋଇଥିଲା । ୧୯୭୧ମସିହାରେ ହୋଇଥିବା ରଥଯାତ୍ରା ଦିନର ନୀତି ନିର୍ଘଣ୍ଟ ଅନୁସାରେ ଚଳିତ ବର୍ଷ ନୀତିନିର୍ଘଣ୍ଟ କରାଯାଇଥିବା ଜଣାପଡିଛି । ଶୃଙ୍ଖଳିତ ରଥଯାତ୍ରା ସମାପନ ନେଇ ଆଜିର ବୈଠକରେ ଆଲୋଚନା ହୋଇଥିବାବେଳେ ମହାପ୍ରଭୁଙ୍କ କୃପାରୁ ଆଗାମୀ ରଥଯାତ୍ରା ସୁ ପରିଚାଳନା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ସେହିପରି ଶ୍ରୀମନ୍ଦିରରେ ଥିବା ସମସ୍ତ ପୁରୁଣା ରେକର୍ଡ ଗୁଡିକର ସରଂକ୍ଷଣ ନେଇ ଡିଜିଟାଇଜସନ କରାଯିବାକୁ ଆଜି ବୈଠକରେ ନିଷ୍ପତି ନିଆଯାଇଥିବା ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ପ୍ରଦାନ କରିଛନ୍ତି।


Also Read- Guru Gochar: ବାସ୍ ଆଉ ଏତିକି ସମୟ ବାକି, ବଦଳିଯିବ ୪ ରାଶିର ଭାଗ୍ୟ


Also Read- Budh Guru Grah Gochar 2024: କୃତିକା ନକ୍ଷତ୍ରରେ ୨ଗ୍ରହଙ୍କ ସଂଯୋଗ, ୫ଟି ରାଶିକୁ ଫାଇଦା