Guru Gochar: ବାସ୍ ଆଉ ଏତିକି ସମୟ ବାକି, ବଦଳିଯିବ ୪ ରାଶିର ଭାଗ୍ୟ
Advertisement
Article Detail0/zeeodisha/odisha2307595

Guru Gochar: ବାସ୍ ଆଉ ଏତିକି ସମୟ ବାକି, ବଦଳିଯିବ ୪ ରାଶିର ଭାଗ୍ୟ

Guru Gochar 2025: ଆସନ୍ତା ବର୍ଷ ବୃହସ୍ପତି ରାଶି ପରିବର୍ତ୍ତନ କରି ମିଥୁନରେ ଚଳନ କରିବେ । ଯାହା କିଛି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଉଭୟ ସକରାତ୍ମକ ଏବଂ ନକରାତ୍ମକ ପ୍ରଭାବ ପକାଇବ । କିନ୍ତୁ ୪ଟି ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ ।

Guru Gochar: ବାସ୍ ଆଉ ଏତିକି ସମୟ ବାକି, ବଦଳିଯିବ ୪ ରାଶିର ଭାଗ୍ୟ

Guru Gochar 2025: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦେବଗୁରୁ ବୃହସ୍ପତିଙ୍କୁ ଧନ, ଦାନ ଏବଂ ଜ୍ଞାନର କାରଣ ବୋଲି ବିବେଚନା କରାଯାଏ । ଯଦି ବୃହସ୍ପତିଙ୍କ ସ୍ଥାନ ମଜବୁତ ତେବେ ବ୍ୟକ୍ତି କେବଳ ବୁଦ୍ଧିମାନ ହୁଏ ତାହା ନୁହେଁ ବରଂ ଜୀବନରେ ଉଚ୍ଚ ପଦବୀ ମଧ୍ୟ ହାସଲ କରିଥାଏ । ଦେବଗୁରୁ ବୃହସ୍ପତିଙ୍କ ଅନୁଗ୍ରହରେ ବ୍ୟକ୍ତି ସମସ୍ତ ଶୁଭ କାର୍ଯ୍ୟରେ ସଫଳତା ପାଇଥାଏ । ବୃହସ୍ପତିଙ୍କ ପ୍ରଭାବରୁ ଅବିବାହିତଙ୍କ ବିବାହ ଯୋଗ ଫିଟିଥାଏ । ବର୍ତ୍ତମାନ ବୃହସ୍ପତି ବୃଷ ରାଶିରେ ଅବସ୍ଥିତ ଅଛନ୍ତି । ଆସନ୍ତା ବର୍ଷ ବୃହସ୍ପତି ରାଶି ପରିବର୍ତ୍ତନ କରି ମିଥୁନରେ ଚଳନ କରିବେ । ଯାହା କିଛି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଉଭୟ ସକରାତ୍ମକ ଏବଂ ନକରାତ୍ମକ ପ୍ରଭାବ ପକାଇବ । କିନ୍ତୁ ୪ଟି ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ ।

ବୃହସ୍ପତି ଚଳନ
ଜ୍ୟୋତିଷଙ୍କ ଅନୁଯାୟୀ, ବର୍ତ୍ତମାନ ଦେବଗୁରୁ ବୃହସ୍ପତି ବୃଷ ରାଶିରେ ଅଛନ୍ତି । ଦେବଗୁରୁ ବୃହସ୍ପତି ଏହି ରାଶିରେ ୧୩ ମଇ ୨୦୨୫ ପର୍ଯ୍ୟନ୍ତ ଉପସ୍ଥିତ ରହିବେ । ଏହାପରେ ତଥା ୧୪ ମଇରେ ବୃଷ ରାଶିରୁ ମିଥୁନ ରାଶିକୁ ଚଳନ କରିବେ । ମେ ୧୪ ତାରିଖ ରାତି ୧୦ଟା ୩୬ ରେ ଦେବଗୁରୁ ବୃହସ୍ପତି ମିଥୁନ ରାଶିରେ ଚଳନ କରିବେ । ବୃହସ୍ପତିଙ୍କ ରାଶି ପରିବର୍ତ୍ତନର ପ୍ରଭାବରେ କେଉଁ ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ।

ବୃଷ ରାଶି
ବୃହସ୍ପତିଙ୍କ ରାଶି ପରିବର୍ତ୍ତନ କାରଣରୁ ବୃଷ ରାଶିର ବ୍ୟକ୍ତିମାନେ ଅଧିକ ଲାଭ ପାଇବେ । ବୃହସ୍ପତି ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଧନ ଘରେ ରହିବେ । ବୃହସ୍ପତିଙ୍କ ରାଶି ପରିବର୍ତ୍ତନ କାରଣରୁ କ୍ୟାରିୟରରେ ସକରାତ୍ମକ ପରିବର୍ତ୍ତନ ହୋଇଥାଏ । ବ୍ୟବସାୟ ବୃଦ୍ଧି ପାଇବା ସହ ଆଶାଠାରୁ ଅଧିକ ଧନ ଲାଭ କରିବେ ।

ସିଂହ ରାଶି
ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଦ୍ୱାରା ଆପଣ ଉପକୃତ ହେବେ । ରାଶି ପରିବର୍ତ୍ତନ ସମୟରେ ଦେବଗୁରୁ ବୃହସ୍ପତି ଆୟ ଘରେ ରହିବେ । ପ୍ରଭାବରେ ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ଏହି ସମୟ ମଧ୍ୟରେ ବିନିଯୋଗ କଲେ ଅଧିକ ଲାଭ ମିଳିବ । ସମ୍ପତ୍ତି କ୍ଷେତ୍ରରେ ବିନିଯୋଗ ଆପଣଙ୍କୁ ଶୁଭଫଳ ଦେବ ।

କନ୍ୟା ରାଶି
ମିଥୁନ ରାଶିରେ ବୃହସ୍ପତିଙ୍କ ଚଳନ ସମୟରେ ଆପଣଙ୍କୁ ଲାଭ ମିଳିବ । କ୍ୟାରିଅର୍ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ । ବ୍ୟବସାୟ ସହିତ ଜଡିତ ବ୍ୟକ୍ତିଙ୍କର ଭଲ ଲାଭ ହେବ । ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ମିଳିବ ।

ତୁଳା ରାଶି
ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ପ୍ରଭାବରୁ ଆପଣଙ୍କ ଭାଗ୍ୟ ବଦଳିପାରେ । ଏହି ଚଳନ ସମୟରେ ବୃହସ୍ପତି ଆପଣଙ୍କ ଭାଗ୍ୟ ଘରେ ରହିବେ । ଭାଗ୍ୟ ଆପଣଙ୍କ ସପକ୍ଷରେ ଯିବ । ଅଧିକ ଧନ ଅର୍ଜନର ସମ୍ଭାବନା ରହିଛି । ଉଭୟ ଚାକିରି ଏବଂ ବ୍ୟବସାୟରେ ଶୁଭ ଫଳାଫଳ ମିଳିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Budh Guru Grah Gochar 2024: କୃତିକା ନକ୍ଷତ୍ରରେ ୨ଗ୍ରହଙ୍କ ସଂଯୋଗ, ୫ଟି ରାଶିକୁ ଫାଇଦା