Puri News: ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ
Advertisement
Article Detail0/zeeodisha/odisha1964352

Puri News: ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ

Puri News: ଦିର୍ଘ ଦିନର ଦାବି ପୁରଣ ହେବାକୁ ଯାଉଛି । କାହିଁକିନା ଆଜିଠୁ ଆରମ୍ଭ ହେବାକୁ ଯାଇଛି ଶ୍ରୀମନ୍ଦିର ନାଟମଣ୍ଡପ( Srimandir Natamandapa Repair Work) ମରାମତି କାର୍ଯ୍ୟ। ବିମ୍ ରେ ଫାଟ ଥିବାରୁ ଏଏସଆଇ Survey of India (ASI)ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। 

Puri News: ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ

Puri News: ଦିର୍ଘ ଦିନର ଦାବି ପୁରଣ ହେବାକୁ ଯାଉଛି । କାହିଁକିନା ଆଜିଠୁ ଆରମ୍ଭ ହେବାକୁ ଯାଇଛି ଶ୍ରୀମନ୍ଦିର ନାଟମଣ୍ଡପ( Srimandir Natamandapa Repair Work) ମରାମତି କାର୍ଯ୍ୟ। ବିମ୍ ରେ ଫାଟ ଥିବାରୁ ଏଏସଆଇ Survey of India (ASI)ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ଗରୁଡ଼ସ୍ତମ୍ଭର ମରାମତି କାମ ଆରମ୍ଭ ହେବ ବୋଲି ଜଣାପଡିଛି। ମରମତି କାର୍ଯ୍ୟ ପୂର୍ବରୁ ଲୁହା ଭାରା ବନ୍ଧା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ଚାଲିବ।  ୧୨୦ ଭିତରେ ମରାମତି କାର୍ଯ୍ୟ ଶେଷ କରିବାକୁ ହାଇକୋର୍ଟଙ୍କ (High court) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏବଂ କାର୍ତ୍ତିକ ମାସ (Kartika month) ଶେଷ ହେଲେ ପୂର୍ଣ୍ଣ ସମୟ ମରାମତି କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି  ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ରଞ୍ଜନ ଦାସ ( ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ରଞ୍ଜନ ଦାସ( Ranjan Kumar Das, Chief Administrator of Shree Jagannath temple Administration (SJTA) in Puri)

Also Read: LaccMI Bus: ରାୟଗଡାବାସୀଙ୍କୁ ନୂଆବର୍ଷ ଭେଟି; ଏହି ଦିନଠୁ ଜିଲ୍ଲାରେ ଗଡି଼ବ 'ଲକ୍ଷ୍ମୀ ବସ୍'

ହାଇକୋର୍ଟଙ୍କ (High Court) ନିର୍ଦ୍ଦେଶ ପରେ ଏଏସଆଇ (ASI) ପକ୍ଷରୁ ନାଟମଣ୍ଡପ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନଙ୍କୁ ଚିଠି ଲେଖାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି (ଗୁରୁବାର) ଅପରାହ୍ଣରେ ଶ୍ରୀମନ୍ଦିର ପ୍ରଶାସନ  (Shree Jagannath temple Administration) ଓ ଏଏସଆଇ (ASI)ଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ଏହି ବୈଠକରେ ସେବାୟତ, ଏଏସ୍‍ଆଇ ଅଧିକାରୀ ଏବଂ ବିଶେଷଜ୍ଞ ଦଳ ଯୋଗ ଦେଇଥିଲେ। ବୈଠକରେ ନାଟମଣ୍ଡପ ମରାମତି ନେଇ ନିଷ୍ପତ୍ତି ହୋଇଥିଲା। ପରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏନେଇ ସୂଚନା ପ୍ରଦାନ କରିଛନ୍ତି। 

ସେ କହିଛନ୍ତି ଯେ,  ନାଟମଣ୍ଡପ ମରାମତି ସମୟରେ ଭକ୍ତ ଏବଂ ସେବାୟତଙ୍କ ସୁରକ୍ଷାକୁ ମଧ୍ୟ ଧ୍ୟାନ ଦିଆଯାଇଛି। କାର୍ତ୍ତିକ ମାସ ଲାଗି ବିଶେଷ ନୀତି ଓ ଶ୍ରଦ୍ଧାଳୁଙ୍କ ଭିଡ ରହୁଥିବାରୁ  ପ୍ରତି ଦିନ ୬ ଘଣ୍ଟା କାମ କରିବାରେ ସମସ୍ୟା ଦେଖାଦେଇପାରେ। ତେଣୁ ଅସୁବିଧାକୁ ପରିଲକ୍ଷିତ କରି ସେମାନେ କାମ କରିବେ।  କାର୍ତ୍ତିକ ନୀତି ସରିବା ପରେ କାମକୁ ଜୋରଦାର କରାଯିବ। ବୁଧବାର, ହାଇକୋର୍ଟ ନାଟ ମଣ୍ଡପ ସମ୍ପର୍କରେ ଶୁଣାଣି କରି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାକୁ ତାଗିଦ କରିଥିଲେ। ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ ସହ ପ୍ରତି ୧୫ ଦିନରେ ଥରେ ଅଦାଲତଙ୍କୁ ମରାମତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦେବାକୁ ଆମିକସ୍‍ କ୍ୟୁରି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୪ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।