Patidian Puja at Srimandir: ସ୍ନାନ ଯାତ୍ରାରେ ୧୦୮ ଗରା ଜଳରେ ସ୍ନାନ ପରେ ଦାରୁ ଦିଅଁ ଏବେ ଜ୍ଵରରେ ପୀଡ଼ିତ ହୋଇଛନ୍ତି। ମନୁଷ୍ୟ ଯେଭଳି ଅତ୍ୟଧିକ ସ୍ନାନ କଲେ ଜ୍ୱରରେ ଆକ୍ରାନ୍ତ ହୋଇଥାଏ ମହାପ୍ରଭୁ ମଧ୍ଯ ଜ୍ଵରରେ ଆକ୍ରାନ୍ତ ହୋଇଛନ୍ତି। ଜ୍ୱରରେ ଆକ୍ରାନ୍ତ ଦାରୁ ଦିଅଁଙ୍କ ଉପଚାର ପାଇଁ ଅଣସର ପିଣ୍ଡିରେ ଠାକୁରଙ୍କୁ ଅବସ୍ଥାନ କରାଯାଇଛି। ମହାପ୍ରଭୁଙ୍କୁ ଦଇତାପତି ସେବକ ଏହି ଉପଚାର ଆରମ୍ଭ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ମହାପ୍ରଭୁଙ୍କ ଏହି ଉପଚାର ବିଧି ୧୫ ଦିନ ଧରି ଚାଲିବ। ଏହାକୁ ମହାପ୍ରଭୁଙ୍କ ଅଣସର ନୀତି କୁହାଯାଏ। ସେପଟେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଅନୁପସ୍ଥିତରେ ମହାପ୍ରଭୁ ଚଳନ୍ତି ପ୍ରତିମା ସହ ପଟି ଦିଅଁ ପୂଜା ପାଇଥାନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ଅନନ୍ତ ନାରାୟଣ, ପ୍ରଭୁ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଦେବୀ ଭୁବନେଶ୍ଵରୀଙ୍କୁ ପୂଜା କରାଯାଏ। ଏହି ଅଣସର ୧୫ ଦିନ ଶ୍ରୀ ବିଗ୍ରହଙ୍କ ବଦଳରେ ପଟି ଦିଅଁ ଶ୍ରୀ ମନ୍ଦିରରେ ପୂଜା ପାଇବେ। ଶ୍ରୀ ମନ୍ଦିରରେ ଯେଭଳି ଦୈନିକ ନୀତିକାନ୍ତି ହୋଇଥାଏ ସେହି ନୀତି ପଟି ଦିଅଁଙ୍କ ଠାରେ ହୋଇଥାଏ।


Also Read: Snana Yatra 2023: ଦିନକ ପରେ ସ୍ନାନ ଯାତ୍ରା , ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି


 


ସେପଟେ ଅଣସରର ପ୍ରଥମ ଦିନରେ ଦଇତା ପତି ସେବକ ଅସୁସ୍ଥ ମହାପ୍ରଭୁଙ୍କ ଉପଚାର ଏବଂ ସ୍ଵତନ୍ତ୍ର ଗୁପ୍ତ ପୂଜା ବିଧି ଆରମ୍ଭ କରିଛନ୍ତି। ରବିବାର ଭୋର ସମୟରେ ମହାପ୍ରଭୁଙ୍କୁ ଅଣସର ପିଣ୍ଡିରେ ବିଜେ କରାଯିବା ମହାପ୍ରଭୁଙ୍କ ସୁବର୍ଣ୍ଣ ଚିତା, ରାହୁ ରେଖା ଉଲାଗି ହୋଇଛି। ପରମ୍ପରା ଅନୁଯାୟୀ ସୋମବାର ମଧ୍ୟାହ୍ନ ଧୂପ ପରେ ଅଣସର ଦ୍ଵାର ଖୋଲିଥିଲା। ଦଇତା ପତି ସେବକ ଅଣସର ଘରେ ପ୍ରବେଶ କରି ମହାପ୍ରଭୁ ଗୁପ୍ତ ଉପଚାର ଏବଂ ପୂଜା ବିଧି ଆରମ୍ଭ ଯାଇଛନ୍ତି। ଏହି ଅଣସର ନୀତି ସମୟରେ ମହାପ୍ରଭୁଙ୍କ ଠାରେ ଚକଟା ଭୋଗ, ଫଳ ଭୋଗ ଲାଗି ହୋଇଥାଏ। ଶ୍ଵେତ ପୁଷ୍ପ ଲାଗି ହୋଇଥାଏ। ତୁଳସୀ ଲାଗି ହୋଇ ନ ଥାଏ। 


Also Read: Snana Yatra 2023: ଆସନ୍ତାକାଲି ସ୍ନାନଯାତ୍ରା, ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ


 


ପରମ୍ପରା ଅନୁଯାୟୀ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଅଣସର ସମୟରେ ଶ୍ରୀ ମନ୍ଦିର ଭିତରେ କୌଣସି ଘଣ୍ଟ ଅବା ଗୀତ ବୋଲାଯାଏ ନାହିଁ। ଶୂନ ଶାନ୍ ମନ୍ଦିରକୁ ରଖାଯାଏ। ଅଣସର ୧୫ ଦିନ ପର୍ଯ୍ୟାୟ କ୍ରମେ ବିଭିନ୍ନ ଗୁପ୍ତ ନୀତି ହୋଇଥାଏ। ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ବିଜେ ପରେ ଓଦା ଲୁଗା ଉଲାଗୀ ସହ ପରମ୍ପରା ଅନୁଯାୟୀ ବିଶେଷ ଦିନରେ ଫୁଲୁରିତେଲ ଲାଗି, ଔଷ ଲାଗି, ଚକା ବିଜେ, ଚନ୍ଦନ ଲାଗି ଏବଂ ଘଣା ଲାଗି ନୀତି ହୋଇଥାଏ। ମହାପ୍ରଭୁଙ୍କ ସ୍ଥାନରେ ପୂଜା ପାଉଥିବା ପଟି ଦିଅଁଙ୍କ ସହ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ମଦନ ମୋହନ, ଲକ୍ଷ୍ମୀ, ସରସ୍ଵତୀ, ରାମକୃଷ୍ଣ ନୃସିହ ଭଗବାନଙ୍କୁ ପୂଜା କରାଯାଏ।