Srimandir Ratna Bhandar: ପୁଣି ତେଜିବାରେ ଲାଗିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମଣତି-ଗଣତି ସହ ମରାମତି ପ୍ରସଙ୍ଗ
Advertisement
Article Detail0/zeeodisha/odisha2153609

Srimandir Ratna Bhandar: ପୁଣି ତେଜିବାରେ ଲାଗିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମଣତି-ଗଣତି ସହ ମରାମତି ପ୍ରସଙ୍ଗ

Srimandir Ratna Bhandar Restoration: ପୁନର୍ବାର ତେଜିବାରେ ଲାଗିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମଣତି ଗଣତି ସହ ମରାମତି ପ୍ରସଙ୍ଗ।

 Srimandir Ratna Bhandar: ପୁଣି ତେଜିବାରେ ଲାଗିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ମଣତି-ଗଣତି ସହ ମରାମତି ପ୍ରସଙ୍ଗ

Srimandir Ratna Bhandar Door Issue: ପୁଣି ତେଜିଲା ରତ୍ନଭଣ୍ଡାର ମଣତି ଗଣତି ମରାମତି ପ୍ରସଙ୍ଗ। ରତ୍ନ ଭଣ୍ଡାରର ଗୋଟିଏ ନୁହେଁ ବରଂ ଦୁଇଟି ଦ୍ୱାର ରହିଛି ବୋଲି କହି ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର। ଗତ ୨୦୧୮ ବର୍ଷରେ ରତ୍ନଭଣ୍ଡାର ଖୋଲିବାକୁ ଯାଇଥିବା ବେଳେ ସେ ଦେଖିଛନ୍ତି। ନୀତି ସହ ସଂଶ୍ଳିଷ୍ଟ ଗୋଟିଏ ଦ୍ୱାର ଜଗମୋହନ ନିକଟରେ ରହିଥିବା ବେଳେ ଅନ୍ଯ ଦ୍ୱାର ଘଣ୍ଟିଦ୍ୱାର ନିକଟରେ ରହିଛି। ଘଣ୍ଟିଦ୍ୱାର ନିକଟରେ ରହିଥିବା ଦ୍ୱାର ଅଳଙ୍କାର ରଖିବା ସହ କାଢିବା ପାଇଁ ରହିଛି। ବାହାର ରତ୍ନଭଣ୍ଡାରରେ ଅଧିକ ଅଳଙ୍କାର ରହିଛି। ଭିତର ରତ୍ନଭଣ୍ଡାରରେ କମ୍ ସ୍ୱର୍ଣ୍ଣାଳଙ୍କାର ରହିଛି। ଭିତର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ରଘୁନାଥ ବେଶର ଅଳଙ୍କାର ରହିଛି। 

ଆଗରୁ ରତ୍ନଭଣ୍ଡାର କେବଳ ରାଜାଙ୍କ ବ୍ଯକ୍ତିଗତ ଭଣ୍ଡାର ରହିଥିଲା। ଯାହା ହୀରା ନୀଳା ମୋତି ମାଣିକ୍ଯ ସୁନା ରୂପା ପାଉଥିଲେ ତାହାକୁ ଏଠାରେ ରଖୁଥିଲେ। ସରକାର ନିଜ ହାତକୁ ନେଇଯିବା ପରେ ତାଲିକା ଅନୁସାରେ ରଖାଯାଉଛି। ମହାପ୍ରଭୁଙ୍କ ଅଳଙ୍କାର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି। ମହାପ୍ରଭୁଙ୍କ କୌଣସି ଅଳଙ୍କାର ମେଘନାଦ ପାଚେରୀ ବାହାରକୁ ଯାଇନାହିଁ। ଯିଏ ନେବ ମହାପ୍ରଭୁ ଛାଡିବେ ନାହିଁ। ଥରେ ଜଣେ ମହାପ୍ରଭୁଙ୍କ ଜିଭଚିରା ନେଇଥିଲା। ମାତ୍ର କିଛି ସମୟ ପରେ ସେହି ବ୍ଯକ୍ତିଙ୍କ ମୃତ୍ୟୁ ହୋଇଥିଲା। ରତ୍ନଭଣ୍ଡାର ମଣତି ଗଣତି ପାଇଁ ଜଷ୍ଟିସ ଅରଜିତ ପଶାୟତଙ୍କୁ ନେଇ ଯେଉଁ କମିଟି ଗଠନ ହୋଇଛି ସେ ନିଶ୍ଚିତ ଏହା ଉପରୁ ପରଦା ହଟାଇବେ। 

ହେଲେ ରଥଯାତ୍ରା ବେଳେ ଏକ ସମୟରେ ଗଣତି ମଣତି ମରାମତି ସମ୍ଭବ ନୁହେଁ। ମେ ମାସରେ ବାହାର ରତ୍ନଭଣ୍ଡାର ଖୋଲି ଆକଳନ ସାରିଦିଅନ୍ତୁ। ଏହା ପରେ ରଥଯାତ୍ରା ସମୟରେ ଭିତର ରତ୍ନଭଣ୍ଡାର ଖୋଲି ଆକଳନ ସହ ମରାମତି କରିବା ପାଇଁ ପରାମର୍ଶ ଦେଇଛନ୍ତି ବରିଷ୍ଠ ସେବାୟତ। ସେପଟେ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ କାରଣରୁ ରତ୍ନଭଣ୍ଡାର ଖୋଲିବା ସମ୍ଭବ ହେଉନାହିଁ। ବାରମ୍ବାର ସମୟ ଗଡାଇ ଗଡାଇ ଚାଲିଛନ୍ତି। ହାଇକୋର୍ଟ ନିର୍ଦ୍ଦେଶ ସତ୍ତ୍ଵେ ରତ୍ନ ଭଣ୍ଡାର ଖୋଲିବା ବିଳମ୍ବ ହେଉଥିବା କହିଛନ୍ତି ବୁଦ୍ଧିଜୀବୀ।