Advertisement
Article Detail0/zeeodisha/odisha2057445
Zee OdishaOdisha StateMemu Train: ଆଜିଠାରୁ ନୀଳଗିରିକୁ ଗଡ଼ିବ ମେମୁ ପାସେଞ୍ଜର ଟ୍ରେନ

Memu Train: ଆଜିଠାରୁ ନୀଳଗିରିକୁ ଗଡ଼ିବ ମେମୁ ପାସେଞ୍ଜର ଟ୍ରେନ

ଭୁବନେଶ୍ୱର: ସ୍ୱାଧୀନତାର ୭୬ ବର୍ଷ ପରେ ବାଲେଶ୍ୱର ନୀଳଗିରିକୁ ଗଡ଼ିବ ପ୍ରଥମ ପାସେଞ୍ଜର ଟ୍ରେନ। ଏହି ମେମୁ ପାସେଞ୍ଜର ଟ୍ରେନ ଗଡ଼ିବା ସହିତ ନୀଳଗିରି ବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି। ଦୁଇ ଦିନିଆ ଗସ୍ତରେ ଆସି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସି ଏହି ରେଳସେବାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହି ସେବାର ଶୁଭାରମ୍ଭ କରିବା ସହିତ

Memu Train: ଆଜିଠାରୁ ନୀଳଗିରିକୁ ଗଡ଼ିବ ମେମୁ ପାସେଞ୍ଜର ଟ୍ରେନ

Memu Train: ଭୁବନେଶ୍ୱର: ସ୍ୱାଧୀନତାର ୭୬ ବର୍ଷ ପରେ ବାଲେଶ୍ୱର ନୀଳଗିରିକୁ ଗଡ଼ିବ ପ୍ରଥମ ପାସେଞ୍ଜର ଟ୍ରେନ। ଏହି ମେମୁ ପାସେଞ୍ଜର ଟ୍ରେନ ଗଡ଼ିବା ସହିତ ନୀଳଗିରି ବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି। ଦୁଇ ଦିନିଆ ଗସ୍ତରେ ଆସି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସି ଏହି ରେଳସେବାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହି ସେବାର ଶୁଭାରମ୍ଭ କରିବା ସହିତ ନୀଳଗିରିବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ କରିବାକୁ ଯାଉଛନ୍ତି।  

ପୂରଣ ହେବ ଦୀର୍ଘ ଦିନର ଦାବି 
ବ୍ରିଟିଶ ଯୁଗରେ ଇଷ୍ଟ ଇଣ୍ଡିଆ କମ୍ପାନୀ କୋଲକାତା ଠାରୁ ବାଲେଶ୍ୱର ଦେଇ ନୀଳଗିରିରେ ଏକ ରେଳ ଲାଇନ ସ୍ଥାପନ କରିଥିଲା। କାରଣ ସେହି ସମୟରେ ବ୍ରିଟିଶ ସରକାର ସମଗ୍ର ଦେଶରେ ରେଳ ଲାଇନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ନୀଳଗିରିରୁ ପର୍ବତ ଭାଙ୍ଗି ସେଠାରୁ ପଥର ସଂଗ୍ରହ କରି ଦେଶର ବିଭିନ୍ନ ସ୍ଥାନକୁ ପଠାଉଥିଲେ। ସେମାନେ ନୀଳଗିରି ପଥର ବ୍ୟବହାର କରୁଥିଲେ। କିନ୍ତୁ ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ଲୋକମାନଙ୍କଠାରୁ ଚାହିଦା ଥିଲା ଯେ ନୀଳଗିରିରେ ଏକ ଯାତ୍ରୀବାହୀ ଟ୍ରେନ୍ ଚାଲିବା ଉଚିତ୍। ଏଥିପାଇଁ ସ୍ଥାନୀୟ ଲୋକ ବାରମ୍ବାର ଦାବି ସହିତ ଆନ୍ଦୋଳନ କରିଆସୁଥିଲେ। ତଥାପି ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିପାରି ନଥିଲା।

୧୩ ଜାନୁଆରୀରୁ ପୂରଣ ହେବ ସ୍ୱପ୍ନ
ଚଳିତ ମାସ ୧୩ ତାରିଖରୁ ନୀଳଗିରିବାସୀଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଗୋପିନାଥପୁର ନୀଳଗିରି ରେଲୱେ ଷ୍ଟେସନକୁ ସଜାଇ ପ୍ରସ୍ତୁତ କରିଦିଆଯାଇଛି। ପ୍ରତ୍ୟେକ ଦିନ ବାଲେଶ୍ୱରରୁ ନୀଳଗିରିକୁ ତିନିଥର ପାସେଞ୍ଜର ଟ୍ରେନ ଚଳାଚଳ କରିବା ନେଇ ସୂଚନା ରହିଛି। ଏଥିରେ ଲୋକମାନଙ୍କ ଯାତ୍ରା ସୁଗମ ହେବା ସହିତ ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ସୁଧାର ଆସିପାରିବ। ପରବର୍ତ୍ତି ସମୟରେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଠାରୁ କୋଲକାତା ଏବଂ ଭୁବନେଶ୍ୱରକୁ ରେଳପଥ ସଂଯୋଗ ହେବ। ବାଲେଶ୍ୱରକୁ ଦୁଇ ଦିନିଆ ଗସ୍ତର ଆସି ଜାନୁଆରୀ ୧୩ ତାରିଖରେ ରେଳ ମନ୍ତ୍ରୀ ସକାଳ ୮ଟାରେ ରେମୁଣାରେ ଅବସ୍ଥିତ ଖିରଚୋରା ଗୋପୀନାଥଙ୍କ ଦର୍ଶନ କରିବେ। ଏହା ସହିତ ଏହି ରେଳସେବାର ଶୁଭାରମ୍ଭ କରିବା ସହିତ ରେମୁଣାରେ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେବେ।

Add Zee News as a Preferred Source

ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ
ଗୋପୀନାଥପୁର ନୀଳଗିରି ରେଳ ଷ୍ଟେସନରେ ମଧ୍ୟାହ୍ନ ୧୨ଟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ନୀଳଗିରିରେ ଜଗନ୍ନାଥଙ୍କ ଦର୍ଶନ କରିବେ। ଅପରାହ୍ନ ୩ଟାରେ ସେ ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ‘ଟେଲିକମ୍’ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ଏଠାରେ ବେତନଟି ରେଳ ଷ୍ଟେସନର ବିକାଶ କାର୍ଯ୍ୟକ୍ରମର ଶିଳାନ୍ୟାସ କରିବେ। ଏଠାରୁ ସେ ସିଧାସଳଖ ବାଲେଶ୍ୱରକୁ ଫେରି ରାତିରେ ବିଶ୍ରାମ ନେବେ। ଜାନୁଆରୀ ୧୪ରେ ଅଶ୍ୱିନ ବୈଷ୍ଣବ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ବାଲେଶ୍ୱରରେ ଅବସ୍ଥିତ AIIMS ସାଟେଲାଇଟ୍ କେନ୍ଦ୍ର ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି।

About the Author