ନୟାଗଡ଼ରେ ହେଉଛି ରାମମନ୍ଦିର, ଅଯୋଧ୍ୟା ସହିତ ରହିଛି କି ସମ୍ପର୍କ
Advertisement
Article Detail0/zeeodisha/odisha2068803

ନୟାଗଡ଼ରେ ହେଉଛି ରାମମନ୍ଦିର, ଅଯୋଧ୍ୟା ସହିତ ରହିଛି କି ସମ୍ପର୍କ

ଆସନ୍ତା ୨୨ ତାରିଖରେ ମନ୍ଦିର ପ୍ରତିଷ୍ଠା ସହିତ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଛି। ରାଜଧାନୀ ଭୁବନେଶ୍ୱରଠାରୁ ୬୨ କିଲୋମିଟର ଦୂରରେ ନିର୍ମିତ ହୋଇଥିବା ଏହି ମନ୍ଦିର ଉଚ୍ଚତା ହେଉଛି ୧୬୫ ଫୁଟ୍। ଏହି ମନ୍ଦିର ବଉଳମାଳ ପଥରରେ ନିର୍ମିତ ହୋଇଛି । ଏହି ମନ୍ଦିର ନିର୍ମାଣ କରିବାକୁ ପ୍ରାୟ ୪ ବର୍ଷ ସମୟ ଲାଗିଥିବା ନେଇ ମନ୍ଦିରର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ନୟାଗଡ଼ରେ ହେଉଛି ରାମମନ୍ଦିର, ଅଯୋଧ୍ୟା ସହିତ ରହିଛି କି ସମ୍ପର୍କ

Ram Temple: ନୟାଗଡ଼: ତମାମ ଦେଶ ଏବେ ରାମମୟ। ଆସନ୍ତା ୨୨ ତାରିଖରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ। ସମାନ୍ତରାଳ ଭାବେ ନୟାଗଡ଼ର ଫତେଗଡ଼ରେ ପ୍ରତିଷ୍ଠା ହେବାକୁ ଯାଉଛି ରାମ ମନ୍ଦିର। ଏଥିପାଇଁ ପ୍ରସ୍ତୁତି ଜୋରଦାର ଜାରି ରହିଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ କରକମଳରେ ପ୍ରତିଷ୍ଠା କରାଯିବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ପ୍ରତିଷ୍ଠା ଯଜ୍ଞର ପୂର୍ଣ୍ଣାହୂତି ଦେବେ। ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଏହି ସମାରୋହରେ ସାମିଲ ହେବେ। 

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ପାଇଁ ଆସନ୍ତା କାଲି ଅର୍ଥାତ ଜାନୁଆରୀ ୨୧ ତାରିଖରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଯିବ। ମନ୍ଦିରର ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଦିନ ୧୧ଟାରେ ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଧର୍ମସଭା ଅନୁଷ୍ଠିତ ହେବ। ଏହାର ପରଦିନ ଅର୍ଥାତ ୨୨ ତାରିଖ ପ୍ରାଣ ପ୍ରତିଷ୍ଠା ଦିନ ବଡ଼ି ସକାଳୁ ନୀତିକାନ୍ତି ଆରମ୍ଭ ହୋଇଯିବ। ସୂର୍ଯ୍ୟପୂଜା, ଦେବତା ପୂଜା, ଆହୁତି, ଆଳତୀ ଆଦି ନୀତିକାନ୍ତି ଶେଷ ହେବ। ଏହା ସହିତ ୨୪ ତାରିକରେ ମହାରାଜ ଗଜପତି ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ କରିବା ହେବେ। 

ଫତେଗଡ଼ ଗାଁ ପାହାଡ଼ ଉପରେ ନିର୍ମାଣ କରାଯାଇଛି ଏହି ଭବ୍ୟ ମନ୍ଦିର। କୁହାଯାଏ ଦୀର୍ଘ ବର୍ଷ ଧରି ଏଠାରେ ପ୍ରଭୁ ଗୋବର୍ଦ୍ଧନ ପୂଜା ପାଇ ଆସୁଥିଲେ। ତେବେ ମହାପ୍ରଭୁଙ୍କ ନବକଳେବର ପାଇଁ ୨୦୧୨ ମସିହାରେ ଏଠାରୁ ସୁଦର୍ଶନଙ୍କ ବିଗ୍ରହ ପାଇଁ ଗଛ ସଂଗ୍ରହ କରାଯାଇଥିଲା। ଏହାକୁ ସ୍ମରଣୀୟ ରଖିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସ୍ଥାନୀୟ ଗ୍ରାମବାସୀଙ୍କ ଉଦ୍ୟମରେ ଶ୍ରୀରାମ ସେବା ପରିଷଦ ନାଁରେ ଏକ କମିଠି ଗଠନ କରାଯାଇଥିଲା। କମିଟିର ସଭାପତି ଭାବେ ଯୁବନେତା ବେଣୁଧର ପ୍ରଧାନ ଦାୟିତ୍ୱ ନେଲା ପରେ ପର୍ବତ ଶିଖରରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ବେଣୁଧରଙ୍କ ଏହି ସ୍ୱପ୍ନ ଏବେ ଧିରେଧିରେ ବାସ୍ତବ ରୂପ ନେବା ଆରମ୍ଭ କରିଥିଲା। ଏହା ସହିତ ଆସନ୍ତା ୨୨ ତାରିଖରେ ମନ୍ଦିର ପ୍ରତିଷ୍ଠା ସହିତ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଛି। ରାଜଧାନୀ ଭୁବନେଶ୍ୱରଠାରୁ ୬୨ କିଲୋମିଟର ଦୂରରେ ନିର୍ମିତ ହୋଇଥିବା ଏହି ମନ୍ଦିର ଉଚ୍ଚତା ହେଉଛି ୧୬୫ ଫୁଟ୍। ଏହି ମନ୍ଦିର ବଉଳମାଳ ପଥରରେ ନିର୍ମିତ ହୋଇଛି । ଏହି ମନ୍ଦିର ନିର୍ମାଣ କରିବାକୁ ପ୍ରାୟ ୪ ବର୍ଷ ସମୟ ଲାଗିଥିବା ନେଇ ମନ୍ଦିରର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।