Rathayatra 2024: ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ
Advertisement
Article Detail0/zeeodisha/odisha2307958

Rathayatra 2024: ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ଚଳିତବର୍ଷ ମହାପ୍ରଭୁଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ସହିତ ରଥଯାତ୍ରା ଗୋଟିଏ ଦିନରେ ପଡୁଛି। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ନବଯୌବନ ଦର୍ଶନ ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇଛି ।

Rathayatra 2024: ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ପୁରୀ: ଚଳିତଥର ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏଥିସହ ପହଣ୍ଡି ଟିକେଟ ବନ୍ଦ ରହିବ । ଚଳିତବର୍ଷ ମହାପ୍ରଭୁଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ସହିତ ରଥଯାତ୍ରା ଗୋଟିଏ ଦିନରେ ପଡୁଛି। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ନବଯୌବନ ଦର୍ଶନ ବନ୍ଦ କରିବା ନେଇ ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ୧୯୭୧ ମସିହାରେ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ହୋଇଥିଲା ଚଳିତଥର ମଧ୍ୟ ଠିକ ସେହିପରି ଭାବେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ଜୁଲାଇ ୭ ତାରିଖ ଦିନ ଅପରାହ୍ମ ୫ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ । ମହାପ୍ରଭୁଙ୍କ ପହଣ୍ଡି ୧ଟା ୧୦ରେ ଆରମ୍ଭ ହୋଇ ୨ଟା୩୦ରେ ଶେଷ ହେବ । ଜୁଲାଇ ୬ ତାରିଖ ଦିନ ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥ ଖଳାକୁ ଆଜ୍ଞାମାଳ ବିଜେ ହେବ ।  ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବା ପାଇଁ ନବଯୌବନ ଦର୍ଶନ ବାରଣ କରାଯିବା ସହ ଶ୍ରୀମନ୍ଦିରର ଭିତରକୁ ଭକ୍ତଙ୍କ ପ୍ରବେଶ ମନା କରାଯାଇଛି । ରଥଯାତ୍ରା ଦିନ ୩ଦିଅଁଙ୍କ ପହଣ୍ଡି ଶେଷ ହେବା ପରେ ଶ୍ରଦ୍ଧାଳୁ ଦିଅଁଙ୍କୁ ଦର୍ଶନ କରିପାରିବେ । ସଠିକ୍ ସମୟରେ ନୀତିକାନ୍ତି କରିବା ନିମନ୍ତେ ସେବାୟତମାନଙ୍କୁ କୁହାଯାଇଛି ।

ଅନ୍ୟପଟେ, ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ବଡ଼ ଦାଣ୍ଡକୁ ଗାଡି ଚଳାଚଳ ବାରଣ କରାଯିବା ସହ ଟ୍ରାଫିକ୍ ନିୟନ୍ତ୍ରଣ କିପରି ସୁଚାରୁ ରୂପେ ହୋଇପାରିବ ସେନେଇ ପ୍ରସ୍ତୁତି ହୋଇଛି ବୋଲି ସୂଚନା ମିଳିଛି ।

Also Read- ସହରାଞ୍ଚଳ ଲୋକଙ୍କୁ ଉତ୍ତମ ସେବା ଯୋଗାଣ ପାଇଁ ଟିମ୍‍ ୱାର୍କ ଉପରେ ବିଭାଗୀୟ ମନ୍ତ୍ରୀଙ୍କ ଗୁରୁତ୍ୱ

Also Read- ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ