ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା! ଟ୍ରକ ଧକ୍କାରେ ସ୍ବାମୀ ମୃତ ଓ ସ୍ତ୍ରୀ ଗୁରୁତର, ସେପଟେ ଜୀଅନ୍ତା ଜଳିଗଲେ ଡ୍ରାଇଭର
Advertisement
Article Detail0/zeeodisha/odisha1796544

ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା! ଟ୍ରକ ଧକ୍କାରେ ସ୍ବାମୀ ମୃତ ଓ ସ୍ତ୍ରୀ ଗୁରୁତର, ସେପଟେ ଜୀଅନ୍ତା ଜଳିଗଲେ ଡ୍ରାଇଭର

Road Accident: କୋଇଲା ବୋଝେଇ ଟ୍ରକ ଓ ୪୦୭ ଗାଡ଼ି ମଧ୍ଯରେ ଦୁର୍ଘଟଣା ପରେ ଜିଅନ୍ତା ଜଳିଗଲେ ଡ୍ରାଇଭର । ବାଘପାଲି ଗାଁର ଏହି ଦମ୍ପତି ଏକ ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ । ସୋମାନେ ସିଆଲତଜୁରି ନିକଟରେ ପହଁଞ୍ଚିଥିବା ବେଳେ ଏକ ଘରୋଇ ବସଟି ପଛପଟୁ ବାଇକକୁ ଧକ୍କା ଦେଇଥିଲା । 

ସୌ(ସୋସିଆଲ ମିଡିଆ)

Road Accident in Odisha: କୋଇଲା ବୋଝେଇ ଟ୍ରକ ଓ ୪୦୭ ଗାଡ଼ି ମଧ୍ଯରେ ଦୁର୍ଘଟଣା (Accident) ପରେ ଜିଅନ୍ତା ଜଳିଗଲେ ଡ୍ରାଇଭର । ଜମନକିରା ଥାନା ୫୩ ନଂ ଜାତୀୟ ରାଜପଥରେ ଘଟିଛି ଏହି ଛାତିଥରା ଦୁର୍ଘଟଣା । ସୂଚନା ଅନୁଯାୟୀ, ୫୩ ନଂ ଜାତୀୟ ରାଜପଥରେ କୋଇଲା ବୋଝେଇ ଟ୍ରକ ଓ ୪୦୭ ଗାଡ଼ି ମଧ୍ଯରେ ଦୁର୍ଘଟଣା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୪୦୭ ଗାଡ଼ିର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ହେଲପର ଗୁରୁତର ହୋଇଥିଲେ । ହେଲପରଙ୍କୁ ଉଦ୍ଧାର କରାଯାଇ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ମୃତ ଡ୍ରାଇଭରଙ୍କ କୌଣସି ପରିଚୟ ମିଳିପାରିନାହିଁ । ଦୁର୍ଘଟଣା ପରେ କୋଇଲା ବୋଝେଇ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଦୁର୍ଘଟଣା ଖବର ପାଇବା ପରେ ଅଗ୍ନିଶମ ବାହାନୀ ଘଟଣାସ୍ଥଳରରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛି ।

ସେପଟେ, ଆଜି ସିଆଲତଜୁରି ନିକଟରେ ଘଟିଛି ଏକ ଦୁର୍ଘଟଣା । ଏକ ବାଇକକୁ ବସଟି ପଛପଟୁ ଧକ୍କା ଦେଇଥିବା ଫଳରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ବାଘପାଲି ଗାଁର ଦୁଃଶାସନ ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ବାଘପାଲି ଗାଁର ଏହି ଦମ୍ପତି ଏକ ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ । ସୋମାନେ ସିଆଲତଜୁରି ନିକଟରେ ପହଁଞ୍ଚିଥିବା ବେଳେ ଏକ ଘରୋଇ ବସଟି ପଛପଟୁ ବାଇକକୁ ଧକ୍କା ଦେଇଥିଲା । ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା (Veer Surendra Sai Institute of Medical Sciences And Research) ସ୍ଥାନାନ୍ତର କରାଯାଇଥିଲା । ବୁର୍ଲା (Burla hospital) ଯିବା ବାଟରେ ଦୁଃଶାସନଙ୍କ ମୃତ୍ୟୁ ହୋଇଥିଲା । ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ସୋନପୁର (Sonpur police) ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

Aslo Read- ଆଜି ବନକଲାଗି ନୀତି କରିବାକୁ ଦତ୍ତମହାପାତ୍ର ନିଯୋଗଙ୍କୁ ନିର୍ଦ୍ଦେଶ, ବିଭ୍ରାଟ ହେଲେ...

ଅନ୍ୟପଟେ, ଭୁବନେଶ୍ବର ମଞ୍ଚେଶ୍ବର ଫାଣ୍ତି ଛକରେ (Mancheswar Police Station) ଘଟିଛି ଏକ ଦୁର୍ଘଟଣା । ୫୦ ଫୁଟ ହାଇମାକ୍ସ ଲାଇଟ ପୋଲକୁ ଟ୍ରକଟି ଧକ୍କା ଦେବାରୁ ପୋଲଟି ଉପୁଡି ପଡ଼ିଥିଲା କିନ୍ତୁ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛି ଶତାଧିକ ଲୋକଙ୍କ ଜୀବନ । ସୂଚନା ଅନୁଯାୟୀ, ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ମଞ୍ଚେଶ୍ବର ଫାଣ୍ତି ନିକଟରେ ଥିବା ଏକ ହାଇମାକ୍ସ ଲାଇଟ୍ (Hi max light) ପୋଲକୁ ଧକ୍କା ଦେଇଥିଲା । ଫଳରେ ପୋଲଟି ଉପୁଡି ପଡ଼ିଥିଲା ।  ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି କ୍ରେନ୍ ସାହାଯ୍ୟରେ ଲାଇଟ୍ ପୋଲକୁ କାଢିଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଥାନା ନେଇ ପଚରାଉଚରା ଜାରି ରଖିଛି ପୋଲିସ । ଅନ୍ୟପଟେ ରାଜଧାନୀ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଛି ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୱାନ ୱ ରାସ୍ତାରେ ଦୁଇ ବାଇକ ମୁହାଁମୁହଁ ଧକ୍କା ହୋଇଛି । ଏହି ଦୁର୍ଘଟଣା ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

Also Read-Weather Update: ଆଜି ୫ ଜିଲ୍ଲାରେ ଛେଚିବ ବର୍ଷା, ସର୍ତକ କଲା ପାଣିପାଗ ବିଭାଗ