ଧୋଇଗଲା ପାଣ୍ଡିଆବିଲି ଅସ୍ଥାୟୀ ନଦୀ ରାସ୍ତା, ଯାତାୟତ ରାସ୍ତାରେ ୩୦ଫୁଟ୍ ଘାଇ, ଯୋଗାଯୋଗ ବିଛିନ୍ନ
Advertisement
Article Detail0/zeeodisha/odisha2363688

ଧୋଇଗଲା ପାଣ୍ଡିଆବିଲି ଅସ୍ଥାୟୀ ନଦୀ ରାସ୍ତା, ଯାତାୟତ ରାସ୍ତାରେ ୩୦ଫୁଟ୍ ଘାଇ, ଯୋଗାଯୋଗ ବିଛିନ୍ନ

Flood situation: ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅସ୍ଥାୟୀ ରାସ୍ତାଟି ଭାଙ୍ଗିଯାଇ ଥିଲେ ମଧ୍ୟ ସରକାରୀ ଓ ବେସରକାରୀ ସ୍ତରରେ କେହି ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।

ଧୋଇଗଲା ପାଣ୍ଡିଆବିଲି ଅସ୍ଥାୟୀ ନଦୀ ରାସ୍ତା, ଯାତାୟତ ରାସ୍ତାରେ ୩୦ଫୁଟ୍ ଘାଇ, ଯୋଗାଯୋଗ ବିଛିନ୍ନ

ଭୁବନେଶ୍ଵର : ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ପଞ୍ଚାୟତ ପାଣ୍ଡିଆବିଲିକୁ ଏକମାତ୍ର ଯାତାୟାତ ଅସ୍ଥାୟୀ ନଦୀ ରାସ୍ତାଟି ବନ୍ୟାଜଳରେ ଧୋଇ ଯାଇଛି। ରାଜୁଆ ଓ ଦୟାନଦୀର ସଙ୍ଗମସ୍ଥଳରେ ଅବସ୍ଥିତ ପାଣ୍ଡିଆବିଲି ଅସ୍ଥାୟୀ ରାସ୍ତାଟି ଗତକାଲି ବିଳମ୍ବିତ ରାତିରେ ବନ୍ୟାଜଳରେ ଭାସିଯାଇ ୩୦ଫୁଟ୍ ରୁ ଉର୍ଦ୍ଧ୍ୱ ଘାଇ ସୃଷ୍ଟି ହୋଇଛି। ଫଳରେ ଯାତାୟତ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିବା ବେଳେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଜଟଣୀ, ଡେଲାଙ୍ଗ ଓ କଣାସ ବ୍ଲକର ୪୦ରୁ ଉର୍ଦ୍ଧ୍ୱ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏହି ରାସ୍ତାଦେଇ ଯାତାୟତ କରୁଥିବା ଲୋକେ ଅଧିକ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। 

ଅନ୍ୟପଟେ ବର୍ତ୍ତମାନ ନଦୀରେ ଜଳସ୍ତର ବୃଦ୍ଧିପାଇଥିବା ବେଳେ ଦୟାନଦୀରେ ମଧ୍ୟ ଅନୁରୁପଭାବେ ଜଳସ୍ତର ବୃଦ୍ଧିପାଇ ଅସ୍ଥାୟୀ ରାସ୍ତାଟି ଭାଙ୍ଗିଯାଇଛି। ସେହିପରି ଗତବର୍ଷ ମାର୍ଚ୍ଚ ମାସରେ ବିଳମ୍ବିତ ରାତିରେ ଦୟା ଓ ରାଜୁଆନଦୀର ଜଳସ୍ତର ବଢ଼ିବା ଫଳରେ ଅସ୍ଥାୟୀ ରାସ୍ତାଟି ଭାଙ୍ଗି ଯାଇଥିଲା। ଫଳରେ ଏହି ରାସ୍ତାରେ ଗତବର୍ଷ ୨୦ଫୁଟ୍ ର ଘାଇ ସୃଷ୍ଟି ହୋଇଯାଇଥିଲା ବେଳେ ଚଳିତବର୍ଷ ୩୦ଫୁଟ୍ ର ଘାଇ ସୃଷ୍ଟି ହୋଇଛି। 

ଅନ୍ୟପଟେ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ଦୟା ଓ ରାଜୁଆ ନଦୀର ସଙ୍ଗମସ୍ଥଳରେ ବର୍ଷ ତମାମ ସମସ୍ୟା ଲାଗି ରହିଛି। ଯାହାକୁ ନେଇ ତତ୍ କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଦୀରେ ବ୍ରିଜ୍ ନିର୍ମାଣ ପାଇଁ ୪୦କୋଟି ଟଙ୍କା ବ୍ୟୟବରାଦ କରିଥିବା ନେଇ ଗ୍ରାମବାସୀଙ୍କୁ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଓ ଲୋକପ୍ରତିନିଧୀମାନେ ଅବଗତ କରିଥିଲେ। ହେଲେ ପ୍ରଶାସନର ଅବହେଳା ଯୋଗୁଁ ଏହି ବ୍ରିଜ୍ ନିର୍ମାଣ ହୋଇପାରିଲା ନାହିଁ ବୋଲି ଅଭିଯୋଗ ହୋଇଛି। ସେହିପରି ଏହି ରାସ୍ତା ସମସ୍ୟାଲାଗି ସମସ୍ତ ରାଜନୈତିକ ଦଳ ନିଜର ସମସ୍ୟା ବୋଲି କହି ବୋଲୁଥିବା ବେଳେ ବାସ୍ତବରେ ଉକ୍ତ ସମସ୍ୟାପ୍ରତି କାହାରି ଆନ୍ତରିକତା ନଥିବା ବାସିନ୍ଦାମାନେ କହିଛନ୍ତି। ଏହି ରାସ୍ତାଦେଇ ଲୋକମାନେ ଜଟଣୀ, ଭୂବନେଶ୍ୱର, ଖୋର୍ଦ୍ଧା, ପିପିଲି, ନିମାପଡା, ପୁରୀ ସହରକୁ ଯାଇଥାନ୍ତି। ସ୍କୁଲ, କଲେଜର ଛାତ୍ରଛାତ୍ରୀମାନଙ୍କ ସହିତ ଅନେକ ଲୋକ କର୍ମସ୍ଥଳକୁ ଯାଇଥାନ୍ତି। ମାତ୍ର ଏହିଗ୍ରାମ ଗୁଡ଼ିକରେ ରହୁଥିବା ଲୋକମାନଙ୍କର ଅବସ୍ଥା ବର୍ଷର ୫ମାସ ଶୋଚନୀୟ ହୋଇଥାଏ। ଏଥିସହିତ ଏହି ଅସ୍ଥାୟୀ ରାସ୍ତାରେ ଅନେକ ବ୍ୟକ୍ତିଙ୍କ ପ୍ରାଣହାନୀ ହୋଇଥିବା ବେଳେ ଏକାଧୀକ ଯାନବାହାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା କହିଛନ୍ତି। 

ଅନ୍ୟପଟେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅସ୍ଥାୟୀ ରାସ୍ତାଟି ଭାଙ୍ଗିଯାଇ ଥିଲେ ମଧ୍ୟ ସରକାରୀ ଓ ବେସରକାରୀ ସ୍ତରରେ କେହି ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ଯଦି ବାସ୍ତବରେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତି ତେବେ ଶହଶହ ବର୍ଷର ସମସ୍ୟା ଦୂର ହେବା ସହିତ ଅନେକ ନିରୀହ ଜୀବନ ଅକାଳରେ ହାନି ହେବାରୁ ମୁକ୍ତି ପାଆନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି।