Odisha Election 2024: ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ: ବିଡ଼ି ଶ୍ରମିକଙ୍କ ପାଇଁ ହେବ ସ୍ୱତନ୍ତ୍ର ପ୍ୟାକେଜ୍‍
Advertisement
Article Detail0/zeeodisha/odisha2251890

Odisha Election 2024: ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ: ବିଡ଼ି ଶ୍ରମିକଙ୍କ ପାଇଁ ହେବ ସ୍ୱତନ୍ତ୍ର ପ୍ୟାକେଜ୍‍

Odisha Election 2024: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁରର ଅଇଁଠାପାଲିଠାରେ ଆୟୋଜିତ ବିଶାଳ ନିର୍ବାଚନ ସଭାରେ ଯୋଗ ଦେଇ ବିରୋଧି ଦଳଙ୍କୁ କଟାକ୍ଷ କରିଛନ୍ତି। ଚିରାଚରିତ ଢଙ୍ଗରେ ସେ ବିରୋଧି ଦଳ ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି। ଏହା ସହ ଏ ଅଞ୍ଚଳର ବିଡ଼ି ଶ୍ରମିକଙ୍କୁ ଆଶାତୀତ ଖୁସି ଦେବା ଲାଗି ପ୍ନୂଆ ପ୍ୟାକେଜ୍‍ ସୂଚନା ଦେଇଛନ୍ତି। 

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଭାଷଣ ଆାରମ୍ଭରୁ ଜୟମା ସମଲେଇ କହି ଲୋକଙ୍କ ଧାର୍ମିକ ଆସ୍ଥାକୁ ଜିତିଥିଲେ। ଏହାପରେ କହିଥିଲେ,‘ ପ୍ରିୟ ଭାଇ ଓ ଭଉଣୀମାନେ ମୋର ନମସ୍କାର ଓ ଜୁହାର। ଏତେ ଖରାରେ ଆପଣମାନେ ଏତେ ଦୂରରୁ ଆସିଛନ୍ତି ସେଥିପାଇଁ ବହୁତ ବହୁତ ଧନ୍ୟବାଦ’
ପରେ ମୁଖ୍ୟମନ୍ତ୍ରୀ ପଚାରିଲେ: ବିଏସ୍‍କେଓ୍ୱାଇ, ମିଶନଶକ୍ତି, ମମତା ଯୋଜନା, ଲକ୍ଷ୍ମୀ ବସ୍‍ , ୫-ଟି ସ୍କୁଲ୍‍, ସ୍କଲାରଶିପ୍‍, କାଳିଆ ଯୋଜନା, ମଧୁବାବୁ ପେନ୍‍ସନ୍‍ ଯୋଜନା, ଚାଉଳ ଯୋଜନା, ମା ସମଲେଇ ମନ୍ଦିର କାମ, ପୁରୀ କାମ ଭଲ କି? ଜବାବରେ ମଞ୍ଚ କମ୍ପି ଉଠିଥିଲା।। ଏହାପରେ ନବୀନ ପଟ୍ଟନାୟକ ଭଲ କି ବୋଲି ପଚାରିଥିଲେ। ଲୋକଙ୍କ ହଁରେ ଉଚ୍ଛସିତ ହୋଇଥିଲା ସଭା।  
ସେ କହିଥିଲେ, ‘ଜୁଲାଇରୁ ବିଜୁଳି ବିଲ୍‍ ଆସିବ ନାହିଁ। ବିଡ଼ି ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‍ ହେବ’।
 ନିଜର ସଂକ୍ଷିପ୍ତ ଭାଷଣରେ ସେ ବିରୋଧୀ ଦଳ ନେତା ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଥିଲା।  ଆପଣମାନେ ବିଜୁଜନତା ଦଳର ଏମ୍‍ ପି ଓ ଏମଏଲ୍‍ ଏ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରି ଭୋଟ ଦିଅନ୍ତୁ ବୋଲି କହି ବିଦାୟ ନେଇଥିଲେ।