ବଡ଼ ଘୋଷଣା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ସବୁ ଜିଲାରେ ହେବ ମେଡିକାଲ କଲେଜ
Advertisement
Article Detail0/zeeodisha/odisha2350102

ବଡ଼ ଘୋଷଣା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ସବୁ ଜିଲାରେ ହେବ ମେଡିକାଲ କଲେଜ

Medical colleges: ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାରର ପ୍ରଥମ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ। ଗୃହ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା।

ବଡ଼ ଘୋଷଣା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ସବୁ ଜିଲାରେ ହେବ ମେଡିକାଲ କଲେଜ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ବଡ଼ ଘୋଷଣା କରିଛନ୍ତି। ସବୁ ଜିଲ୍ଲାରେ ମେଡିକାଲ କଲେଜ ହେବ ବୋଲି ଆଜି ଘୋଷଣା କରାଯାଇଛି। ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ, ସବୁ ଜିଲ୍ଲାରେ ମେଡିକାଲ କଲେଜ କରିବା ମୋଦିଙ୍କ ଗ୍ୟାରେଣ୍ଟି। ତେବେ ବିଧାନସଭାରେ ବିବୃତ୍ତି ରଖିବା ବେଳେ ୨୪ ବର୍ଷରେ ପେସା ଆଇନ ଲାଗୁ ହୋଇ ନ ଥିବା କଥା ଛଲେ୍‌ଲଖ କରିଛନ୍ତି ମନ୍ତ୍ରୀ। ଏକଥାକୁ ଉଠାଇ ଆମେ ଆଦିବାସୀ ଭାଇଭଉଣୀଙ୍କ ପାଇଁ ଏହା ଲାଗୁ କରିବୁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଅବସରରେ କହିଛନ୍ତି। 

ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାରର ପ୍ରଥମ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ। ଗୃହ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଫଳରେ ପୂର୍ବାହ୍ନ ୧୧ଟା ୩୦ ଯାଏ ବାଚସ୍ପତି ସୁରମା ପାଢ଼ୀ ଗୃହ ମୁଲତବୀ ରଖିଲେ। ଯାହା ପରେ ପୁଣି ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ପୁଅ ମାମଲାକୁ ନେଇ ବିଜେଡି, କଂଗ୍ରେସ ହୋହଲ୍ଲା କରିଛନ୍ତି। ଏହି ସମୟରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ବିଜେଡି ବିଧାୟକ ଧ୍ରୁବ ସାହୁ ମାଇକ୍‌ ଭାଙ୍ଗିଦେଇଥିବା ସୂଚନା ମିଳିଛି।

ଆଜି ଅପରାହ୍ନରେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗକୁ ନେଇ ବିଜେଡି ଓ କଂଗ୍ରେସର ବିଧାୟକମାନେ ପୁଣି ବିଧାନସଭାରେ ହୋହଲ୍ଲା କରିଥିଲେ। ଗୃହର ମଧ୍ୟଭାଗକୁ ଆସି ଅନେକ ବିଜେଡି ଓ କଂଗ୍ରେସ ବିଧାୟକ ହଲ୍ଲାବୋଲ କରିଥିଲେ। ଆଉ ଏହି ସମୟରେ ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ମାଇକ ଭାଙ୍ଗି ଦେଇଥିଲେ। ପୂର୍ବରୁ ମଧ୍ୟ ଆଜି ସକାଳେ ସମାନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦିନ ୪ଟା ଯାଏଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି।