Odisha News: କେନାଲ୍ କୁ ଫିଙ୍ଗିଦେଲେ ହଜାର ହଜାର କୁଇଣ୍ଟାଲ୍ ଜଗନ୍ନାଥଙ୍କ ଅର୍ପଣ ଚାଉଳ
Advertisement
Article Detail0/zeeodisha/odisha2395441

Odisha News: କେନାଲ୍ କୁ ଫିଙ୍ଗିଦେଲେ ହଜାର ହଜାର କୁଇଣ୍ଟାଲ୍ ଜଗନ୍ନାଥଙ୍କ ଅର୍ପଣ ଚାଉଳ

Odisha News: ସୁଆର ମହାସୁଆର ନିଯୋଗକୁ ଆଗରେ ରଖି କରି ତତ୍କାଳୀନ ସରକାର ଜନ ଆକ୍ରୋଶରୁ ବଞ୍ଚିବାକୁ ଯୋଜନା କରିଥିବା ବେଳେ ଏବେ ସୁଆର ମହାସୁଆର ନିଯୋଗ ହେପାଜତରେ ଥିବା ଚାଉଳ ସବୁ ଫିଙ୍ଗାଯିବା ଘଟଣା ସାମନାକୁ ଆସିଛି। ତେବେ ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ଏହି ଚାଉଳକୁ ଅର୍ପଣ ଚାଉଳ ବୋଲି ସ୍ୱିକାର କରିବାକୁ ମନା କରିଥିବା ବେଳେ ପୂର୍ବ ସରକାରକୁ ସେ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି ସେବାୟତ ।ଭକ୍ତଙ୍କ ଭାବାବେଗକୁ ପାଦରେ ଦଳି ଦୁଆର ଦୁଆର ବୁଲି ମାଗି ଆଣିଥିବା ଚାଉଳକୁ ନଷ୍ଟ କରିବାର ମହାପାପ କିଏ ମୁଣ୍ଡାଇବ ?

Odisha News: କେନାଲ୍ କୁ ଫିଙ୍ଗିଦେଲେ ହଜାର ହଜାର କୁଇଣ୍ଟାଲ୍ ଜଗନ୍ନାଥଙ୍କ ଅର୍ପଣ ଚାଉଳ

Odisha News: ଭକ୍ତଙ୍କ ଭାବାବେଗ ସହ ସାଙ୍ଘାତିକ ଖେଳ। କେନାଲ୍ କୁ ଫିଙ୍ଗିଦେଲେ ହଜାର ହଜାର କୁଇଣ୍ଟାଲ୍ ଅର୍ପଣ ଚାଉଳ। ଲୁଚାଛପାରେ ପୁରୀ ଠାରୁ ୨୫ କିଲୋମିଟର ଦୂର ଗୋପ ବାୟାକୁଦା ପୋଲ ନିକଟ କେନାଲରେ ଚାଉଳ ଫିଙ୍ଗାଜିବା ପରେ ତୀବ୍ର ଅସନ୍ତୋଷ। ଏଭଳି ଅଭାବନୀୟ ଘଟଣା ଧରା ପଡ଼ିବା ପରେ ଆରମ୍ଭ ହୋଇଛି ତୁମ୍ଭି ତୋଫାନ। ତେବେ ସୁଆର ମହାସୁଆର ନିଯୋଗକୁ ଆଗରେ ରଖି କରି ତତ୍କାଳୀନ ସରକାର ଜନ ଆକ୍ରୋଶରୁ ବଞ୍ଚିବାକୁ ଯୋଜନା କରିଥିବା ବେଳେ ଏବେ ସୁଆର ମହାସୁଆର ନିଯୋଗ ହେପାଜତରେ ଥିବା ଚାଉଳ ସବୁ ଫିଙ୍ଗାଯିବା ଘଟଣା ସାମନାକୁ ଆସିଛି। ତେବେ ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ଏହି ଚାଉଳକୁ ଅର୍ପଣ ଚାଉଳ ବୋଲି ସ୍ୱିକାର କରିବାକୁ ମନା କରିଥିବା ବେଳେ ପୂର୍ବ ସରକାରକୁ ସେ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି ସେବାୟତ ।ଭକ୍ତଙ୍କ ଭାବାବେଗକୁ ପାଦରେ ଦଳି ଦୁଆର ଦୁଆର ବୁଲି ମାଗି ଆଣିଥିବା ଚାଉଳକୁ ନଷ୍ଟ କରିବାର ମହାପାପ କିଏ ମୁଣ୍ଡାଇବ ?

ଓ ଆର୍ - ୦୨- ବି - ୫୮୯୯ ନମ୍ବର୍ ବିଶିଷ୍ଟ ଏହି ୪୦୭ ମିନିଟ୍ରକ ଟି ର ଦୃଶ୍ୟ ଉପରେ ଭଲ ଭାବରେ ନଜର ପକାନ୍ତୁ। ଗୋଟିଏ ଦୃଶ୍ୟରେ ପୁରୀ ଶ୍ରୀମନ୍ଦିରରେ ଉତ୍ତର ଦ୍ଵାରରେ ଛିଡା ହୋଇଛି ଏହି ମିନି ଟ୍ରକ୍ ।ଉତ୍ତର ଦ୍ଵାର ଗୁମୁଟରେ ଗଚ୍ଛିତ ଅର୍ପଣ ଚାଉଳକୁ ଵୋଝିଆ ଆଣି ଗାଡ଼ି ଉପରେ ରଖୁଛନ୍ତି। ଏବେ ନଜର ପକାନ୍ତୁ ଦ୍ଵିତୀୟ ଦୃଶ୍ୟ ଉପରେ ସମାନ ରଙ୍ଗ ସମାନ ନମ୍ବର୍ ବିଶିଷ୍ଟ ଗାଡ଼ି ଛିଡା ହୋଇଛି ଗୋପ ତହସିଲ ଠାରୁ ୫୦୦ ମିଟର ଦୂର ବାୟାକୁଦ ପୋଲ ନିକଟ କେନାଲ ବ୍ରିଜରେ ଏବଂ ନିକାଞ୍ଚନ ଏହି ସ୍ଥାନରେ ଥିବା କେନାଲରେ ଚାଉଳ ବସ୍ତା କାଟି ଫିଙ୍ଗା ଯାଉଛି। ସୂଚନାଯୋଗ୍ୟ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ଏହି ଚାଉଳ ସବୁ କୁ ଗୋପ - ନିମାପଡ଼ା ରାସ୍ତାରେ ଥିବା ରାଇସ ମିଲକୁ ପ୍ରସେଶିଂ ପାଇଁ ପଠାଇଥିଲା। କିନ୍ତୁ ତିନି ଦିନ ପରେ ସମାନ ନମ୍ବର୍ ଥିବା ଗାଡ଼ି ରୁ ଚାଉଳ ବସ୍ତା ସବୁକୁ ନିକାଞ୍ଚନ ସ୍ଥାନ ଗୋପ ବ୍ୟୟାକୁଦା କେନାଲରେ ଫୀଙ୍ଗାଜିବା ଏହା ଅର୍ପଣ ଚାଉଳ ବୋଲି ସ୍ପଷ୍ଟ କରୁଛି।

ତେବେ ୩୮୫୬ କୁଇଣ୍ଟାଲ୍ ୮୪ କିଲୋଗ୍ରାମ ଅର୍ପଣ ଚାଉଳ ସୁଆର ମହାସୁଆର ନିଯୋଗକୁ ପ୍ରଦାନ କରାଯାଇଥିଲା ।ଯାହାକୁ ଭକ୍ତଙ୍କ କାମରେ ଲଗାଇବାକୁ ନିଷ୍ପତ୍ତି ନେଇଥିଲା ନିଯୋଗ।ତେବେ ସେଥିରୁ ଦୁଇରୁ ଅଢେଇ ହଜାର ଚାଉଳ ଖର୍ଚ୍ଚ କରି ପାରିଥିଲା ନିଯୋଗ ।ଯାହାକୁ କାନିକା,ଖେଚୁଡ଼ି କରି ଭକ୍ତଙ୍କୁ ବଣ୍ଟା ଯାଇଥିଲା ।କିନ୍ତୁ ବଳକା ଚାଉଳ ଫିମ୍ପି ମାରିବା ସହ ଦୁର୍ଗନ୍ଧ ଫାଟି ପଡୁଥିଲା ଚାଉଳ ଗଚ୍ଛିତ ସ୍ଥାନ ଊତ୍ତରଦ୍ଵାର ଓ ପଶ୍ଚିମ ଦ୍ଵାର ଗୁମୁଟ।ତେଣୁ ମହାପ୍ରଭୁଙ୍କ ପାଖରେ ଲାଗିବାର ଆଉ ଯୋଗ୍ୟ ହୋଇ ରହିନଥିଲା ଏହି ଚାଉଳ। ଏବେ ପ୍ରଶ୍ନ ଭକ୍ତଙ୍କ ଠାରୁ ମହାପ୍ରଭୁଙ୍କ ନାଁରେ ଆସିଥିବା ଚାଉଳ କୁ ନଷ୍ଟ କରିବାର ପାପ ମୁଣ୍ଡାଇବ କିଏ? ସୁଆର ମହସୂଆର ନିଯୋଗ କୁ ମୋହରା କରି ଖସିଯିବାକୁ ଚେଷ୍ଟା କରିନାହାନ୍ତି ତ ତତ୍କାଳୀନ ବିଜେଡି ସରକାର ଓ ତାଙ୍କ ଅନୁଗତ ଅଧିକାରୀ।

ସେପଟେ ଜୁନ ୬ ତାରିଖରେ ଅର୍ପଣ ଚାଉଳ ରାନ୍ଧିବାକୁ ସୁଆର ମହାସୁଆର ନିଯୋଗ କୁ ରହିଥିଲା ନିର୍ଦ୍ଦେଶ। ଜୁନ ୪ ରେ ନିର୍ବାଚନ ଫଳାଫଳ ଆସିବା ସହ ତତ୍କାଳୀନ ବିଜେଡି ସରକାରର ପତନ ପରେ ଜୁନ ୧୨ ତାରିଖରେ ନୂଆ ସରକାର ଗଠନ ହୋଇଥିଲା।କିନ୍ତୁ ସରକାର ନଥିବା ସମୟରେ କିଏ ନେଇଥିଲା ଏତେ ବଡ ନିଷ୍ପତ୍ତି ତାକୁ ନେଇ ଏବେ ପ୍ରଶ୍ନ। ଚାଉଳ ରୋଷେଇ କରିବାକୁ ନିଜେ ଶ୍ରୀମନ୍ଦିର ପ୍ରଶାସନ ସୁଆର ମହାସୁଆର ନିଯୋଗ କୁ ଦାୟିତ୍ଵ ଦେଇଥିବା ବେଳେ ପୁଣି ବନ୍ଦ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ କିଏ ଦେଇଥିଲା ଅଧିକାର। ପୂର୍ବ ସରକାରର ଆନୁଗତ୍ୟ ପାଇଁ ଭକ୍ତଙ୍କ ଭାବାବେଗ ସହ ଏଭଳି ଖେଳ ଖେଳିବାକୁ ଛାଡ଼ି ଦେଇନଥିଲେ ତତ୍କାଳୀନ ଅଧିକାରୀ। ଯାହା ବି ହେଉ ନା କାହିଁକି ମହାପ୍ରଭୁଙ୍କୁ ଦୁଆର ଦୁଆର ବୁଲି ଭିକ ମଗାଯାଇଛି। ମୋଟ ୧୪ ହଜାର କୁଈଣ୍ଟାଲ୍ ଚାଉଳ ସଂଗ୍ରହ ହୋଇଥିବା ବେଳେ ନଷ୍ଟ ହୋଇଥିବା ଚାଉଳ ର ମୁଖ୍ୟ କିଲୋ ପିଛା ୪୦ ରୁ ୫୦ ଟଙ୍କା ହିସାବକୁ ନେଲେ ପ୍ରାୟ ୪ ରୁ ୫ କୋଟି ଟଙ୍କା ହେବ ଏବଂ ଏହାକୁ ଆଦାୟ କରିବା ପାଇଁ ପ୍ରତି ପଞ୍ଚାୟତକୁ ଦିଆଯାଇଥିବା ଖର୍ଚ୍ଚ ସମେତ ମିଶାଇଲେ ପ୍ରାୟ ଦେଢ଼ ଶହରୁ ଦୁଇ ଶହ କୋଟି ର ରାଜସ୍ବ ହେବ।

 ତେବେ ଏତେ ପରିମାଣର ରାଜସ୍ବ ଏବଂ ଚାଉଳ ନଷ୍ଟ ର ମହାପାପ କାହା ମୁଣ୍ଡରେ ଯିବ? ଗଚ୍ଛିତ ନରଖି ତାକୁ ଶ୍ରୀକ୍ଷେତ୍ରରେ ଥିବା ଛୋଟ ବଡ ୪ଶହ ମଠ କୁ ବାଣ୍ଟିଥିଲେ ଲୋକେ ଉପକୃତ ହୋଇଥାନ୍ତେ କହିଛନ୍ତି ମଠ ମହନ୍ତ। ସେପଟେ ତଦନ୍ତ ସି ଏସ ଓ ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ।କିନ୍ତୁ ଗାଡ଼ି ନମ୍ବର୍ ସମାନ ଥିବା ସତ୍ତ୍ୱେ ଏହି ଚାଉଳ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସିଭିଲ ସପ୍ଳାଇ ଦାୟିତ୍ୱରେ ଥିବା ଅର୍ପଣ ଚାଉଳ ନୁହେଁ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ। ତେବେ ପୂର୍ବ ସରକାରଙ୍କୁ ଘୋଡାଇବାକୁ ଏଭଳି ବୟାନ ଦିଆଯାଇଛି କହିଛନ୍ତି ଶ୍ରୀମନ୍ଦିର ସେବାୟତ।

ତେବେ ସୁଆର ମହାସୁଆର ନିଯୋଗ ଦାୟିତ୍ୱରେ ଥିବା ହଜାର ହଜାର କୁଇଣ୍ଟାଲ ଚାଉଳ ଏବେ ପାଣିରେ ପଡ଼ିଥିବା ବେଳେ ସିଭିଲ ସପ୍ଲାଇ ଓ ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱରେ ଅନ୍ୟ ଚାଉଳ ଗୁଡ଼ିକର ଏବେ ସ୍ଥିତି କଣ ତାହାକୁ ନେଇ ପ୍ରଶ୍ନ।