Hirakud Dam: ଖୋଲିଲା ଆଉ ୩ଟି ଗେଟ୍, ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
Advertisement
Article Detail0/zeeodisha/odisha1793537

Hirakud Dam: ଖୋଲିଲା ଆଉ ୩ଟି ଗେଟ୍, ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

Hirakud Dam:  ରବିବାର ଦିନ ସକାଳ ପ୍ରାୟ ଆଠଟାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ସ୍ଲୁଇସ ଗେଟ୍ ଖୋଲାଯାଇଛି  l ପ୍ରଥମେ ୭ ନମ୍ବର ଗେଟ ଖୋଲାଯାଇଥିଲା। ହୀରାକୁଦ ଡ୍ୟାମ କର୍ଭ ରୁଲ ଗାଇଡ଼ଲାଇନ ଅନୁସାରେ ଜୁଲାଇ ଶେଷ ସୁଦ୍ଧା ଜଳ ସ୍ତରକୁ ୬୦୫ ଫୁଟ ପର୍ଯ୍ୟନ୍ତ ଖସାଇବାକୁ ପଡିବ ବୋଲି କହିଥିଲେ ହୀରାକୁଦ ଜଳ ଭଣ୍ଡାରର ମୁଖ୍ୟ ଯନ୍ତ୍ରୀ।

ସୌ(ସୋସିଆଲ ମିଡିଆ)

Hirakud Dam: ପୁଣି ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍ । ଏବେ ମୋଟ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ତେବେ ବର୍ତ୍ତମାନ ବାମ ପାର୍ଶ୍ବର ୫ଟି ଓ ଡ଼ାହଣ ପାର୍ଶ୍ବର ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଗତକାଲି ଗେଟ ଖୋଲାଯିବା ବେଳକୁ ସକାଳ ୯ଟା ସୁଦ୍ଧା ଜଳ ଭଣ୍ତାରର ଜଳସ୍ତର ୬୪୧.୪୫ ଫୁଟ ରହିଥିଲା । ସେପଟେ ଉପରମୁଣ୍ଡରେ ବର୍ଷା ଲାଗିରହିଥିବାରୁ ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯ ହଜାର ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୮ଟି ଗେଟ ମାଧ୍ୟମରେ ୧ ଲକ୍ଷ ୬୨ ହଜାର ୭୩୮ ଘନଫୁଟ ଜଳ ନିଷ୍କାସନ କରାଯାଉଥିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି।

କହି ରଖୁ କି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଞ୍ଚବା ପରେ ଖୋଲିଥିଲା ହୀରାକୁଦ ଡ୍ୟାମ l ଏନେଇ ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଥିଲେ । ରବିବାର ଦିନ ସକାଳ ପ୍ରାୟ ଆଠଟାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ସ୍ଲୁଇସ ଗେଟ୍ ଖୋଲାଯାଇଥିବା l ପ୍ରଥମେ ୭ ନମ୍ବର ଗେଟ ଖୋଲାଯାଇଥିଲା। ହୀରାକୁଦ ଡ୍ୟାମ କର୍ଭ ରୁଲ ଗାଇଡ଼ଲାଇନ ଅନୁସାରେ ଜୁଲାଇ ଶେଷ ସୁଦ୍ଧା ଜଳ ସ୍ତରକୁ ୬୦୫ ଫୁଟ ପର୍ଯ୍ୟନ୍ତ ଖସାଇବାକୁ ପଡିବ ବୋଲି ହୀରାକୁଦ ଜଳ ଭଣ୍ଡାରର ମୁଖ୍ୟ ଯନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ।

ସୂଚନା ଯୋଗ୍ୟ, ହୀରାକୁଦ ଜଳଭଣ୍ଡାରର ଗୋଟିଏ ଗେଟ ଖୋଲିବାକୁ ପ୍ରାୟ ୨୩ ମିନିଟ୍ ସମୟ ଲାଗିଥାଏ। ଗେଟ୍ ଖୋଲିବା ପାଇଁ କ୍ରେନ ବ୍ୟବହାର କରାଯାଇଥାଏ। ଗତକାଲି ଗେଟ ଖୋଲିବା ବେଳକୁ ହୀରାକୁଦ ଉପର ମୁଣ୍ଡରୁ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି ୯୯ ହଜାର ୯୪୯ ଘନଫୁଟ ଜଳ ପ୍ରବେଶ କରିଥିଲା। ସେହିପରି ସମାନ୍ତରାଳ ଢଙ୍ଗରେ ପୱାର ଚାନେଲ ମାଧ୍ୟମରେ ଜଳ ଭଣ୍ଡାରରୁ ମହାନଦୀକୁ ୩୭,୩୩୬ ଘନଫୁଟ ଜଳ ନିଷ୍କାସିତ ହେଉଛି l ହୀରାକୁଦ ଜଳଭଣ୍ଡାରର ଗୋଟିଏ ଗେଟ ମାଧ୍ୟମରେ ସେକେଣ୍ଡ ପ୍ରତି ପ୍ରାୟ ୧୫ ହଜାର ଘନଫୁଟ ଜଳ ନିଷ୍କାସିତ ହୋଇଥାଏ। ଚଳିତ ମାସ ଶେଷ ପର୍ଯ୍ୟନ୍ତ ଜଳସ୍ତର ୬୦୫ ଫୁଟ ରଖାଯିବା ପରେ ଆହୁରି ୨୫ ଫୁଟ ଜଳ ଖାଲି କରାଯିବ ବୋଲି ସୂଚନା ରହିଛି। ଯାହା ମାଧ୍ୟମରେ ବନ୍ୟା ପରିଚାଳନା କରାଯାଇଥାଏ ବୋଲି ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି। ହୀରାକୁଦ ଜଳଭଣ୍ଡାରର ନିଷ୍ଟାସିତ ବନ୍ୟା ଜଳ କଟକ ମୁଣ୍ଡଳୀ ବ୍ୟାରେଜଠାରେ ପହଞ୍ଚିବା ପାଇଁ ୩୬ ଘଣ୍ଟା ଲାଗିଥାଏ। ହେଲେ ବର୍ତ୍ତମାନ ଯେହେତୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଉଛି ସେଥିପାଇଁ ୪୮ ଘଣ୍ଟା ସମୟ ଲାଗିବ। ଏଥର ବର୍ଷା ପାଇଁ ରୁଲ କର୍ଭ ପରିବର୍ତ୍ତନ କରାଯାଇଛି। 

ପ୍ରକାଶ ଥାଉ କି, ହୀରାକୁଦ ନଦୀବନ୍ଧ ମହାନଦୀ ତଟରେ ଅବସ୍ଥିତ ଥିବା ଓଡ଼ିଶାର ସବୁଠୁ ବଡ଼ ନଦୀ ବନ୍ଧ ଓ ଜଳ ପରିଯୋଜନା  ଅଟେ । ଏଠାରୁ ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇ ସାରା ଓଡ଼ିଶାକୁ ବିତରଣ କରାଯାଏ । ଏହା କୃଷି ଜଳସେଚନରେ ମଧ୍ୟ ସାହାଯ୍ୟ କରେ । ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନକୁ ଦୃଷ୍ଟିରେ ରଖି ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନା ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୯୫୭ରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ନଦୀବନ୍ଧ ଯୋଜନାରେ ସମୁଦାୟ ୮୪,୯୯୪ ବର୍ଗ କି.ମି. ଅଞ୍ଚଳରୁ ଜଳ ସଂଗୃହିତ ହେଉଥିବାବେଳେ ସେଥିରୁ ୬୭,୧୬୮ ବର୍ଗ କି.ମି. ଅର୍ଥା ୯୦% ଛତିଶଗଡ଼ ରାଜ୍ୟର ଅନ୍ତର୍ଭୁକ୍ତ । ହୀରାକୁଦ ଜଳଭଣ୍ଡାରର କ୍ଷମତା ୪,୮୨୧ ନିୟୁତ ଘନ ମିଟର ଏବଂ ସିଧାସଳଖଭାବେ ଏଥିରୁ ୨ ଲକ୍ଷ ୬୭ ହଜାର ଜମି ଜଳସେଚିତ ହେଉଛି । ଏହାଛଡା ହୀରାକୁଦର ଦୁଇଟି ପ୍ରକଳ୍ପରୁ ୩୪୭ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି ।