Top 10 News Headlines: ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1906604

Top 10 News Headlines: ସକାଳର ୧୦ ବଡ଼ ଖବର

ଚୁଟକିରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର। 

Top 10 News Headlines: ସକାଳର ୧୦ ବଡ଼ ଖବର

Top 10 News Headlines 1. ଆଜି ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ: ଆଧୁନିକ ଓଠ଼ିଶା ଅନ୍ୟତମ ପରିଚୟ ତଥା ଦରିଦ୍ର ଓ ପୀଡ଼ିତ ଓଡ଼ିଶାର ଦରଦୀ ବନ୍ଧୁ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ। ୧୮୭୭ ମସିହାର ଆଜିର ଦିନରେ ତାଙ୍କର ଜନ୍ମ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ହୋଇଥିଲା। ପିଲାବେଳୁ ମା’ଙ୍କୁ ହରାଇଥିବା ଗୋପବନ୍ଧୁ କଲେଜ ଜୀବନରେ ବାପାଙ୍କ ହରାଇଥିଲେ। ତଥାପି ଜୀବନ ଯୁଦ୍ଧରେ ସେ ଭାଙ୍ଗି ନଥିଲେ। କେବଳ ଜଣେ ଦରଦୀ ସମାଜ ସେବକଭାବେ ନୁହେଁ ଓଡ଼ିଶାର ସାହିତ୍ୟ, ସାମ୍ବାଦିନକତା ପ୍ରତି ତାଙ୍କ ଦାନ ଅତୁଳନୀୟ। ମହାତ୍ମା ଗାନ୍ଧିଙ୍କୁ ପ୍ରଥମ ଥର ପାଇଁ ଭାଷା ଭିତ୍ତିରେ ଓଡ଼ିଶା ଗଠନର ଆବଶ୍ୟକତା ସମ୍ପର୍କରେ ବୁଝାଇ ତାଙ୍କୁ ରାଜି କରାଇପାରିଥିଲେ ଗୋପବନ୍ଧୁ। ତାଙ୍କ ପ୍ରତିଷ୍ଠିତ ‘ସମାଜ’ ଆଜିବି ଓଡ଼ିଶା ସାମ୍ବାଦିକତାରେ ଲୋକପ୍ରିୟ ହୋଇ ରହିଛି। 

2. ଭୂଖଣ୍ଡୀୟ ସେନା ଦିବସ: ଅକ୍ଟୋବର ୯ ତାରିଖକୁ ପ୍ରତିବର୍ଷ ଭାରତରେ ଭୂଖଣ୍ଡୀୟ ସେନା ଦିବସ ବା ଟେରିଟୋରୀଆଲ୍‍ ଆର୍ମୀ ଦିବସ ଭାବେ ପାଳନ କରାଯାଇ ଆସୁଛି। ୧୯୪୯ ମସିହାରେ ତତ୍‍କାଳୀନ ଗଭର୍ଣ୍ଣର ଜେନେରାଲ୍‍ ସି ରାଜେଗାପାଳାଚାରୀ ଏହି ଦିବସକୁ ପାଳନ କରିଥିଲେ। ଭୂଖଣ୍ଡୀୟ ସେନା ଭାରତର ମୂଳ ସେନାକୁ ସହାୟତା କରିବାରେ ନିୟୋଜିତ ଥାଆନ୍ତି। ଏମାନଙ୍କୁ ଦ୍ୱିତୀୟ ସ୍ତର ସୁରକ୍ଷା ବାହିନୀ ଭାବେ ଗ୍ରହଣ କରାଯାଏ। ବିଭିନ୍ନ ସମ୍ରୟରେ ପ୍ରାକୃତିକ ବିପର୍ଯ୍ୟୟରେ ପୀଡ଼ିତଙ୍କୁ ସହାୟତା ହେଉ ବା କୌଣସି ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଏହି ବାହିନୀ ନିୟୋଜିତ ହୁଅନ୍ତି। ଏବେ ଦେଶରେ ୪୦ ହଜାରରୁ ଅଧିକ ପ୍ରଥମ ଧାରାା ସେପନା ସହିତ ୧ଲକ୍ଷ ୬୦ ହଜାର ଜବାନ ଦ୍ୱିତୀୟ ଧାରାର ଭୂଖଣ୍ଡୀୟ ବାହିନୀରେ କାର୍ଯ୍ୟରତ। 

3. ୧୦ଟ୍ରେନ୍‍ ବାତିଲ୍‍: ବାଲେଶ୍ୱରଠାରେ ମାଟି ଅତଡ଼ା ଖସିବା ତଥା ଟ୍ରେନ୍‍ ଲାଇନ୍‍ ଦବିଯିବା ପରିସ୍ଥିତିକୁ ସୁଧାରିବା ଲାଗି ଆଜି ମରାମତି କାର୍ଯ୍ୟ ହେବ। ସାଥିଲାଗି  ଏହି ବାଟ ଦେଇ ଯାଉଥିବା ୧୦ଟି ଟ୍ରେନ୍‍କୁ ବାତିଲ୍‍ କରାଯାଇଛି। ଏଗୁଡ଼ିକ ହେଲା: ବାଲେଶ୍ୱର-ଭଦ୍ରକ ସ୍ୱତନ୍ତ୍ର, ଭଦ୍ରକ-ବାଲେଶ୍ୱର ସ୍ୱତନ୍ତ୍ର, ଖଡ଼ଗପୁର-ଯାଜପୁର ରୋଡ୍‍ ଏକ୍ସପ୍ରେସ୍‍, ଯାଜପୁର-ଖଡ଼ଗପୁର ଏକ୍ସପ୍ରେସ, ଖଡ଼ଗପୁର-ଖେର୍ଦ୍ଧା ଏକ୍ସପ୍ରେସ୍‍, ଖୋର୍ଦ୍ଧା-ଖଡ଼ଗପୁର ଏକ୍ସପ୍ରେସ, ଖଡ଼ଗପୁର-ବାଲେଶ୍ୱର, ବାଲେଶ୍ୱର ଖଡ଼ଗପୁର ଏକ୍ସପ୍ରେସ୍‍, ହାଓ୍ୱଡ଼ା ଭଦ୍ରକ, ଭଦ୍ରକ-ହାଓ୍ୱଡ଼ାଏକ୍ସପ୍ରେସ। ଏହାସହ ପୁରୀ-ଜଳେଶ୍ୱର , ଜଳେଶ୍ୱର-ପୁରୀ, ଭୁବନେଶ୍ୱର- ବାଲେଶ୍ୱର ଏବଂ ବାଲେଶ୍ୱର- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରନ୍‍କୁ ଭଦ୍ରକଠାରେ ଅଟକିବାର ବ୍ୟବସ୍ଥା ହୋଇଛି। ଏହା ଭଦ୍ରକ ଆଗକୁ ଯିବ ନାହିଁ। 

4. ଆସନ୍ତା କାଲି ବସ୍‍ ଧର୍ମଘଟ: ସରକାରଙ୍କ ବହୁଚର୍ଚ୍ଚିତ ଲକ୍ଷ୍ମୀ ବସ୍‍ ଯୋଜନାରେ ଘରୋଇ ବସ୍‍ ମାଲିକମାନଙ୍କୁ ସାମିଲ ନକରାଯିବାକୁ ନେଇ ଘରୋଇ ବସ୍‍ ମାଲିକମାନେ ପ୍ରତିବାଦ କରିଛନ୍ତି। ଏହି ପ୍ରତିବାଦ ସ୍ୱରୂପ ଆସନ୍ତା କାଲି ମଙ୍ଗଳବାର ଦିନ ସାରା ରାଜ୍ୟରେ ଘରୋଇ ବସ୍‍ ଚଳାଚଳ ବନ୍ଦ ରହିବ। ସକାଳ ୬ଟାରୁ ପ୍ରତିବାଦ ଆରମ୍ଭ ହେବ ବୋଲି ଘରୋଇ ବସ୍‍ ମାଲିକ ସଂଘ ପ୍ରକାଶ କରିଛି। ପୂର୍ବରୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ସହ ବହୁବାର ଆଲୋଚନା ସତ୍ତ୍ୱେ ତାହା ସଫଳ ହୋଇପାରି ନଥିବା କହିଛନ୍ତି ମାଲିକ ସଂଘ। 

5. ବିଜୟରୁ ବିଶ୍ୱକପ୍‍ ଯାତ୍ରା: ୨୦୨୩ କ୍ରିକେଟ୍‍ ବିଶ୍ୱକପ୍‍ରେ ଭାରତର ଯାତ୍ରା ବିଜୟରୁ ଆରମ୍ଭ ହୋଇଛି। ରବିବାର ଚେନ୍ନାଇର ଚିଦାମ୍ବରମ୍‍ ଷ୍ଟାଡିୟମ୍‍ ରେ ଭାରତୀୟ ବୋଲର ଏବଂ ବ୍ୟାଟ୍ସମ୍ୟାନ ନିଜର ଯାଦୁକରୀ ପ୍ରଦର୍ଶନ କରିଛନ୍ତି। ଦୃଆ ଆତ୍ମ ବିଶ୍ୱାସର ସହ ପ୍ରଥମେ ବୋଲିଂ ପାଳିକୁ ସ୍ୱୀକାର କରି ଭାରତୀୟ ଦଳ ମାତ୍ର ୧୯୯ ରନ୍‍ ରେ ଅଷ୍ଟ୍ରଲିଆ ଦଳକୁ ପରାସ୍ତ କରିଥିଲେ। ଏହାର ଜବାବରେ ୬ ଓଭର ୪ ବଲ୍‍ ପୂର୍ବରୁ ୪ ଓ୍ୱିକେଟ୍‍ ବିନିମୟରେ ୨୦୦ ରନ୍‍ ସଂଗ୍ରହ କରିପାରିଥିଲେ। ଅକ୍ଟୋବର ୧୪ ତାରିଖରେ ଭାରତ ଏହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‍ ଖେଳିବ। ଏହା ପୂର୍ବରୁ ୧୧ ତାରିଖରେ ଦିଲ୍ଲୀରେ ଖେଳାଯିବ ଭାରତ ବନାମ ଆଫଗାନିସ୍ତାନ ମ୍ୟାଚ୍‍। 

6. ବର୍ଷ ଭିତରେ ୨୩ହଜାର ୫୦୦ କୋଟିର ଅସ୍ତ୍ରଶସ୍ତ୍ର: ଚୀନ୍‍ ସୀମାରେ ଉତ୍ତେଜନାକୁ ପ୍ରଶମିତ କରିବା ତଥା ଜବାବ ଦେବା ଲାଗି ଭାରତୀୟ ସେନା ଗତ ଏକ ବର୍ଷ ଭିତରେ ୨୩ହଜାର ୫୦୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କିଣିଛି। ଭାରତ ସରକାରଙ୍କ ଜରୁରୀକାଳୀନ ପାଣ୍ଠିରୁ ଏହି ଖର୍ଚ୍ଚ ହୋଇଛି। ସାଧାରଣ କ୍ରୟ ଠାରୁ ଏହା ଅଲଗା ଓ ଶୀଘ୍ର ପ୍ରକ୍ରିୟା ଭାବେ ଗ୍ରହଣ କରାଯାଏ। 

7. ଇସ୍ରାଏଲ୍‍ର ଯୁଦ୍ଧ ଘୋଷଣା:  ଶନିବାର ଗାଜା ଉପରେ ହମାସ୍‍ ରକେଟ୍‍ ଆକ୍ରମଣ ପରେ ଇସ୍ରାଏଲ୍‍ ସରକାର ଯୁଦ୍ଧ ଘୋଷଣା କରିଛନ୍ତି। ଅତିକମ୍‍ ରେ ୭୦୦ ଇସ୍ରାଏଲ ନାଗରିକଙ୍କ ଏଥିରେ ମୃତ୍ୟୁ ଘଟିଛି। ଠିକ୍‍ ସେହିପରି ଗତକାଲି ପ୍ରତି ଆକ୍ରମଣରେ ୪୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏହି ପରିସ୍ଥିତିରେ ଇସ୍ରାଲ୍‍ରେ ଫଶି ରହିଥିବା ଆମେରିକୀୟ ନାଗରିକଙ୍କୁ ଉଦ୍ଧାର କରିବା ଲାଗି ଆମେରିକା ଯୁଦ୍ଧ ଜାହାଜ ଇସ୍ରାଏଲ୍‍ ପଠାଇଥିବା ଜଣାପଡ଼ିଛି। 

8. ୧୪ରେ ସୂର୍ଯ୍ୟପରାଗ: ଆସନ୍ତା ୧୪ ତାରିଖରେ ସୂର୍ଯ୍ୟପରାଗ ପଡ଼ୁଛି। ଭାରତୀୟ ସମୟ ଅନୁସାରେ ଏହା ରାତ୍ରୀ୧୧ଟା ୨୯ରୁ ଆରମ୍ଭ ହୋଇ ୧୧ଟା ୩୪ ମିନିଟ୍‍ ପର୍ଯ୍ୟନ୍ତ ଚାଲିବ। ରାତ୍ରୀ କାଳରେ ପଡ଼ୁଥିବାରୁ ଏହି ସୂର୍ଯ୍ୟପରାଗ ଦୃଶ୍ୟ ଭାରତୀୟ ଆକାଶରେ ଦେଖାଯିବ ନାହିଁ। ଅପରପକ୍ଷେ ଏ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କୁମାରପୂର୍ଣ୍ଣମୀ ଅର୍ଥାତ୍‍ ୨୮ ତାରିଖରେ ହେବ। ଏହା ରାତି ୧୧ଟା ୩୨ ମିନିଟ୍‍ ସମୟରୁ ଆରମ୍ଭ ହୋଇ ପାହାନ୍ତା ୩ଟା ୩୬ ମିନିଟ୍‍ ଯାଏ ଚାଲିବ। ଭାରତୀୟ ଆକାଶରେ ଏହା ଆଂଶିକ ଦୃଶ୍ୟମାନ ହେବ। 

9. ୧୪ରୁ ଶିମିଳିପାଳ: ମୌସୁମୀରେ ବନ୍ଦ ଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ୧୪ ତାରିଖରୁ ପର୍ଯ୍ୟଟକଙ୍କ ନିମନ୍ତେ ଉନ୍ମୁକ୍ତ ହେବ। ପିଠାବଟ ଓ ଯଶୀପୁର ଦେଇ ପର୍ଯ୍ୟଟକ ଶିମିଳିପାଳରେ ପ୍ରବେଶ କରିପାରିବେ। ପ୍ରତିନିଦି ଏହି ରାସ୍ତାରେ ୨୫ରୁ ୩୫ ଗାଡ଼ି ପ୍ରବେଶ ଅନୁମୋଦନ କରାଯିବ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦ୍ୱାରା ଏହି ଅନୁମୋଦନ ପ୍ରଦାନ କରାଯିବ। 

10. ମ୍ୟାଲେରିଆ ପାଇଁ ଟିକା: ୨୦୪୦ ସୁଦ୍ଧା ବିଶ୍ୱରେ ମ୍ୟାଲେରିଆ ନିରାକରଣ ଲକ୍ଷ୍ୟରେ ବିକଶିତ କରାଯାଇଛି ନୂତନ ମ୍ୟାଲେରିଆ ଟିକା। ଏବେ ସାରା ବିଶ୍ୱରେ ପ୍ରତି ବର୍ଷ ମ୍ୟାଲେରିଆରେ ପ୍ରାୟ ୬ କୋଟି ଲୋକଙ୍କ ମୃତ୍ୟୁ ଘଟୁଛି। ଏହି ଟିକା ଦ୍ୱାରା ଏଥିରେ ସଫଳତା ମିଳିପାରିବ ବୋ ଆଶା କରାଯାଇଛି। ବିଶ୍ୱ ସ୍ତରୀୟ ସଂଗଠନ ଏହି ଟିକାକୁ ଅନେକ ପରୀକ୍ଷଣ ପରେ ଅନୁମୋଦନ  କରିଛି।