Morning top 10 headlines: ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1897836

Morning top 10 headlines: ସକାଳର ୧୦ ବଡ଼ ଖବର

ବିଧାନସଭାରେ ଆଜି ସପ୍ତମ ଦିବସ: ଆଜି ଚଳିତ ବିଧାନସଭା ମୌସୁମୀ ଅଧିବେଶନର ୭ମ କାର୍ଯ୍ୟଦିବସ। ଆସନ୍ତା କାଲି ଅଧିବେଶନ ଶେଷ ହେଉଥିବାରୁ ଏହି ଦିନ ଅନେକ ଗୁରୁତ୍ୱପୂର୍ଣ୍ଣ। ଆଜି ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆଜି ପଞ୍ଚାୟତିରା ଓ ପାନୀୟ ଜଳ ବିଭାଗ ସହ ଗ୍ରାମାଞ୍ଚଳ ବିକାଶ, ଗୃହ ଓ ନଗର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ,

Morning top 10 headlines: ସକାଳର ୧୦ ବଡ଼ ଖବର

Morning top 10 headlines: ବିଧାନସଭାରେ ଆଜି ସପ୍ତମ ଦିବସ: ଆଜି ଚଳିତ ବିଧାନସଭା ମୌସୁମୀ ଅଧିବେଶନର ୭ମ କାର୍ଯ୍ୟଦିବସ। ଆସନ୍ତା କାଲି ଅଧିବେଶନ ଶେଷ ହେଉଥିବାରୁ ଏହି ଦିନ ଅନେକ ଗୁରୁତ୍ୱପୂର୍ଣ୍ଣ। ଆଜି ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆଜି ପଞ୍ଚାୟତିରା ଓ ପାନୀୟ ଜଳ ବିଭାଗ ସହ ଗ୍ରାମାଞ୍ଚଳ ବିକାଶ, ଗୃହ ଓ ନଗର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଶିକ୍ଷା ଏବଂ ଦୂଚନା ଓ ଲୋକସମ୍ପର୍କ ବିଭାଗ ଭଳି ୬ଟି ବିଭାଗର ପ୍ରଶ୍ନକୁ ଉତ୍ତର ପାଇଁ ଗ୍ରହଣ କରାଯିବ। ଦ୍ୱିତୀୟ ଦିବସଠାରୁ ଆରମ୍ଭ କରି ୫ ଦିନ ଯାଏ ଗୃହ ମଧ୍ୟରେ ହଟ୍ଟଗୋଳ, ମଧ୍ୟଭାଗରେ ପ୍ରତିବାଦ ପ୍ରଦର୍ଶନ, ବିରୋଧୀଙ୍କ ପ୍ରଶ୍ନବାଣ ଏବଂ ଶାସକ ଦଳର ଆକ୍ଷେପ ପ୍ରତ୍ୟାକ୍ଷେପ ହେତୁ ବିଧାନସଭା କାର୍ଯ୍ୟ ପରିଚାଳନାରେ ସମସ୍ୟା ଉପୁଜିଥିଲା। ଏଣୁ ବାଚସ୍ପତିଙ୍କୁ ବାରମ୍ବାର ଗୃହ କାର୍ଯ୍ୟକୁ ମୁଲତବୀ କରିବାକୁ ପଡ଼ିଥିଲା।  

Asian Games: ନେପାଳକୁ ୨୦୩ରନର ବିଜୟ ଲକ୍ଷ୍ୟ ଦେଲା ଭାରତ: ଚଳିତ ଏସିଆନ ଗେମ୍ସରେ ଆଜି ଭାରତ ଓ ନେପାଳ ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୦୨ ରନର ବିଶାଳ ସ୍କୋର ଛିଡ଼ା କରିଛନ୍ତି। ଭାରତ ପକ୍ଷରୁ ଯଶସ୍ୱି ଜୟସ୍ୱାଲ ଶତକୀୟ ଇନିଂସ ଖେଳିଥିବା ବେଳେ ଋତୁରାଜ ଗାଏକ୍ୱାଡ଼ ଓ ଶିବମ ଦୁବେ ୨୫ ରନ କରିଥିଲେ। ସେହିପରି ରିଙ୍କୁ ସିଂ ଅପରାଜିତ ରହି ୩୭ ରନ ସଂଗ୍ରହ କରିଥିଲେ। ନେପାଳ ପକ୍ଷରୁ ଦିପେନ୍ଦ୍ର ସିଂହ ସର୍ବାଧିକ ୨ଟି ଓ୍ୱିକେଟ ନେଇଥିବା ବେଳେ ସୋମପାଲ କାମି ଓ ଲାମିଚାନେ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ। 

ଦ୍ରୁତ ଶତକ ହାସଲ କରିବାରେ ଜୟସ୍ୱାଲ ହେଲେ ସର୍ବକନିଷ୍ଠ ଭାରତୀୟ: ଏସିଆନ ଗେମ୍ସର କ୍ୱାର୍ଟର ଫାଇନାଲ ମ୍ୟାଚରେ ନେପାଳ ବିପକ୍ଷରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଭାରତୀୟ ଦଳରୁ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ ଏବଂ ଅଧିନାୟକ ଋତୁରାଜ ଗାଏକୱାଡ ପାଳି ଆରମ୍ଭ କରିଥିଲେ। ଗାଏକୱାଡ଼ ମାତ୍ର ୨୫ ରନ୍ ସ୍କୋର କରିବା ପରେ ଆଉଟ ହୋଇଯାଇଥିଲା। ତିଲକ ବର୍ମା ମଧ୍ୟ ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଥିଲେ। କିନ୍ତୁ ଯଶସ୍ୱି ଜୈସୱାଲ ନେପାଳ ବୋଲରଙ୍କୁ ନିର୍ଦ୍ଧୁମ ପିଟିଥିବାର ଦେଖିବାକୁ ମିଳିଛି। ଫଳରେ ଯଶସ୍ୱି ଜୟସ୍ୱାଲ ମାତ୍ର ୪୯ ବଲରେ ଶତକୀୟ ଇନିଂସ ଖେଳିବାରେ ସଫଳ ହୋଇଛନ୍ତି। ଏହା ସହିତ ସେ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ କନିଷ୍ଠ ବ୍ୟାଟସମ୍ୟାନ ମାନେ ଶତକ ହାସଲ କରିବାରେ ପ୍ରଥମ ବ୍ୟାଟସମ୍ୟାନ ହୋଇପାରିଛନ୍ତି। ସେ ମାତ୍ର ୪୮ ବଲରେ ୧୦୦ ରନ କରିବାରେ ସଫଳ ହୋଇଛନ୍ତି। 

୨୪ ଘଣ୍ଟାରେ ଗଲାଣି ୨୪ ଜୀବନ: ମହାରାଷ୍ଟ୍ରରେ ନାନ୍ଦେଡ଼ ଡାକ୍ତରଖାନାରେ ଅଭାବନୀୟ ପରିସ୍ଥିତି। ୨୪ ଘଣ୍ଟାରେ ଗଲାଣି ୨୪ ଜୀବନ। ମୃତକଙ୍କ ମଧ୍ୟରେ ରହିଛନ୍ତି ୧୨ ଶିଶୁ। ଏମାନଙ୍କ ମଧ୍ୟରୁ କିଛି ନବଜାତକ ମଧ୍ୟ ରହିଛନ୍ତି। ଛତ୍ରପତି ଶାମ୍ଭାଜୀନଗର ଜିଲ୍ଲା ନାନ୍ଦେଡ଼ ସ୍ଥିତ ଡକ୍ଟର ଶଙ୍କରରାଓ ଚୌହାନ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଏଭଳି ଉଦବେଗଜନକ ଘଟଣା ଘଟିଛି। ଭିନ୍ନ ଭିନ୍ନ କାରଣରୁ ୨୪ ଘଣ୍ଟାରେ ୧୨ ଶିଶୁଙ୍କ ସମେତ ୨୪ ଜଣଙ୍କ ଜୀବନ ଯାଇଛି । ୭୦ ଜଣ ଏବେବି ଗୁରୁତର ଅଛନ୍ତି । ବିଶେଷତଃ ଦୁର୍ଘଟଣା, ହୃଦଘାତ, ସାପ କାମୁଡ଼ା ଓ ଫୁଡ୍ ପଏଜନିଂ ବା ଖାଦ୍ୟ ବିଷକ୍ରିୟା ଯୋଗୁଁ ଲୋକଙ୍କ ମୃତ୍ୟୁ ଘଟିଛି ।

ନୋବେଲ ପାଇବେ କ୍ୟାଟଲିନ୍ କାରିକୋ ଓ ଡ୍ରିଉ ୱିସମ୍ୟାନ୍: ସୋମବାର ଦିନ ଘୋଷଣା ହୋଇଛି ନୋବେଲ ପୁରସ୍କାର ୨୦୨୩ । ଏଥିରେ ଚିକିତ୍ସା ବିଜ୍ଞାନ ଅର୍ଥାତ୍ ମେଡ଼ିସିନ ପାଇଁ କ୍ୟାଟଲିନ୍ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କ ନାମ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ଭୟଙ୍କର କୋରୋନା ମହାମାରୀ  ସମୟରେ ପ୍ରଭାବଶାଳୀ ‘ଏମଆରଏନଏ’ ଟୀକାର ବିକାଶରେ ଏହି ଦୁଇ ବୈଜ୍ଞାନିକଙ୍କ ଫଳପ୍ରଦ ଗବେଷଣା ଯୋଗୁଁ ଦୁହେଁଙ୍କୁ ଚିକିତ୍ସା ବିଜ୍ଞାନରେ ନୋବଲ ପୁରସ୍କାର ଲାଗି ମନୋନୀତ କରାଯାଇଛି ।

ପର୍ଫ୍ୟୁମ ଲଗାଇ ପାରିବେ ନାହିଁ ବିମାନର ଚାଳକ ଦଳ ସଦସ୍ୟ: ଦେଶରେ ଏକ ନୂତନ ପ୍ରସ୍ତାବିତ ନିୟମ ଅନୁଯାୟୀ ଏଣିକି ଅତର ଅର୍ଥାତ ପର୍ଫ୍ୟୁମ ବ୍ୟବହାର କରୁଥିବା ବିମାନ ଚାଳକଙ୍କ ବିରୋଧରେ ଗ୍ରହଣ କରାଯାଇପାରେ କାର୍ଯ୍ୟାନୁଷ୍ଠାନ। ରିପୋର୍ଟ ଅନୁଯାୟୀ ଦେଶର ଏୟାରଲାଇନ୍ସ ବ୍ୟବସାୟ ତଦାରଖ କରୁଥିବା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ କାର୍ଯ୍ୟାଳୟ ନିକଟରେ ମଦ୍ୟପାନ ସମ୍ପର୍କରେ ଏହାର ନିୟମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛି। ଏ ସମ୍ପର୍କିତ ନିର୍ଦ୍ଦେଶନାମା ଆସିବା ପୂର୍ବରୁ  ମାଦକ ପାନୀୟ ସହିତ ଅନ୍ୟାନ୍ୟ ଜିନିଷ ଉଲ୍ଲେଖ ରହିଛି। 

World Cup 2023: ନେଦରଲ୍ୟାଣ୍ଡକୁ ଭେଟିବ ଭାରତ: ଦିନିକିଆ ବିଶ୍ୱକପକୁ ଆଉ କେଇ ଘଣ୍ଟା ବାକି ରହିଛି। ଆରମ୍ଭ ହେବ କ୍ରିକେଟର ମହାକୁମ୍ଭ। ଏହା ପୂର୍ବରୁ ଆଜି ୩ଟି ମ୍ୟାଚ୍ ଖେଳାଯିବ। ଭାରତ ଦ୍ବିତୀୟ ଓ୍ବାର୍ମଅପରେ ନେଦରଲ୍ୟାଣ୍ଡକୁ ଭେଟିବାକୁ ଥିବାବେଳେ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ-ଶ୍ରୀଲଙ୍କା ଓ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ହେବ ଟକ୍କର। ଥିରୁବନନ୍ତପୁରମରେ ନେଦରଲ୍ୟାଣ୍ଡସ- ଭାରତ ମଧ୍ୟରେ ହେବ ମୁକାବିଲା । ଅପରାହ୍ନ ୨ଟାରେ ଖେଳାଯିବ ମ୍ୟାଚ।

ଲଘୁଚାପ ଦୁର୍ବଳ, ପ୍ରବଳ ବର୍ଷିବ: ଦୁର୍ବଳ ହୋଇଛି ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଦୁର୍ବଳ ଲଘୁଚାପ ପ୍ରଭାବରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ ବୋଲି ସୂଚନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସୂଚନାଯୋଗ୍ୟ ଗତ ଦୁଇ ଦିନ ମଧ୍ୟରେ ସ୍ୱଭାବିକ ବର୍ଷା ଠାରୁ ୧୪୦ ମିଲିମିଟର ବର୍ଷା ଅଧିକ ହୋଇଥିବା ରେକର୍ଡ କରାଯାଇଛି। 

ଦ୍ୱିତୀୟ ମ୍ୟାଲେରିଆ ଟିକାକୁ ଅନୁମତି: ଭାରତୀୟ ଔଷଧ ନିର୍ମାତା କମ୍ପାନୀ ସେରମ ଦ୍ୱାରା ପ୍ରସ୍ତୁତ କରାଯାଇତିବା ମ୍ୟାଲେରିଆ ଟିକାକୁ ଅନୁମତି ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏନେଇ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ଏହି ଟିକାର ପ୍ରି-କ୍ଲିନିକାଲ ଟେଷ୍ଟ ଓ କ୍ଲିନିକାଲ ପରୀକ୍ଷଣ ସମ୍ବନ୍ଧୀୟ ପରିସଂଖ୍ୟାନ ଅଧାରରେ ଏହି ମଞ୍ଜୁରୀ ମିଳିଛି । ଏହି ଟିକା ପରୀକ୍ଷଣ ୪ଟି ଦେଶରେ ସଫଳ ହୋଇଛି । ସେରମ୍ ଇନଷ୍ଟିଚ୍ୟୁଟ୍ କହିଛି କି ପିଲାମାନଙ୍କୁ ମ୍ୟାଲେରିଆରୁ ରକ୍ଷା କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଞ୍ଜୁରୀ ପାଇଥିବା ଟିକା ମଧ୍ୟରେ ଏହା ଦ୍ୱିତୀୟ ଟିକା।