Top 10 Morning Headlines: ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1896418

Top 10 Morning Headlines: ସକାଳର ୧୦ ବଡ଼ ଖବର

ଚୁଟକୀରେ ପଢି ନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 Morning Headlines: ସକାଳର ୧୦ ବଡ଼ ଖବର

1.ଆଜି ଆନ୍ତର୍ଜାତିକ ଅହିଂସା ଦିବସ: ଅହିଂସାର ପୂଜାରୀ ତଥା ଭାରତ ରାଷ୍ଟ୍ରର ଜନକ ମହାତ୍ମା ଗାନ୍ଧିଙ୍କର ଆଜି ୧୭୪ତମ ଜୟନ୍ତୀ। ସେ ୨ ଅକ୍ଟୋବର ୧୮୬୯ ମସିହାରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଭାରତକୁ ଇଂରେଜ ଶାସନରୁ ମୁକୁଳାଇବା ତଥା ସତ୍ୟ ଓ ଅହିଂସା ଆଧାରରେ ଏକ ନୂଆ ରାଷ୍ଟ୍ରର ନିର୍ମାଣ କରିବାରେ ସେ ଥିଲେ  ମୁଖ୍ୟ ପୁରୋଧା। ତାଙ୍କରି ନେତୃତ୍ୱରେ ସାରା ଦେଶ ଏକାଠି ହୋଇଥିଲା। ଆଉ ତାଙ୍କୁ ଆଜି ରାଷ୍ଟ୍ରଜନକ ଭାବେ  ପୂଜା କରେ। ସାରା ପୃଥିବୀରେ ତାଙ୍କ ଅବଦାନକୁ ସ୍ବୀକାର କରାଯାଏ। ଏଣୁ ଆଜିର ଦିନଟିକୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ଦିଲ୍ଲୀର ରାଜଘାଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଆଜିଠାରୁ ଦେଶରେ ସ୍ବଚ୍ଛତା ଅଭିଯାନ ମଧ୍ୟ ଆରମ୍ଭ   ହୋଇଛି। 

2.ଆଜି ଲାଲ୍‍ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିନ: ଦେଶକୁ ଖାଦ୍ୟ ସଙ୍କଟରୁ ରକ୍ଷା କରିବା, କୃକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ଏବଂ ନିଜର ନୀତିକୁ କୃଷକଙ୍କ ପାଇଁ ଉତ୍ସର୍ଗ କରିବାରେ ଯେଉଁ ପ୍ରଧାନମନ୍ତ୍ରୀ ସହାୟକ ହୋଇଥିଲା ସେ ହେଲେ ଲାଲ୍‍ ବାହାଦୂର ଶାସ୍ତ୍ରୀ।  ଦେଶର ସୁରକ୍ଷା ଲାଗି ଯୁଦ୍ଧ ଯେତିକି ଆବଶ୍ୟକ, ଖାଦ୍ୟ ସୁରକ୍ଷା ବି ସେତିକି ଆବଶ୍ୟକ ବୋଲି ସେ ଅନୁଭବ କରିଥିଲେ। ସେଥିଲାଗି ସ୍ଲୋଗାନ୍‍ ଦେଇଥିଲେ, ‘ଜୟ ଯବାନ, ଜୟ କିଶାନ’। ଉତ୍ତରପ୍ରଦେଶର ବାରଣାସୀ ନିକଟ ମୋଗଲ ସରାଇରେ ଅ୧୦୪ ମସିହା ଆଜିର ଦିନରେ ତାଙ୍କର ଜନ୍ମ ହୋଇଥିଲା। ସେ ୧୮ ମାସ ଭାରତର ପ୍ରଧାନମନ୍ତ୍ରୀ ଥିଲା।  

3.ବିଶ୍ୱ ବାସସ୍ଥାନ ଦିବସ: ଆମ ପାଇଁ ତଥା ଆମ ଆଖପାଖର ପ୍ରତିଟି ପ୍ରାଣୀ ଲାଗି ବାସସ୍ଥାନଟିର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ବାସସ୍ଥାନ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଅକ୍ଟୋବର ମାସର ପ୍ରଥମ ସୋମବାରକୁ ବିଶ୍ୱ ବାସସ୍ଥାନ ଦିବସ ଭାବେ ପାଳନ କରାଯାଉଛି। ୧୯୮୬ ମସିହାରୁ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା, ଯାହାର ଉଦ୍ୟୋକ୍ତା ଥିଲା କେନିୟା। ସେତେବେଳେ ବାସସ୍ଥାନକୁ ନିଜର ଅଧିକାର ଭାବେ ପ୍ରଚାର କରାଯାଇଥିଲା। 

4.ସୌମ୍ୟଙ୍କ ଅବ୍ୟାହତି:  ସମ୍ବାଦର ଅଧ୍ୟକ୍ଷ ପଦରୁ ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଦାୟିତ୍ୱ ନେଇଛନ୍ତି ତାଙ୍କ  ସାନ ଝିଅ ତନୟା ପଟ୍ଟନାୟକ। ଖବରକାଗଜର ମୁଖ୍ୟ ପୃଷ୍ଠାରେ ଏହି ଘୋଷଣା ପ୍ରକାଶ ସାଙ୍ଗକୁ ପ୍ରକାଶକ ଲାଇନ୍‍ ରେ ମଧ୍ୟ ସମ୍ପାଦକଙ୍କ ନାଁ ବଦଳିଛି। ଅର୍ଥାତ୍‍ ଆଜିଠାରୁ ‘ସମ୍ବାଦ’ରେ ପ୍ରକାଶିତ ସମସ୍ତ ଖବର ପାଇଁ ସମ୍ପାଦକ ଭାବେ ତନୟା ଉତ୍ତରଦାୟୀ ରହିବେ। ସେ ପୂର୍ବରୁ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।ନିକଟରେ ବିଜେଡିରୁ ସୌମ୍ୟଙ୍କୁ ବହିଷ୍କାର ଓ ସମ୍ବାଦରେ ଇଓଡବ୍ଲୁ ଚଢ଼ଉକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା।  

5.ସ୍ୱକଳ୍ପ ଅଭିଯାନ: ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଟାରୁ ଉଦ୍ୟୋଗୀ ସମ୍ପର୍କ ଅଭିଯାନ ‘ସ୍ୱକଳ୍ପ’  ଆରମ୍ଭ ହେବ। ଏହା ଏକ ସପ୍ତାହଧରି ଚାଲିବ। ବିଭିନ୍ନ ସ୍ଥାନରେ ଯୁବପିଢ଼ିଙ୍କ ମନରେ ଉଦ୍ୟୋଗୀ ଭାବନା ସୃଷ୍ଟି, ବ୍ୟବସାୟୀଙ୍କ ପ୍ରତି ବ୍ୟାଙ୍କ୍‍ ଋଣ ବ୍ୟବସ୍ଥା କରିବା, ବ୍ୟବସାୟରେ ଆଇନଗତ ଦିଗ ବିଷୟରା ସଚେତନତା ସୃଷ୍ଟି ପ୍ରଭୃତିକୁ ଆଖି ଆଗରେ ରଖି ଆଜିଠାରୁ ଓଡ଼ିଶା ଦକ୍ଷତା ବିକାଶ ନିଗମର ଅଭିଜ୍ଞତାସମ୍ପନ୍ନ ପ୍ରଫେସନାଲ୍‍ମାନେ ଲୋକଙ୍କ ଘର ଘର ବୁଲି ସଚେତନା ସୃଷତ୍ଟି କରିବାର କାର୍ଯ୍ୟକ୍ରମ ରହିଛି। 

6.ଗୁଗଲ୍‍ ଆଣିବ କ୍ରୋମ୍‍ ବୁକ୍‍: ଭାରତୀୟ ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ଗୁଗଲ୍‍ ପକ୍ଷରୁ ଭାରତରେ ନିର୍ମାଣ ହେବ କ୍ରୋମବୁକ୍‍  ଲ୍ୟାପ୍‍ଟପ୍‍। ଏଥିପାଇଁ ଏଚ୍‍ପି ସହ ଗୁଗଲ୍‍ ସହଭାଗୀ ହୋଇଛି ବେଶଳି ଗୁଗଲ୍‍ର ସିଇଓ ସୁନ୍ଦର ପିଚାଇ ଜଣାଇଛନ୍ତି। ଚଳିତ ମାସଠାରୁ ଏହି ଲ୍ୟାପ୍‍ଟପ୍‍ ଉତ୍ପାଦନ କାର୍ଯ୍ୟ ଚେନ୍ନାଇରୁ ଆରମ୍ଭ ହେବ। କ୍ଲାସ୍‍ରୁମ୍‍ ତଥା ସୁରକ୍ଷିତ ବ୍ୟବହାର ଲାଗି ଏହା ସ୍ୱତନ୍ତ୍ର ଅପରେଟିଂ ସିଷ୍ଟମ୍‍ରେ ପରିଚାଳିତ ହେବ। ଡିଜିଟାଲ୍‍ ଶିକ୍ଷାକୁ ପ୍ରୋତ୍ସାହନ ଦେବାରେ ଏହା ସହାୟକ ହେବ ବୋଲି ଗୁଗଲ୍‍ ଆଶା ରଖିଛି। 

7.ସ୍କେଟିଂରେ ବ୍ରୋଞ୍ଜ: ୩୦୦୦ ମିଟର ରିଲେରେ ଭାରତୀୟ ପୁରୁଷ ଓ ମହିଳା ସ୍କଟିଂ ଟିମ୍‍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହାଦ୍ୱାରା ୧୯ତମ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୫୩ରେ ପହଞ୍ଚିଛି। ଏଥିରେ ୧୯ଟି ସ୍ୱର୍ଣ୍ଣ ପଦକ ରହିଥିବାବେଳେ ୨୧ଟି ରୌପ୍ୟ ଓ ୧୯ଟି ବ୍ରୋଞ୍ଜ ପଦକ ରହିଛି। ଗତକାଲି ୧୫ଟି ପଦକ ଅର୍ଜନ କରି ଇତିହାସ ରଚିଥିଲା ଭାରତ। 

8.ହବିଷ୍ୟାଳୀଙ୍କ ପଞ୍ଜିକରଣ: ପୁରୀରେ କାର୍ତ୍ତିକ ମାସ ହବିଷ ବ୍ରତ ପାଳନ ପାଇଁ ରାଜ୍ୟ ସରକାର ଆଗ୍ରହୀଙ୍କ ପଞ୍ଜିକରଣ ଆରମ୍ଭ କରିଛନ୍ତି। ଅନ୍‍ଲାଇନ୍‍ ପୋର୍ଟାଲ୍‍ରେ ଏହି ପଞ୍ଜିକରଣ କରାଯିବ। ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ପଞ୍ଜିକରଣ କରାଯାଇପାରିବ।  ପଞ୍ଜିକରଣ କରିଥିବା ବ୍ୟକ୍ତିଙ୍କୁ ପୁରୀରେ ମାଗଣା ରହଣୀ, ଶ୍ରୀ ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ଅନ୍ୟନ୍ୟ ସୁବିଧା ପ୍ରଦାନ କରାଯିବ। ଅକ୍ଟୋବର ୨୦ ତାରିଖ ଯାଏ ଏହି ପଞ୍ଜିକରଣ ପୋର୍ଟାଲ୍‍ ଖୋଲା ରହିବ।  

9.ପ୍ରବଳ ବର୍ଷା:  ଆଜି ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଗବଡ଼, କେନ୍ଦୁଝର ଓ ସମ୍ବଲପୁର। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଏହି ୫ ଜିଲ୍ଲାରେ ୭୦ରୁ ୨୦୦ ମିମି ଯାଏ ବର୍ଷା ହୋଇପାରେ। ଏଣୁ ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଥିବା ସୁଦୃଶ ଲଘୁଚାପ ବଳୟ ଆଜି ଗ‌ାଙ୍ଗେୟ ପଶ୍ଚିମବଙ୍ଗର ପଶ୍ଚିମ ଭାଗ ଓ ସଂଲଗ୍ନ ଝାଡ଼ଖଣ୍ଡ ଅଞ୍ଚଳରେ ରହିଛି। ଆସନ୍ତା ୨୪ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମମୁହାଁ ହେବାର ସମ୍ଭାବନା ରହିଛି। ଫଳରେ ଆସନ୍ତା ୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

10.ସୁନ୍ଦରଗଡ଼ରେ ୩୦୪ ସ୍କ୍ରବ୍‍ ଟାଇଫସ୍‍ ଆକ୍ରାନ୍ତ: ଜାନୁ୍ଆରି ମାସରୁ ଆଜିର ତାରିଖ ଯାଏ ୩୦୪ ଜଣ ସ୍କ୍ରବ୍‌ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ବଡ଼ଗାଁ ଅଞ୍ଚଳର ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଅନ୍ୟ ସମସ୍ତ ଆକ୍ରାନ୍ତ ସୁସ୍ଥ ଥିବା ସ୍ବାସ୍ଥ୍ୟ ବିଭଗ ସୂଚନା ଦିଆଯାଇଛି।  ଗତକାଲି ୯  ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ୩୪ ରକ୍ତ ନମୁନାରୁ ୯ ପଜିଟିଭ ହୋଇଥିବା କହିଛନ୍ତି ଭାରାପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର  କାହ୍ନୁଚରଣ ନାୟକ।