Advertisement
Article Detail0/zeeodisha/odisha2279148
Zee OdishaOdisha StateOdisha News: ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ଡେବ୍ରିଗଡ ଅଭୟାରଣ୍ୟର ଆଇଲେଣ୍ଡ କେଫେ

Odisha News: ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ଡେବ୍ରିଗଡ ଅଭୟାରଣ୍ୟର ଆଇଲେଣ୍ଡ କେଫେ

Odisha News: ଡେବ୍ରିଗଡ଼ ଅଭୟାରଣ୍ୟରେ ଆଇଲେଣ୍ଡ କେଫେ । ଏବେ ବାଦୁଡ଼ି ଦ୍ବୀପରେ ଆରମ୍ଭ ହୋଇଛି ଆଇଲେଣ୍ଡ କେଫେ । ଚାରିଆଡେ ବିସ୍ତିର୍ଣ୍ଣ ଜଳ ରାଶି ମଝିରେ ବାଦୁଡ଼ି ଦ୍ବୀପ ତା ଭିତରେ ଆଇଲେଣ୍ଡ କେଫେ । ଏଥର ଆର୍ଥିକ ବର୍ଷ ୨୦୨୩-୨୪ ରେ ଡେବ୍ରିଗଡ଼ ଅଭୟାରଣ୍ୟରୁ ସାଢେ ତିନି କୋଟିରୁ ଅଧିକ ଅର୍ଥ ଆଦାୟ ହୋଇଥିବା ସୂଚନା ମିଳିଛି । 

Odisha News: ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ଡେବ୍ରିଗଡ ଅଭୟାରଣ୍ୟର ଆଇଲେଣ୍ଡ କେଫେ

(ଅଜୟ ନାଥ, ସମ୍ବଲପୁର) Odisha News: ଡେବ୍ରିଗଡ଼ ଅଭୟାରଣ୍ୟରେ ଆଇଲେଣ୍ଡ କେଫେ । ଏବେ ବାଦୁଡ଼ି ଦ୍ବୀପରେ ଆରମ୍ଭ ହୋଇଛି ଆଇଲେଣ୍ଡ କେଫେ । ଚାରିଆଡେ ବିସ୍ତିର୍ଣ୍ଣ ଜଳ ରାଶି ମଝିରେ ବାଦୁଡ଼ି ଦ୍ବୀପ ତା ଭିତରେ ଆଇଲେଣ୍ଡ କେଫେ । ଏଥର ଆର୍ଥିକ ବର୍ଷ ୨୦୨୩-୨୪ ରେ ଡେବ୍ରିଗଡ଼ ଅଭୟାରଣ୍ୟରୁ ସାଢେ ତିନି କୋଟିରୁ ଅଧିକ ଅର୍ଥ ଆଦାୟ ହୋଇଥିବା ସୂଚନା ମିଳିଛି । ଶହ ଶହ ଗୟଲ ଖାଦ୍ୟ ଓ ପାଣି ପିଇ ଆସୁଥିବା ଦୃଶ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରୁଛି । ଏହା ସହ ହରିଣ, କୁଟୁରା, ସମ୍ବର, ଭାଲୁ, ବାରହା ମୟୁର ମାଙ୍କଡ଼ ଇତ୍ୟାଦି ପଶୁ ପକ୍ଷୀ ଡେବ୍ରିଗଡ଼ର ଶୋଭାବର୍ଧନ କରୁଛନ୍ତି। ରାଜ୍ୟ ତଥା ଦେଶ ବିଦେଶରୁ ମଧ୍ୟ ପର୍ଯ୍ୟଟକ ମାନେ ଆସି ଏହି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଉଥିବା ବେଳେ ଏଠିକାର ସ୍ଥାନୀୟ ପିଲାଙ୍କୁ ମଧ୍ୟ ରୋଜଗାରର ମାଧ୍ୟମ ଦେଇଛି ଡେବ୍ରିଗଡ଼ ଅଭୟାରଣ୍ୟ । ଏଠାରେ ତାରା ମାନଙ୍କୁ ନିରୀକ୍ଷଣ କରିବା ପାଇଁ ଟେଲିସ୍କୋପ ରହିଥିବା ବେଳେ କଟେଜ ଭିତରୁ ମଧ୍ୟ ସେମାନଙ୍କୁ ନିରୀକ୍ଷଣ କରିବା ବ୍ୟବସ୍ଥା କରାଯାଇଛି ।

Also Read: Shani Surya Yuti 2024: ଶନି ଜୟନ୍ତୀ ପୂର୍ବରୁ ଶନି-ସୂର୍ଯ୍ୟଙ୍କ ମିଳନ, ଲାଭବାନ୍ ହେବେ ଏହି ସବୁ ରାଶି

Also Read: Road Accident: ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୮ ଜୀବନ

Add Zee News as a Preferred Source
About the Author