Odisha News: ଏମିତି ବି ଆସେ ମୃତ୍ୟୁ ! ବସୁ ବସୁ ଟଳି ପଡ଼ିଲେ, ଚାଲିଗଲା ୨ ଜୀବନ...
Advertisement
Article Detail0/zeeodisha/odisha1997165

Odisha News: ଏମିତି ବି ଆସେ ମୃତ୍ୟୁ ! ବସୁ ବସୁ ଟଳି ପଡ଼ିଲେ, ଚାଲିଗଲା ୨ ଜୀବନ...

Odisha News: ମୃତ୍ୟୁ କାହାକୁ କେତେବେଳେ କେମିତି ଆସେ କହିବା ମୁସ୍କିଲ। କୋରାପୁଟ ଜିଲ୍ଲାରେ ଦୁଇ ଦୁଇଟି ମୃତ୍ୟୁ ଏମିତି ହୋଇଛି କେହି କେବେ କଳ୍ପନା ବି କରି ନ ଥିବେ।ନନ୍ଦପୁର ବ୍ଲକ ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ଏପରି ଘଟିଛି ଯେ, ସେ ନିଜେ ବି କେବେ ଭାବି ନ ଥିବେ।

Odisha News: ଏମିତି ବି ଆସେ ମୃତ୍ୟୁ ! ବସୁ ବସୁ ଟଳି ପଡ଼ିଲେ, ଚାଲିଗଲା ୨ ଜୀବନ...

Odisha News: (Reporter: Niroj Satapathy)ମୃତ୍ୟୁ କାହାକୁ କେତେବେଳେ କେମିତି ଆସେ କହିବା ମୁସ୍କିଲ। କୋରାପୁଟ ଜିଲ୍ଲାରେ ଦୁଇ ଦୁଇଟି ମୃତ୍ୟୁ ଏମିତି ହୋଇଛି କେହି କେବେ କଳ୍ପନା ବି କରି ନ ଥିବେ।ନନ୍ଦପୁର ବ୍ଲକ ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ଏପରି ଘଟିଛି ଯେ, ସେ ନିଜେ ବି କେବେ ଭାବି ନ ଥିବେ।ନନ୍ଦପୁର ବ୍ଲକ କୁଲାବିର ପଞ୍ଚାୟତର ତାଲଗୁଡୁ ଗ୍ରାମର ଜଗଦୀଶ ଦୁମୂତା ଆନ୍ଧ୍ରର ବିଜୟୱାଡା ଯାଇଥିଲେ ଦାଦନ ଖଟିବାକୁ। ଧାନ କ୍ଷେତରେ ଧାନ କାଟିବା କାମ କରୁଥିଲେ। ସେଠାରେ ସେ ଅସୁସ୍ଥ ଅନୁଭବ କରିବାପରେ ନିଜ ଘରକୁ ଫେରୁଥିଲେ। ଫେରିବା ରାସ୍ତାରେ ଅଧିକ ଅସୁସ୍ଥ ଅନୁଭବ କରିବାରୁ ଆନ୍ଧ୍ରର ଆରକୁ ଠାରେ ଗତକାଲି ଓହ୍ଲାଇ ପଡ଼ିଥିଲେ। ସେଠାରେ ଏକ ବନ୍ଦ ଦୋକାନ ସମ୍ମୁଖରେ ବସି ରହିଥିଲେ। ସେହି ସମୟରେ ହିଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଖବର ପାଇବା ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ପାଡୁଆ ପୋଲିସର ସହାୟତା ନେଇଛନ୍ତି ମୃତ ଦେହ ଆଣିବା ପାଇଁ। ପାଡୁଆ ପୋଲିସ ଆନ୍ଧ୍ରର ଆରକୁ ପୋଲିସ ସହିତ ଯୋଗାଯୋଗ କରି ମୃତ ଦେହ ଆଣିବା ବ୍ୟବସ୍ଥା କରାଯାଉଛି। ଗୋଟିଏ ପଟେ ବସିଥିବା ଅବସ୍ଥାରେ ମୃତ୍ୟୁ ଆସିଥିବାବେଳେ, ଅନ୍ୟପଟେ ବୋରିଗୁମ୍ମା ଅଞ୍ଚଳରେ ମଧ୍ୟ ଏକ ଅଭାବନୀୟ ମୃତ୍ୟୁ ଘଟିଛି। ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କାମତା ଅଞ୍ଚଳର ଲକ୍ଷ୍ମଣ ମଣ୍ଡଳଙ୍କ ମୃତ୍ୟୁ ଘଟିବା ପରେ ବାପାଙ୍କ ଶେଷ କୃତ୍ୟ ପାଇଁ ଯାଇଥିବା ପୁଅ ବରୁଣ ମଣ୍ଡଳଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ, ପୁଅ ବରୁଣ ଘର ବାରିପଟେ ଏକ ଗଛ ତଳେ ଠିଆ ହୋଇଥିବା ସମୟରେ ଗଛର ଏକ ଡାଳ ମୁଣ୍ଡ ଉପରେ ପଡ଼ିବାରୁ ବରୁଣ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବୋରିଗୁମ୍ମା ମେଡିକାଲ କୁ ନିଆ ଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଶ୍ମଶାନ ରେ ବାପାଙ୍କ ମୃତ ଦେହ ପଡ଼ି ରହିଥିବାବେଳେ, ପୁଅର ମୃତ ଦେହ ମେଡିକାଲ ରେ ରହିଛି। ଏପରି ଦୁଃଖଦ ଅଭାବନୀୟ ଘଟଣା ରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ମୃତ୍ୟୁ କେତେବେଳେ କେମିତି ଆସେ କେହି ବି ଜାଣି ପାରିବେ ନାହିଁ।

Also Read: IGNOU ରେ ବମ୍ପର ଚାକିରି ସୁଯୋଗ, +୩ ପାସ୍ କରିଥିଲେ କରିପାରିବେ ଆବେଦନ...