Odisha Labour: ଅସମ୍ଭବକୁ ସମ୍ଭବ କରି ଦେଖାଇଦେଲେ ରାଟ୍ ହୋଲ୍ ମାଇନର୍ସ । ଯାହା ଆମେରିକା ନିର୍ମିତ ଅଗର ଡ୍ରିଲିଂ ମେସିନ୍ କରିପାରିଲା ନାହିଁ, ତାହା ରାଟ୍ ହୋଲ ମାଇନର୍ସଙ୍କ ପାଇଁ ସମ୍ଭବ ହୋଇପାରିଲା । ସେମାନଙ୍କ ଯୋଗୁଁ ଦୀର୍ଘ  ୧୭ ଦିନ ଧରି ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ୪୧ ଜଣ ଶ୍ରମିକଙ୍କୁ ନୂଆ ଜୀବନ ମିଳିଛି। ଏହି ୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ପ୍ରାୟ ୪୦୦ ଘଣ୍ଟା ଧରି ଚାଲିଥିଲା ରେସ୍କ୍ୟୁ ଅପରେସନ। ଗତକାଲି ଅର୍ଥାତ୍ ମଙ୍ଗଳବାର ଅପରାହ୍ଣ ୨ ଟା ଉଦ୍ଧାର ଶେଷ ପର୍ଯ୍ୟାୟ ନେଇ ଶୁଭ ସୂଚନା ଦେଇଥିଲେ ଉଦ୍ଧାରାକାରୀ ଟିମ୍ । ନିଜ ଜୀବନକୁ ପାଣି ଛଡ଼ାଇ ରାଟ୍ ହୋଲ ମାଇନର୍ସର ସ୍ୱତନ୍ତ୍ର ଟିମ୍ ୨୪ ଘଣ୍ଟା ଭିତରେ ଅନ୍ତିମ ପ୍ରତିବନ୍ଧକ ହଟାଇ ଦେଇଥିଲେ। 


COMMERCIAL BREAK
SCROLL TO CONTINUE READING

ଏହାପରେ ୮୦୦ ମିମି ପାଇପକୁ ଟନେଲ ଭିତରକୁ ପୁସ୍ କରାଯାଇଥିଲା। ତେବେ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ଠିକ୍ ସନ୍ଧ୍ୟା ୭ଟାରେ। ଏନଡିଆରଏଫର ସ୍ୱତନ୍ତ୍ର ଟିମ୍(NDRF Special Team) ଏହି ପାଇପ୍ ଦେଇ ଟନେଲ ଭିତରକୁ ପ୍ରଥମେ ପ୍ରବେଶ କରିଥିଲେ। ସେଠାରେ ଶ୍ରମିକ ମାନଙ୍କର ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତି ଯାଞ୍ଚ କରାଯାଇଥିଲା। ଏହାପରେ ଜଣକ ପରେ ଜଣେ ଶ୍ରମିକଙ୍କୁ ସ୍ୱତନ୍ତ୍ର ଭାବେ ନିର୍ମିତ ଷ୍ଟ୍ରେଚରରେ ଏହି ପାଇପ୍ ଜରିଆରେ ବାହାରକୁ ଅଣାଯାଇଥିଲା। ପାଇପ୍ ଯୋଗେ ପ୍ରଥମ ଶ୍ରମିକ ବାହାରକୁ ଆସିବା ମାତ୍ରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଉଦ୍ଧାରକାରୀ ଟିମ୍ ଓ ଶ୍ରମିକଙ୍କ ପରିବାର ଲୋକ ଆଲିଙ୍ଗନ କରିଥିଲେ। 


ପ୍ରଥମେ ବାହାରିଥିବା ଶ୍ରମିକଙ୍କୁ ଆଲିଙ୍ଗନ ସାବାସୀ ଦେଇ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ(Pushkar Singh Dhami) ରାତି ସାଢେ ୮ଟା ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ସୁଡଙ୍ଗ ଭିତରକୁ ବାହାରକୁ ଆଣାଯାଇ ସରିଥିଲା। ସେପଟେ ଉଦ୍ଧାର ହୋଇଥିବା ୪୧ ଶ୍ରମିକଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ୫ ଜଣ ଶ୍ରମିକ। ସମସ୍ତ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିଛନ୍ତି ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ । ଗତ ୫ ଦିନ ହେଲା ମନ୍ତ୍ରୀ ସାରଦା ନାୟକ ଉତ୍ତରକାଶୀରେ ରହି ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ। ସେପଟେ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ୫ ଶ୍ରମିକ ଘରେ ବା ଓଡ଼ିଶାରେ ପହଞ୍ଚିବେ ବୋଲି ସୂଚନା ରହିଛି। 


ଓଡ଼ିଶାର ୫ ଶ୍ରମିକ(Odisha Labour) ହେଲେ ବାରିପଦାର ବିଶେଶ୍ୱର ନାୟକ, ବେଢାକୁଦର ଧିରେନ ନାୟକ, ଝରିଗାଁର ଭଗବାନ ଭତ୍ରା, କଲଡିହାର ରାଜୁ ନାୟକ, ଚାଳିଶଚେନ୍ ଗାଁର ତପନ ମଣ୍ଡଳ । ପ୍ରଥମ ପର୍ଯ୍ୟାୟରେ ଉଦ୍ଧାର ହୋଇଥିବା ୫ ଶ୍ରମିକଙ୍କ ମଧ୍ୟରେ ଥିଲେ ୨ ଓଡ଼ିଆ । ଆଉ ଏହି ଖବର ମିଳିବା ପରେ ଗାଁରେ ଖୁସିର ଲହରୀ ଖେଳିଯାଇଥିଲା। ଦୀପାବଳି ସକାଳେ ସୁଡଙ୍ଗ ଭିତରେ ଫଶିଥିବା ଏହି ୫ ଓଡ଼ିଆ ଶ୍ରମିକଙ୍କ ଘରେ ସେଦିନ ଦୀପ ବାଣ ଜଳିନଥିଲା ସତ ହେଲେ ପୁଅ ସୁଡଙ୍ଗରୁ ଉଦ୍ଧାର ହେବା ପରେ ଗାଁରେ ବାଣ ଫୁଟାଇ ଉତ୍ସବ ପାଳନ କରାଯାଇଖିଲେ। ଅନ୍ୟପଟେ ଆସନ୍ତାକାଲି ଗାଁକୁ ଫେରିବା ନେଇ ସୂଚନା ରହିଥିବା ବେଳେ ଶ୍ରମିକଙ୍କୁ ଭବ୍ୟ ସ୍ୱାଗତ କରାଯିବା ନେଇ ଗାଁ ଲୋକ ପ୍ରସ୍ତୁତି କଲେଣି।  


Also Read: Tunnel Rescue: ଉଦ୍ଧାର ହେଲା ୪୧ ଜୀବନ, କାମ ଦେଲା ଆର୍ନୋଲ୍ଡ ଡିକ୍ସଙ୍କ ଏହି ରଣନୀତି !


Also Read: India vs Australia T20 Match 2023: ବିଶ୍ୱକପ୍ ପରେ ଟି-୨୦ ମୁକାବିଲାରେ ପୁନର୍ବାର ବ୍ୟାଟିଂ ଯାଦୁ ଦେଖାଇଲେ ଗ୍ଲେନ୍ ମ୍ୟାକ୍ସୱେଲ