India vs Australia T20 Match 2023: ବିଶ୍ୱକପ୍ ପରେ ଟି-୨୦ ମୁକାବିଲାରେ ପୁନର୍ବାର ବ୍ୟାଟିଂ ଯାଦୁ ଦେଖାଇଲେ ଗ୍ଲେନ୍ ମ୍ୟାକ୍ସୱେଲ
Advertisement
Article Detail0/zeeodisha/odisha1983356

India vs Australia T20 Match 2023: ବିଶ୍ୱକପ୍ ପରେ ଟି-୨୦ ମୁକାବିଲାରେ ପୁନର୍ବାର ବ୍ୟାଟିଂ ଯାଦୁ ଦେଖାଇଲେ ଗ୍ଲେନ୍ ମ୍ୟାକ୍ସୱେଲ

India vs Australia 3rd T20 Match 2023 Highlights: ନଭେମ୍ବର ୨୮ ତାରିଖ ମଙ୍ଗଳବାର ଗୌହାଟି କ୍ରିକେଟ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ତୃତୀୟ ଟି୨୦ ମୁକାବିଲାରେ ଭାରତୀୟ ଦଳକୁ ୫ ୱିକେଟ ବ୍ୟବଧାନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ ଟିମ୍। 

India vs Australia T20 Match 2023: ବିଶ୍ୱକପ୍ ପରେ ଟି-୨୦ ମୁକାବିଲାରେ ପୁନର୍ବାର ବ୍ୟାଟିଂ ଯାଦୁ ଦେଖାଇଲେ ଗ୍ଲେନ୍ ମ୍ୟାକ୍ସୱେଲ

India vs Australia 3rd T20 Match 2023 Result: ୨୦୨୩ ବିଶ୍ୱକପ୍ ପରେ ପୁଣିଥରେ ଟି-୨୦ ମୁକାବିଲାରେ ନିଜର ବ୍ୟାଟିଂ ଯାଦୁ ଦେଖାଇଛନ୍ତି ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ୍ ମ୍ୟାକ୍ସୱେଲ। ନଭେମ୍ବର ୨୮ ତାରିଖ ମଙ୍ଗଳବାର ଗୌହାଟି କ୍ରିକେଟ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ତୃତୀୟ ଟି୨୦ ମୁକାବିଲାରେ ଭାରତୀୟ ଦଳକୁ ୫ ୱିକେଟ ବ୍ୟବଧାନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ ଟିମ୍। ପ୍ରଥମେ ବ୍ୟାଟି କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୨୨ ରନ୍ ସ୍କୋର କରିଥିଲା। ହେଲେ ୨୨୩ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ଟିମ୍ ୫ ୱିକେଟ ହରାଇ ୨୨୫ ରନ୍ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ୍ ମ୍ୟାକ୍ସୱେଲ ଦଳ ଲାଗି ଅପରାଜିତ ଇନିଂସ ଖେଳିଥିଲେ। ସେ ୪୮ ବଲ ଖେଳି ୧୦୪ ରନ୍ ସଂଗ୍ରହ କରିଥିଲେ।

ଟି-୨୦ ସିରଜ୍ ରେ ପ୍ରଥମ ବିଜୟ ହାସଲ କଲା ଅଷ୍ଟ୍ରେଲିଆ ଟିମ୍
ଚଳିତ ବର୍ଷ ବିଶ୍ୱକପ୍ ପରେ ଆୟୋଜିତ ହୋଇଥିବା ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ରେ ପ୍ରଥମ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ ଟିମ୍। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ପ୍ରଥମେ ଦୁଇଟି ଟି-୨୦ ମୁକାବିଲାରେ ବିଜୟୀ ହୋଇସାରିଛି। ତୃତୀୟ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଦଳ ଏକ ବଡ଼ ସ୍କୋର କରିଥିଲା। ହେଲେ ଦଳର ବୋଲର ସେପରି କୌଣସି ପ୍ରଭାବଶାଳୀ ପ୍ରଦର୍ଶନ କରି ପାରିନଥିଲେ। ଏହା ପରେ ଗ୍ଲେନ୍ ମ୍ୟାକ୍ସୱେଲ ତାଙ୍କର ବିସ୍ଫୋରକ ବ୍ୟାଟିଂ ସହିତ ଭାରତୀୟ ଦଳର ବୋଲର ଙ୍କ ଆଶାକୁ ଭାଙ୍ଗି ଦେଇଥିଲେ। ଏହି ଟି-୨୦ ସିରିଜ୍ ର ଚତୁର୍ଥ ମ୍ୟାଚ୍ ଡିସେମ୍ବର ୧ ତାରିଖ ଶୁକ୍ରବାର ରାୟପୁର ଠାରେ ଖେଳାଯିବ।

ଗ୍ଲେନ୍ ମ୍ୟାକ୍ସୱେଲଙ୍କ ତିଷ୍ଠି ପାରିଲେ ନାହିଁ ଭାରତୀୟ ବୋଲର 
ଇନିଂସ ଶେଷ ଓଭର ବେଳକୁ ଅଷ୍ଟ୍ରେଲିଆ ଟିମ୍ ୨୧ ରନ୍ ଆବଶ୍ୟକ କରୁଥିଲା। ସେତେବେଳେ ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ମାଥ୍ୟୁ ୱେଡ୍ ପଡ଼ିଆରେ ଦଳ ଲାଗି ବ୍ୟାଟିଂ ପାଳି ସମ୍ଭାଳୁଥିଲେ। ପ୍ରସିଦ୍ଧି କୃଷ୍ଣାଙ୍କ ଓଭର ବେଳକୁ ମାଥ୍ୟୁ ୱେଡ ଚୌକା ମାରିବା ସହ ଗୋଟିଏ ସିଙ୍ଗଲ୍ ନେଇ ମ୍ୟାକ୍ସୱେଲଙ୍କୁ ଷ୍ଟ୍ରାଇକ୍ ଦେଇଥିଲେ। ମ୍ୟାକ୍ସୱେଲ ତୃତୀୟ ବଲରେ ଛକା ମାରିବା ସହ ସେ ଲଗାତାର ଦୁଇଟି ଚୌକା ମାରିଥିଲେ। ଶେଷ ବଲ୍ ରେ ୨ ରନ୍ ଆବଶ୍ୟକ 
ରହିଥିଲା। ହେଲେ ମ୍ୟାକ୍ସୱେଲ ଶେଷ ବଲ୍ ରେ ଦଳକୁ ବିଜୟୀ କରିଥିଲେ। ମ୍ୟାକ୍ସୱେଲ ୪୮ ବଲ ଖେଳି ୧୦୪ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ୮ ଚୌକା ଏବଂସ ୮ ଛକା ସାମିଲ ରହିଥିଲା।

ଋତୁରାଜଙ୍କ ପ୍ରଥମ ଟି୨୦ ଆନ୍ତର୍ଜାତୀୟ ଶତକ
ଏହାପୂର୍ବରୁ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାୟକୱାଡ ୧୨୩ ରନ୍ ସ୍କୋର ଏକ ଲମ୍ବା ପାଳିଥିଲେ। ହେଲେ ମ୍ୟାକ୍ସୱେଲ ଋତୁରାଜଙ୍କ ଶତକଙ୍କୁ ବୃଥା ବୋଲି ପ୍ରମାଣିତ କରିଥିଲେ। ଟସ୍ ହାରିବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା। ଦଳ ୨୪ ରନ୍ ସଂଗ୍ରହ କରିବା ବେଳକୁ ୨ ୱିକେଟ୍ ହରାଇ ସାରିଥିଲା। ଏହା ପରେ ଋତୁରାଜ ଏବଂ ସୂର୍ଯ୍ୟକୁମାର ଭାରତୀୟ ଦଳ ବ୍ୟାଟିଂ ଇନିଂସ ନେଇଥିଲେ। ଓପନର୍ ଋତୁରାଜ  ୫୭ ବଲ ଖେଳି ୧୩ ଚୌକା ଏବଂ ୭ ଛକା ସହାୟତାରେ ୧୨୩ ରନ୍ ର ଅପରାଜିତ ଇନିଂସ ଖେଳିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ୩୯ ରନ ସଂଗ୍ରହ କରିଥିବାବେଳେ ତିଲକ ବର୍ମା ୩୧ ରନ୍ ର ଅପରାଜିତ ଇନିଂସ ଖେଳିଥିଲେ।

ମ୍ୟାକ୍ସୱେଲଙ୍କ ସ୍ମରଣୀୟ ଶତକ
୨୨୩ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ଟିମ୍ ବ୍ୟାଟିଂ ଇନିସଂ ଆରମ୍ଭରୁ ସେତେ ଭଲ ନଥିଲା। ଦଳ ୬୮ ରନ୍ ସ୍କୋର କରିବା ବେଳକୁ ୩ ୱିକେଟ୍ ହରାଇ ସାରିଥିଲା। ଏହା ପରେ ସ୍ଥିତି ସମ୍ଭାଳିବା ପାଇଁ ପଡ଼ିଆକୁ ଆସିଥିଲେ ଶକ୍ତିଶାଳୀ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ। ଯିଏ ମାଥ୍ୟୁ ୱେଡଙ୍କ ସହ ଷଷ୍ଠ ୱିକେଟ୍ ପାଇଁ ୯୧ ରନ୍ ର ଅପରାଜିତ ଭାଗିଦାରୀ କରିଥିଲେ। ଯେଉଁଥିରେ ୱେଡଙ୍କ ଅବଦାନ ୨୮ ରନ୍ ରହିଥିଲା। ସେ ୧୬ ବଲ ଖେଳି ୩ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଓପନର୍ ଟ୍ରାଭିସ୍ ହେଡ୍ ୧୮ ବଲ ଖେଳି ୮ ଚୌକା ସହାୟତାରେ ୩୫ ରନ୍ ଯୋଡିଥିଲେ। ଭାରତୀୟ ଦଳ ପାଇଁ ରବି ବିଷ୍ଣୋୟୀ ୩୨ ରନ୍ ବ୍ୟୟ କରି ୨ ୱିକେଟ୍ ନେଇଥିଲେ। ସେହିପରି ଅର୍ଶଦୀପ ସିଂହ, ଆବେଶ ଖାନ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଥିଲେ।