ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ରାଜସ୍ୱ ସହାୟକ
Advertisement
Article Detail0/zeeodisha/odisha2394097

ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ରାଜସ୍ୱ ସହାୟକ

Vigilance Raid: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କନିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଚୌଧୁରୀ ପୁପୁନ କୁମାର ଦାଶ ଏହି ବିଲ୍ ପାଇଁ ଡିଲ୍‌ କରିଥିଲେ।

ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ରାଜସ୍ୱ ସହାୟକ

ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ରାଜସ୍ୱ ସହାୟକ। ବକେୟା ବିଲ୍‌ କରାଇଦେବାକୁ କହି ଯନ୍ତ୍ରୀ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ଟିମ୍‌ ଅଧିକାରୀଙ୍କ ଅଫିସ୍‌, ସରକାରୀ କ୍ୱାର୍ଟର୍ସ ଓ ପୌତୃକ ଘରେ ଚଢ଼ଉ ଜାରି ରଖିଛି। 

ତେବେ ୨୦୨୧-୨୨ ମସିହାରେ ବୌଦ୍ଧ ଜିଲ୍ଲା ମ୍ୟୁଜିୟମ୍‌ରେ ଭୁବନେଶ୍ୱରର ଏକ ଠିକା ସଂସ୍ଥା ଆକ୍ୟୁରମ୍‌ ପ୍ରକଳ୍ପ କରିଥିଲା। ହେଲେ ସେହି ପ୍ରକଳ୍ପର ପୂର୍ଣ୍ଣାଙ୍ଗ ବିଲ୍‌ ମିଳୁନଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କନିଷ୍ଠ ରାଜସ୍ୱ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଚୌଧୁରୀ ପୁପୁନ କୁମାର ଦାଶ ଏହି ବିଲ୍ ପାଇଁ ଡିଲ୍‌ କରିଥିଲେ। ୨୫ ହଜାର ଟଙ୍କା ଦେଲେ ଫାଇନାଲ୍‌ କରି ଦିଆଯିବ ବୋଲି ଶ୍ରୀ ଦାଶ କହିଥିଲେ। ଏନେଇ ଠିକା ସଂସ୍ଥା ପକ୍ଷରୁ ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା। ଭିଜିଲାନ୍ସ ଟିମ ପୂର୍ବ ପ୍ରସ୍ତୁତି ଅନୁସାରେ ଯୋଜନା କରି ୨୫ହଜାର୍ ଲାଞ୍ଚ ନେଉଥିବା ବେଳେ ମାଡ଼ି ବସି ଥିଲା।