ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ; ରହିଛି ୧୮ଟି ପ୍ଲଟ
Advertisement
Article Detail0/zeeodisha/odisha2541957

ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ; ରହିଛି ୧୮ଟି ପ୍ଲଟ

Vigilance raid: ଜୟପୁର ଘର ଓ ପୌର କାର୍ଯ୍ୟାଳୟ, ଆସ୍କା ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରାଯାଇଛି। ୨୦୧୧ରେ ଆଡ଼ହକ ଆସିଷ୍ଟାଣ୍ଡ ଇଂଜିନିୟର ଭାବେ ଯୋଗ ଦେଇଥିଲେ। ସେତେବେଳେ ମାତ୍ର ୧୪ ହଜାର ଟଙ୍କା ଥିଲା ଦରମା। ୨୦୧୬ ରେ ଓପିଏସସି ଦେଇ ନିୟମିତ ହୋଇଥିଲେ । ଚଢ଼ାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ଦୁଇ ଜଣ ଡ଼ିଏସପି, ୮ଜଣ ଇନିସ୍ପେକ୍ଟର, ୬ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି। 

ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ; ରହିଛି ୧୮ଟି ପ୍ଲଟ

ଜୟପୁର: ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କର ବିପୁଳ ସମ୍ପତ୍ତି ଠାବ। ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କର ୨ଟି ବହୁତଳ କୋଠା ମିଳିଥିବା ବେଳେ ଭୁବନେଶ୍ୱରରେ ୬ଟି ପ୍ଲଟ୍‌ ସମେତ ମୋଟ ୧୮ପ୍ଲଟ୍‌ ମିଳିଛି। ସେଥିରୁ କେବଳ ଭୁବନେଶ୍ୱର ଗୋଠପାଟଣାରେ ୫ଟି ପ୍ଲଟ ରହିଛି। ସେହିପରି ୮୫୦ ଗ୍ରାମର ସୁନା ଠାବ ହୋଇଛି। ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ବ୍ୟାଙ୍କ ଜମା ଓ ବୀମା ଜାଣିବାକୁ ତଲାସୀ ଜାରିରଖିଛି ଭିଜିଲାନ୍ସ। ବିଶ୍ୱନାଥଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ କରୁଛି। 

ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ରଙ୍କ ଘରେ ରେଡ୍ ହୋଇଥିଲା। ଜୟପୁର ଘର ଓ ପୌର କାର୍ଯ୍ୟାଳୟ, ଆସ୍କା ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରାଯାଇଛି। ୨୦୧୧ରେ ଆଡ଼ହକ ଆସିଷ୍ଟାଣ୍ଡ ଇଂଜିନିୟର ଭାବେ ଯୋଗ ଦେଇଥିଲେ। ସେତେବେଳେ ମାତ୍ର ୧୪ ହଜାର ଟଙ୍କା ଥିଲା ଦରମା। ୨୦୧୬ ରେ ଓପିଏସସି ଦେଇ ନିୟମିତ ହୋଇଥିଲେ । ଚଢ଼ାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ଦୁଇ ଜଣ ଡ଼ିଏସପି, ୮ଜଣ ଇନିସ୍ପେକ୍ଟର, ୬ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି।