Khordha News: ଖରାଦିନେ ଜଳକଷ୍ଟ, କଜଳା ଡ଼୍ୟାମର ରକ୍ଷଣାବେକ୍ଷଣ କରିବା ପାଇଁ ଦାବି
Advertisement

Khordha News: ଖରାଦିନେ ଜଳକଷ୍ଟ, କଜଳା ଡ଼୍ୟାମର ରକ୍ଷଣାବେକ୍ଷଣ କରିବା ପାଇଁ ଦାବି

Khordha News: ସାରା ରାଜ୍ୟରେ ଏବେ ପ୍ରଚଣ୍ଡ ରୌଦ୍ରତାପ (Heatwave)। ଏହା ସାଂଗକୁ ଚାରିଆଡ଼େ ପାନୀୟ ଜଳର ଉତ୍କଟ ଅଭାବ (water problem)। ଏପରି ଜଳକଷ୍ଟ ସମୟରେ କଜଳା ଡ଼୍ୟାମର ପାଣିକୁ ସୁବିନିଯୋଗ କରି ୬ଟି ମୌଜାର ଚାଷୀମାନେ ସୁନାର ଫସଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ପଢନ୍ତୁ ରିପୋର୍ଚ...

Khordha News: ଖରାଦିନେ ଜଳକଷ୍ଟ, କଜଳା ଡ଼୍ୟାମର ରକ୍ଷଣାବେକ୍ଷଣ କରିବା ପାଇଁ ଦାବି

Khordha News: ସାରା ରାଜ୍ୟରେ ଏବେ ପ୍ରଚଣ୍ଡ ରୌଦ୍ରତାପ (Heatwave)। ଏହା ସାଂଗକୁ ଚାରିଆଡ଼େ ପାନୀୟ ଜଳର ଉତ୍କଟ ଅଭାବ (water problem)। ଏପରି ଜଳକଷ୍ଟ ସମୟରେ କଜଳା ଡ଼୍ୟାମର ପାଣିକୁ ସୁବିନିଯୋଗ କରି ୬ଟି ମୌଜାର ଚାଷୀମାନେ ସୁନାର ଫସଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତେବେ ଡ଼୍ୟାମର ପୁର୍ନଉଦ୍ଧାର କରାଯିବା ସହ କେନାଲ ଗୁଡ଼ିକୁ ସଫା କରାଗଲେ ଆହୁରୀ ଅନେକ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ଜଟଣୀ ବ୍ଲକର ଅଙ୍ଗାରପଡା ପଂଚାୟତର ଶତାଧିକ ଚାଷୀ ମତବ୍ୟକ୍ତ କହିଛନ୍ତି ।

ସାରା ରାଜ୍ୟରେ ଏବେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଛି  (Heatwave) । ଏବଂ ଖରାର ପ୍ରକୋପ ବଢିବା ସାଂଗକୁ ଜଳସଂକଟ, ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ଏଭଳି ସ୍ଥଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଂଗାରପଡ଼ା ପଂଚାୟତର ମାନପୁର, କରଡ଼ାପଲ୍ଲୀ, ମାଜଣା, ମହୁଲ, ମିନିଚିନ୍‌ପାଟଣା ଓ ଅଂଗାରପଡ଼ା ଗ୍ରାମର ଶତାଧିକ ଚାଷୀ କଜଳା ଡ଼୍ୟାମ ପାଣିକୁ ସଦୁପୋଯୋଗ କରି ଧାନ ଓ ପନିପରିବା ଚାଷ କରିଛନ୍ତି । ଅନ୍ୟପଟେ କେନାଲ ମରାମତି ଆଳରେ ଠିକାଦାରମାନେ ଅସମୟରେ ପାଣି ଛାଡ଼ୁଥିବାରୁ ବହୁ ଜଳ ନଷ୍ଟ ହେଉଥିବା ଚାଷୀମାନେ କହିଛନ୍ତି । କଜଳା ଡ଼୍ୟାମକୁ ଲାଗିକରି ଥିବା ୫/୭ଟି ଗାଁର ଚାଷୀମାନେ ୫୧୮ହେକ୍ଟର ଜମିରେ ଖରିଫ୍ ଫସଲ କରୁଥିବା ବେଳେ, ୧୨୨ହେକ୍ଟର ଜମିରେ ରବି ଫସଲ କରିଥାନ୍ତି । କିନ୍ତୁ କେନାଲ ଗୁଡ଼ିକ ଧିରେ ଧିରେ ପୋତି ଯିବାରୁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଂଚି ପାରୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।

Also Read: Mo Bus: ରଥଯାତ୍ରା ପାଇଁ ପୁରୀକୁ କାଲିଠୁ ଗଡି଼ବ ଏହି ସବୁ ରୁଟରେ 'ମୋ ବସ୍', ଚେକ୍ କରି ନିଅନ୍ତୁ ପୂରା ତାଲିକା

Also Read: Jharsuguda News: ଝାରସୁଗୁ଼ଡା ମୁଖ୍ୟ ଚିକିତ୍ସାଳୟରେ 'ଶବ'ର ହେଲା ରକ୍ତ ପରୀକ୍ଷା, ଅକ୍ସିଜେନ୍‌ ଲଗାଇଲେ ଡାକ୍ତର !

Also Read:  Horoscope Today 21 June 2023: ଆଜି ଏହି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ଚନ୍ଦକା ଜଂଗଲକୁ ଲାଗି ରହିଥିବା ଏହି କଜଳା ଡ଼୍ୟାମର ପାଣି ଉପରେ ହାତୀଙ୍କ ଠାରୁ ଆରମ୍ଭ କରି ଅନେକ ଜୀବଜନ୍ତୁ ନିର୍ଭର କରନ୍ତି । ଏହାର ପୁର୍ନଉଦ୍ଧାର କିମ୍ବା ରକ୍ଷଣା ବେକ୍ଷଣ ପାଇଁ ସରକାର ତତ୍ପରତା ପ୍ରକାଶ କରୁନଥିବାରୁ ଚାଷୀମାନେ ସାମାନ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ବିଶେଷ କରି ଡ଼୍ୟାମ ପାଣି ଯେଉଁ କେନାଲ ଦେଇ ଯାଉଛି, ସେହି କେନାଲର ମୁହଁ ଗୁଡ଼ିକ ପୋତି ହୋଇଯାଇଥିବାରୁ ପ୍ରର୍ଯ୍ୟାପ୍ତ ପାଣି କେନାଲ ଦେଇ ଆସିପାରୁନାହିଁ (Heatwave)  । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସଂତୋଷ ଦେଖିବାକୁ ମିଳିଛି । କଜଳା ଡ଼୍ୟାମରୁ ବାହାରିଥିବା ଦୁଇଟି କେନାଲ ବାମକୁ ୨୫୨୦ ମିଟର ଓ ଦକ୍ଷିଣକୁ ୨୩୦୦ମିଟର ଲମ୍ବିଥିବା ବେଳେ, ଖରାଦିନେ ପାଣି (Heatwave)  ଶେଷମୁଣ୍ଡ ପର୍ଯ୍ୟନ୍ତ ପହଂଚିପାରୁନାହିଁ । ତେଣୁ ବିଭାଗୀୟ କତ୍ରୁ୍ରପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

Also Read: School Reopen 2023: ଖରା ଛୁଟି ପରେ ଆଜିଠୁ ଖୋଲିବ ସ୍କୁଲ, ଏହି ସବୁ ଜିଲ୍ଲାରେ ହେବ କାଲିଠୁ ସକାଳୁଆ ସ୍କୁଲ

Also Read:  Rice Remedies: ଘରେ ଥିବା ଚାଉଳର ଏମିତି କରନ୍ତୁ ବ୍ୟବହାର, କେବେ ବି ହେବନି ଟଙ୍କାର ଅଭାବ