Weather Update: ଜାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ, ୧୫ ଡିଗ୍ରୀ ତଳେ ୧୮ ସହର
Advertisement
Article Detail0/zeeodisha/odisha2011674

Weather Update: ଜାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ, ୧୫ ଡିଗ୍ରୀ ତଳେ ୧୮ ସହର

Weather Update: ପଶ୍ଚିମରୁ ଦକ୍ଷିଣ ଓ ଉତ୍ତରରୁ ଉପକୂଳ ସବୁଠି ଜାଡ଼ର ମାଡ଼ରେ ଥରହର ଜନଜୀବନ । ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହୁଥିବା ବେଳେ ପାହାଡ଼ିଆ ଅଞ୍ଚଳରେ ରାତିର ତାପମାତ୍ରା ଲଗାତର ତଳ ମୁହାଁ ହେଉଛି ।

ସୌ(ସୋସିଆଲ ମିଡିଆ)

Weather Update: ରାଜ୍ୟରେ ଧୀରେ ଧୀରେ ବଢି ଚାଲିଛି ଶୀତର ପ୍ରକୋପ । ପଶ୍ଚିମରୁ ଦକ୍ଷିଣ ଓ ଉତ୍ତରରୁ ଉପକୂଳ ସବୁଠି ଜାଡ଼ର ମାଡ଼ରେ ଥରହର ଜନଜୀବନ । ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହୁଥିବା ବେଳେ ପାହାଡ଼ିଆ ଅଞ୍ଚଳରେ ରାତିର ତାପମାତ୍ରା ଲଗାତର ତଳ ମୁହାଁ ହେଉଛି ।

ସୂଚନାଯୋଗ୍ୟ, ପଶ୍ଚିମ ଓ ଉତ୍ତର- ପଶ୍ଚିମ ଦିଗରୁ ଥଣ୍ତା ଶୁଷ୍କ ବାୟୁ ପ୍ରଭାବିତ ହେଉଥିବାରୁ ଲଗାତର ତାପମାତ୍ରା ଖସିବାରେ ଲାଗିଛି । ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Department ) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଗତ ୨୪ ଘଣ୍ଟା ଭିତରେ ୭ ଡିଗ୍ରୀ ତାପମାତ୍ରା ସହ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ସବୁଠାରୁ ଥଣ୍ତା ସହର ହୋଇଥିବା ବେଳେ ଫୁଲବାଣୀରେ ତାପମାତ୍ରୀ ୯ ଡିଗ୍ରୀ ରେର୍କଡ଼ କରାଯାଇଥିଲା। ସେହିପରି ଦାରିଙ୍ଗବାଡ଼ିରେ ୯.୫, କେନ୍ଦୁଝରରେ ୧୦.୨, କୋରାପୁଟରେ ୧୦.୪, ସୁନ୍ଦରଗଡ଼ରେ ୧୦.୬, ସିମିଳିଗୁଡ଼ାରେ ୧୦.୭, ରାଉରକେଲାରେ ୧୧.୯, ଝାରସୁଗୁଡ଼ା ଓ ଭବାନୀପାଟଣାରେ ୧୨, ତାଳଚେରରେ ୧୩, ଢେଙ୍କାନାଳ ଓ ନବରଙ୍ଗପୁରରେ ୧୩.୬, କେନ୍ଦ୍ରାପଡ଼ାରେ ୧୩.୮, ଜଗତ୍‌ସିଂହପୁରରେ ୧୩.୯, ନୟାଗଡ଼ ଓ ବୌଦ୍ଧରେ ୧୪ ଓ ସମ୍ବଲପୁରରେ ୧୪.୭ ଡିଗ୍ରୀ ରେକର୍ଡ କରାଯାଇଛି।

ତେବେ ଆଗାମୀ କିଛି ଦିନ ଯାଏଁ ପାରଦ ଏପରି ତଳମୁହାଁ ରହିବ । ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ତା ବାୟୁ ରାଜ୍ୟ ମଧ୍ୟରେ ପ୍ରବାହିତ ହେଉଥିବାରୁ ରାଜ୍ୟରେ ଶୀତର ଲହରି ଜାରି ରହିଛି । ତେବେ କିଛି ଦିନ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡି଼ଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Also Read-Ayodhya Ram Mandir: ମୁସଲିମ୍ ମୂର୍ତ୍ତିକାର ବାପ-ପୁଅ ଗଢୁଛନ୍ତି ରାମଲଲାଙ୍କ ମୂର୍ତ୍ତି