Weather Update: ୧୫ରେ ଲଘୁଚାପ! ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha1954331

Weather Update: ୧୫ରେ ଲଘୁଚାପ! ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

Weather: ୧୫ ତାରିଖ ବେଳକୁ ଏହି ଘୂର୍ଣ୍ଣବଳୟ ଲଘୁଚାପରେ ପରିଣତ ହେବ । ଏହାପରେ ଏହା ଗଭୀର ଅବପାତରେ ପରିଣତ ହୋଇ ଡିପ୍ ଡି଼ପ୍ରେସନରେ ପରିଣତ ହୋଇ ଉତ୍ତର ଦିଗକୁ ଗତି କରିବା ସହ ଓଡ଼ିଶା ଉପକୂଳମୁହାଁ ହେବ । 

ସୌ(ସୋସିଆଲ ମିଡିଆ)

Weather Update: ଆସନ୍ତା ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବ । ୧୫ ତାରିଖ ବେଳକୁ ଏହି ଘୂର୍ଣ୍ଣବଳୟ ଲଘୁଚାପରେ ପରିଣତ ହେବ । ଏହାପରେ ଏହା ଗଭୀର ଅବପାତରେ ପରିଣତ ହୋଇ ଡିପ୍ ଡି଼ପ୍ରେସନରେ ପରିଣତ ହୋଇ ଉତ୍ତର ଦିଗକୁ ଗତି କରିବା ସହ ଓଡ଼ିଶା ଉପକୂଳମୁହାଁ ହେବ । ତେବେ ଏହି ଅବପାତ ବାତ୍ୟାର ରୂପ ନେବ କି ନାହିଁ ତାହା ଆଗମୀ ୩ରୁ ୪ ଦିନ ମଧ୍ଯରେ ସ୍ପଷ୍ଟ ହେବ ।

ସୂଚନା ଥାଉ କି, ଲଘୁଚାପ ଓଡ଼ିଶା ଉପକୂଳ ଦେଇ ଗତି କରିବା ବେଳେ ରାଜ୍ୟରେ ପାଗ କୋହଲିଆ ରହିବ । ଏହା ପ୍ରଭାବରେ ଆସନ୍ତା ୧୫ରୁ ୨୦ ତାରିଖ ମଧ୍ଯରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ବିଶେଷ କରି- ଉପକୂଳବର୍ତ୍ତୀ ଜିଲ୍ଲା ଯଥା, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ନୟାଗଡ଼ରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେପଟେ କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ବାଲେଶ୍ବର, ମୟୁରଭଞ୍ଜ, ଅନୁଗୁଳ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ଝଡ଼ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ଅନ୍ୟପଟେ ଗତ କିଛିଦିନ ହେବ ରାଜ୍ୟରେ ପାରଦ ତଳମୁହାଁ ହୋଇଥିବା ବେଳେ କନ୍ଧମାଳରେ ଶୀତ ବଢିଛି। ଫୁଲବାଣୀ ସମେତ ଚକାପାଦ, ଫିରିଙ୍ଗିଆ, ଜି. ଉଦୟଗିରି, କୋଟଗଡ଼, ତୁମୁଡ଼ିବନ୍ଧ ଓ ଦାରିଙ୍ଗବାଡି଼ର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପରିମାଣ ବଢିଛି। ଶୁକ୍ରବାର ଉଭୟ ଦାରିଙ୍ଗବାଡି଼ ଓ ଫୁଲବାଣୀର ତାପମତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି।

Also Read-କୋଲକତାରୁ ପାରଦୀପ ଆସୁଥିବା ବସରେ ଅଗ୍ନିକାଣ୍ଡ: ଜଣେ ମୃତ, ଅନେକ ଆହତ

Also Read-Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର