ବିଦାୟ ନେବ ମୌସୁମୀ: ଆଜିଠୁ ଆରମ୍ଭ ହେବ ପ୍ରକ୍ରିୟା, ୯ ଜିଲ୍ଲାରେ ବର୍ଷା ସମ୍ଭାବନା
Advertisement

ବିଦାୟ ନେବ ମୌସୁମୀ: ଆଜିଠୁ ଆରମ୍ଭ ହେବ ପ୍ରକ୍ରିୟା, ୯ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ଚଳିତ ବର୍ଷ ଏହି ସମୟରେ ରାଜ୍ୟରୁ ମୌସୁମୀ ଫେରିଯାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। 

ସୌ(ସୋସିଆଲ ମିଡିଆ)

Weather Update: ବିବାୟ ନେବ ମୌସୁମୀ (Monsoon 2023) । ଆଜିଠୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୨୪ ଘଣ୍ଟା ମଧ୍ଯରେ ରାଜସ୍ଥାନରୁ ମୌସୁମୀ ବିବାୟ ନେବ, ଏଥିନେଇ ପାଗ ଅନୁକୂଳଥିବା ପାଣିପାଗ ବିଭାଗ କହିଛି ।

ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଲାଗି ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ସାଧାରଣତଃ ଅକ୍ଟୋବର ୧୫ ତାରିଖ ବେଳକୁ ରାଜ୍ୟରେ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ତେବେ ଚଳିତ ବର୍ଷ ମଧ୍ୟ ଏହି ସମୟରେ ରାଜ୍ୟରୁ ମୌସୁମୀ ଫେରିଯାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ ଆକଳନ କରାଯାଇଛି । ତେବେ ରାଜ୍ୟରେ କେତେକ ସ୍ଥାନରେ ଏବେ ବି ବର୍ଷା ଜାରି ରହିଥିବା ବେଳେ ସୋମବାର ଦିନ କଟକ, ଜଗତସିଂହପୁର, କେନ୍ଦ୍ରପଡ଼ା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।  ସେହିପରି ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ (low pressure)  ସୃଷ୍ଟିର ସମ୍ଭାବନା ରହିଛି ।

ପରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବା ସହ ଆହୁରି ଘନୀଭୂତ ହେବା ନେଇ ସମ୍ଭାବନା ଥିବା ବିଭାଗ ପକ୍ଷରୁ କୁହାଯାଇଛି । ଏହା କେବେ ଘନୀଭୂତ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅନ୍ୟପଟେ ଏହା ବାତ୍ୟା (cyclone) ରୂପରେ ରାଜ୍ୟ ମୁହାଁ ହେବ କି ନାହିଁ, ତାହା ଲଘୁଚାପ ସୃଷ୍ଟି ହେବା ପରେ ଜଣାପଡ଼ିବ ବୋଲି କୁହାଯାଇଛି ।