Weather Update: ଆସୁଛି ଲଘୁଚାପ! ପ୍ରବଳ ବର୍ଷା ଯୋଗୁଁ ଫିକା ପଡ଼ିବ ଗଣେଷ ପୂଜା
Advertisement
Article Detail0/zeeodisha/odisha1876417

Weather Update: ଆସୁଛି ଲଘୁଚାପ! ପ୍ରବଳ ବର୍ଷା ଯୋଗୁଁ ଫିକା ପଡ଼ିବ ଗଣେଷ ପୂଜା

Weather Update: ଆସନ୍ତା ୩୬ ଘଣ୍ଟା ଭିତରେ ଏହି ଘୂର୍ଣ୍ଣିବଳୟଟି ଲଘୁଚାପ ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରଯାଇଛି । ତେବେ ଏହାର ପ୍ରଭାବରେ ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆକଳନ କରାଯାଇଛି ।

ସୌ(ସୋସିଆଲ ମିଡିଆ)

Weather Update: ରବିବାର ଦିନ ଉତ୍ତର ବଙ୍ଗୋପସାଗରେ (North Bay of Bengal) ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (Heavy Rain) ଲାଗି ରହିଛି । ଆସନ୍ତା ୩୬ ଘଣ୍ଟା ଭିତରେ ଏହି ଘୂର୍ଣ୍ଣିବଳୟଟି ଲଘୁଚାପ (low pressure) ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରଯାଇଛି । ତେବେ ଏହାର ପ୍ରଭାବରେ ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆକଳନ କରାଯାଇଛି ।

ସୂଚନା ଅନୁଯାୟୀ, ସୋମବାର ଦିନ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ କେନ୍ଦୁଝର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏମିତି କି, କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ମଧ୍ଯ ସମ୍ଭାବନା ରହିଛି । ୧୯ ତାରିଖ ଆଡ଼କୁ ବର୍ଷାର ପରିମାଣ ବଢିବ । ଖାସ୍ କରି ଉପକୂଳ ଓ ସଂଲଗ୍ନ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିଦିନ ଗଣେଷ ପୂଜା ପଡୁଥିବାରୁ ବର୍ଷା ଯୋଗୁଁ ପୂଜା ମନ୍ଦା ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି । ବିଶେଷ କରି ଜଗତସିଂହପୁର, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାରେ କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଅନ୍ୟପଟେ କୋ‌ରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ଖୋର୍ଦ୍ଧା, କଟକ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ତେଣୁ ଏହିସବୁ ଜିଲ୍ଲାକୁ ବିଭାଗ ପକ୍ଷରୁ ୟେ‌ଲୋ ୱାର୍ଣ୍ଣିଂ (Yellow alert) ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ। ଖାସ୍ କରି ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଅଞ୍ଚଳରେ ୨୦ ତାରିଖ ରାତିରୁ ୨୪ ଘଣ୍ଟା ଧରି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଥିବା ପାଣିପାଗ ବି‌ଶେଷଜ୍ଞ କହିଛନ୍ତି ।

ପ୍ରକାଶ ଥାଉ କି, ଏହି କିଛି ଦିନର ବର୍ଷା ପରେ ୨୮ ଜିଲ୍ଲାରେ ସ୍ବାଭାବିକଠାରୁ ଅତ୍ୟଧିକ ବର୍ଷା ଓ ଅବଶିଷ୍ଟ ୨ ଜିଲ୍ଲା ଯଥା ମୟୂରଭଞ୍ଜ ଓ ବାଲେଶ୍ବରରେ ସ୍ବାଭାବିକଠାରୁ ଟିକେ ଅଧିକ ବର୍ଷା ରେକର୍ଡ ହୋଇଛି। ଫଳରେ ରାଜ୍ୟ‌ରେ ୬% ନିଅଣ୍ଟ ବର୍ଷା ସ୍ଥିତି ଭରଣା ହୋଇପାରିଛି।

Also Read-Today Horoscope: ଆୟ ବୃଦ୍ଧି ହେବା ସହ ଶୁଭଫଳ ପାଇବେ ଏହି ସବୁ ରାଶିର ଲୋକେ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ