Weather Update: ଆଜି ୭ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ଆଶଙ୍କା, ସତର୍କ କରାଇଲା ପାଣିପାଗ ବିଭାଗ
Advertisement

Weather Update: ଆଜି ୭ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ଆଶଙ୍କା, ସତର୍କ କରାଇଲା ପାଣିପାଗ ବିଭାଗ

Weather Update: ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ । ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିଛି ।  ତେବେ,  ଏଭଳି ବର୍ଷା ଆହୁରି ଦୁଇ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre)। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି (thunderstorm) ସହ ବର୍ଷାର(rain) ଆଶଙ୍କା ରହିଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Weather Update: ମୌସୁମୀ ନିମ୍ନଚାପ ରେଖା ପଞ୍ଜାବର ଫିରୋଜ଼ପୁରରୁ ବାହାରି କର୍ଣ୍ଣଲ, ମିରଟ, ଆଯମଗଡ, ପାଟନା, ମୁଙ୍ଗେର, ଦେଓଘର, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଡାଇମଣ୍ଡ-ହାରବର ରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ (Monsoon) । ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା (Rain) ଲାଗିଛି ।  ତେବେ,  ଏଭଳି ବର୍ଷା ଆହୁରି ଦୁଇ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre)। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି (thunderstorm) ସହ ବର୍ଷାର(rain) ଆଶଙ୍କା ରହିଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ଏହାସହ ପ୍ରବଳ ବର୍ଷା ଆଶଙ୍କା ନେଇ ସାତୋଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି (IMD issues yellow alert for 7 districts of Odisha)। ତେବେ, ସେହି ସାତୋଟି ଜିଲ୍ଲା ଗୁଡିକ ହେଲା ଭଦ୍ରକ, ଯାଜପୁର ,କେନ୍ଦ୍ରାପଡ଼ା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର । 

Also Read: Horoscope Today Aug 25 2023: ଏହି ରାଶିଙ୍କୁ କର୍ମ କ୍ଷେତ୍ରରେ ସଫଳତା ମିଳିବା ସହ ହୋଇପାରେ ପଦୋନ୍ନତି, ଜାଣନ୍ତୁ କେମିତ କଟିବ ଆଜିର ଦିନ?

Also Read: Friday Remedies: ଶୁକ୍ରବାର ଦିନ କରନ୍ତୁ ଏହି ୫ଟି ଉପାୟ, ଦୂର ହେବ ଦାରିଦ୍ରତା, କେବେବି ହେବନି ଟଙ୍କାର ଅଭାବ!

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏବେବି କୋରାପୁଟ, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ, ବରଗଡ, ସମ୍ବଲପୁର, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ନୟାଗଡ ଏବଂ ରାୟଗଡା ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଗତକାଲି ଖୋର୍ଦ୍ଧାରେ ୧୪୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ  ମୟୂରଭଞ୍ଜରେ ୮୧.୨ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି, କଟକରେ ୭୬ ମିମି ବର୍ଷା ରେକର୍ଡ, ଢେଙ୍କାନାଳରେ ୭୧ ମିମି,  ଉଦଳାରେ ୬୯ ମିମି ଓ ଯାଜପୁରରେ ୬୧.୨ ମିମି ବର୍ଷା ରେକର୍ଡ ହୋଇଛି । ଏବଂ ଆସନ୍ତାକାଲି ମଧ୍ୟ ଏକାଧିକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବିଜୁଳି ଘଡଘଡିରୁ ବର୍ତ୍ତିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ସାଧାରଣତଃ ଅଗଷ୍ଟ ମାସରେ ମୌସୁମୀ ସକ୍ରିୟ ରହିବା ଯୋଗୁଁ ସର୍ବୋଚ୍ଚ ତାପମାତ୍ରା ୩୨ରୁ ୩୫ ଡିଗ୍ରୀ ଭିତରେ ରହିଥାଏ । ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ମୌସୁମୀ (Monsoon) ବାୟୁ ପ୍ରଭାବରେ ବର୍ଷା ହେବା ଦ୍ବାରା ଅଗଷ୍ଟ ମାସରେ ତାପମାତ୍ରା ହ୍ରାସ ପାଇଥାଏ । ତେଣୁ ଏହି ମାସରେ କମ୍ ଗରମ ଅନୁଭୂତ ହୋଇଥାଏ । ମୌସୁମୀ ସମୟରେ ବାୟୁରେ ଆର୍ଦ୍ରତା ରହୁଥିବାରୁ ଜଳୀୟ ବାଷ୍ପ ଅଧିକ ରହିଥାଏ । ତେଣୁ ଅସ୍ବାଭାବିକ ସ୍ଥିତି ଅନୁଭୂତ ହୁଏ । କେବଳ ଓଡ଼ିଶା ନୁହେଁ, ବର୍ତ୍ତମାନ ସାରା ଦେଶରେ ମୌସୁମୀ ନିଷ୍କ୍ରିୟ ରହିଛି। ଓଡ଼ିଶାକୁ ପଶ୍ଚିମା ପବନ ପ୍ରବାହିତ ହେଉଥିବାରୁ ଗରମ ଅନୁଭୂତ ହେଉଛି। ଅନ୍ୟପଟେ ସାମୁଦ୍ରିକ ପବନ ଆସୁନ ଥିବାରୁ ତାପମାତ୍ରା ମଧ୍ଯ ହ୍ରାସ ହେଉନାହିଁ। ପ୍ରକାଶ ଥାଉ କି, ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏ ୭୪୩.୮ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ବାଭାବିକ ବୃଷ୍ଟିପାତ ୮୨୨.୯ ମିମି ତୁଳନାରେ ୧୦ ପ୍ରତିଶତ କମ। ଗୋଟିଏ ଜିଲ୍ଲାରେ ଅତ୍ୟଧିକ ବୃଷ୍ଟିପାତ ହୋଇଥିବା ବେଳେ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ଓ ୧୮ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।