Weather Update: ରାଜ୍ୟରେ ହିଟୱେଭ୍ ୱାର୍ଣ୍ଣିଂ ଭିତରେ ଆଜି ୫ ଜିଲ୍ଲାରେ ବର୍ଷା ସମ୍ଭାବନା
Advertisement

Weather Update: ରାଜ୍ୟରେ ହିଟୱେଭ୍ ୱାର୍ଣ୍ଣିଂ ଭିତରେ ଆଜି ୫ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ରାଜ୍ୟ ମଧ୍ଯକୁ ଉତ୍ତର ତଥା ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବେଶ କରୁଥିବାରୁ ଗରମ ଓ ଗୁଳୁଗୁଳି ଆହୁରି ବଢିବ । ତେବେ ଆସନ୍ତା ୪ରୁ ୫ ଦିନ ମଧ୍ଯରେ ତାପମାତ୍ରା ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟ ମଧ୍ଯକୁ ପ୍ରବେଶ କରୁଥିବା ଏହି ଉତ୍ତର ତଥା ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗର ଶୁଷ୍କ ପବନ ଧୀରେ ଧୀରେ ବଢୁଛି । ଏହା ପ୍ରଭାବରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି । ଏହି ପବନର ପ୍ରଭାବ ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବା ନେଇ ସମ୍ଭାବନା ଥିବାରୁ ଆସନ୍ତା ୪ରୁ ୫ ଦିନ ମଧ୍ଯରେ ରାଜ୍ଯରେ ତାପମାତ୍ରା ୪ରୁ ୬ଡିଗ୍ରୀ ବୃଦ୍ଧି ପାଇବ। ରବିବାର ରାଜ୍ୟର ୧୦ ସହରର ତାପମାତ୍ରା ୩୯ ଡିଗ୍ରୀ ଓ ଏହାଠାରୁ ଅଧିକ ରେକର୍ଡ କରାଯାଇଥିବାବେଳେ ୪୦.୫ ଡିଗ୍ରୀ ସହ ପାରଳାଖେମୁଣ୍ତି ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏହା ପଛକୁ ୩୯.୯ ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ଦ୍ବିତୀୟରେ ରହିଥିବା ବେଳେ ଭୁବନେଶ୍ବରରେ ୩୯.୬ ଡିଗ୍ରୀ, ଜଗତସିଂହପୁର ଓ ନୟାଗଡ଼ରେ  ୩୯.୫ ଡିଗ୍ରୀ, ଭବାନୀପାଟଣା ଓ ଚାନ୍ଦବାଲିରେ ୩୯.୪ ଡିଗ୍ରୀ, ବାରିପଦାରେ ୩୯.୨ ଡିଗ୍ରୀ ଓ କେନ୍ଦ୍ରାପଡ଼ା ଓ ଭଦ୍ରକରେ ୩୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି ।

ତେବେ ସୋମବାର ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ମାତ୍ରା ଉତ୍ତାପ ଓ ଆର୍ଦ୍ର ପାଣିପାଗ ନେଇ କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ ଭଦ୍ରକ ଆଦି ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ, ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।