Weather Update: ଆଗାମୀ ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା, ୧୧ ଜିଲ୍ଲାରୁ ଆଲର୍ଟ ଜାରି
Advertisement

Weather Update: ଆଗାମୀ ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା, ୧୧ ଜିଲ୍ଲାରୁ ଆଲର୍ଟ ଜାରି

Weather Update: ବିହାରରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଦେଇ ପଶ୍ଚିମବଙ୍ଗ ଆଡ଼କୁ ଏକ ଟ୍ରଫ ଲାଇନ ଲମ୍ବିଛି ଏହାର ପ୍ରଭାବରେ ରାଜ୍ୟରେ ଆଗମୀ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା (Rain) ହେବା ନେଇ ସମ୍ଭାବନା ରହିଛି । ଏନେଇ ଆଜି ୧୧ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ (Yellow alert) ଜାରି ରହିଛି ।

ସୌ(ସୋସିଆଲ ମିଡିଆ)

Weather Update: ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ହୋଇଛି । ବିହାରରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଦେଇ ପଶ୍ଚିମବଙ୍ଗ ଆଡ଼କୁ ଏକ ଟ୍ରଫ ଲାଇନ ଲମ୍ବିଛି ଏହାର ପ୍ରଭାବରେ ରାଜ୍ୟରେ ଆଗମୀ ଦୁଇ ଦିନ ଘଡ଼ଘଡ଼ି ସହ ବର୍ଷା (Rain) ହେବା ନେଇ ସମ୍ଭାବନା ରହିଛି । ଏନେଇ ଆଜି ୧୧ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ) ପକ୍ଷରୁ ୟେଲୋ ୱାର୍ଣ୍ଣିଂ (Yellow alert) ଜାରି ରହିଛି ।

ସୂଚନା ଅନୁଯାୟୀ, ଶନିବାର ଦିନ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ମୟୁରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର, କେନ୍ଦୁଝର, କନ୍ଧମାଳ ଓ ବୌଦ୍ଧ ଆଦି ଜିଲ୍ଲାକୁ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ବର୍ଷା ସହ ବିଜୁଳି, ଘଡଘଡ଼ି ମାରିବା ନେଇ ଆକଳନ କରାଯାଇଛି । ସେହିପରି ରବିବାର ଦିନ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ((Yellow alert) ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼,  ଯାଜପୁର, କୋରାପୁଟ, ମାଲକାନଗିରି, ଗଜପତି ଓ ରାୟଗଡ଼ା ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । 

 

ଅନ୍ୟପଟେ ମୌସୁମୀ (Monsoon) ବାୟୁ ଦୁର୍ବଳ ହୋଇଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି (Temperature High) ପାଇବାରେ ଲାଗିଛି । ସାଧାରଣତଃ ଅଗଷ୍ଟ ମାସରେ ମୌସୁମୀ ସକ୍ରିୟ ରହିବା ଯୋଗୁଁ ସର୍ବୋଚ୍ଚ ତାପମାତ୍ରା ୩୨ରୁ ୩୫ ଡିଗ୍ରୀ ଭିତରେ ରହିଥାଏ । ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଶୁକ୍ରବାର ଦିନ ପୁରୀରେ ସର୍ବୋଚ୍ଚ ତାପମାତ୍ରା ୩୬ ଡ଼ିଗ୍ରୀ ରହିଥିବା ବେଳେ ଭୁନେଶ୍ବରରେ ୩୬ ଡ଼ିଗ୍ରୀ, ପାରଲାଖେମୁଣ୍ତିରେ ୩୬.୯ ଡ଼ିଗ୍ରୀ, ତାଳଚେରରେ ୩୬.୪ ଡ଼ିଗ୍ରୀ, କଟକ ୩୫.୫ ଡିଗ୍ରୀ, ପାରଦୀପରେ ୩୫.୪, ଅନୁଗୁଳରେ ୩୫.୧ ଡ଼ିଗ୍ରୀ, ଜଗତସିଂତପୁର ୩୬.୫ ଡିଗ୍ରୀ ରେକର୍ଡ଼ କରାଯାଇଛି ।

ମୌସୁମୀ (Monsoon) ବାୟୁ ପ୍ରଭାବ ଯୋଗୁଁ ବର୍ଷା ହେବା ଦ୍ବାରା ଅଗଷ୍ଟ ମାସରେ ତାପମାତ୍ରା ହ୍ରାସ ହୋଇଥାଏ । ତେଣୁ ଏହି ମାସରେ କମ୍ ଗରମ ଅନୁଭୂତ ହୋଇଥାଏ । ମୌସୁମୀ ସମୟରେ ବାୟୁରେ ଆର୍ଦ୍ରତା ରହୁଥିବାରୁ ଜଳୀୟ ବାଷ୍ପ ଅଧିକ ରହିଥାଏ । ତେଣୁ ଅସ୍ବାଭାବିକ ସ୍ଥିତି ଅନୁଭୂତ ହୁଏ । କେବଳ ଓଡ଼ିଶା ନୁହେଁ, ବର୍ତ୍ତମାନ ସାରା ଦେଶରେ ଏବେ ମୌସୁମୀ ନିଷ୍କ୍ରିୟ ରହିଛି। ଓଡ଼ିଶାକୁ ପଶ୍ଚିମା ପବନ ପ୍ରବାହିତ ହେଉଥିବାରୁ ଗରମ ଅନୁଭୂତ ହେଉଛି। ସାମୁଦ୍ରିକ ପବନ ଆସୁ ନ ଥିବାରୁ ତାପମାତ୍ରା କମୁ ନାହିଁ। ଏଭଳି ସ୍ଥିତି ଆଉ କିଛି ଦିନ ଲାଗି ରହିବ।

Also Read- Puri Jagannath Temple: ଚନ୍ଦନଲାଗି ପୂର୍ବରୁ ଭିତର କାଠ ଦର୍ଶନ ବନ୍ଦକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ

Also Read- Budh Vakri 2023: ଏହି ଦିନ ସିଂହ ରାଶିକୁ ଓଲଟା ଚଳନ କରିବେ ବୁଧ, ୩ ରାଶିଙ୍କ ଲାଗି ବଢିବ ଅଡୁଆ!