Weather Update: ୪ ସହରରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ, ବର୍ଷା ନେଇ ସତର୍କତା
Advertisement

Weather Update: ୪ ସହରରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ, ବର୍ଷା ନେଇ ସତର୍କତା

Weather Update:  ଆଜି ୪ଟି ଜିଲ୍ଲାରେ ତାପମାତ୍ରା ୪୩ ଡିଗ୍ରୀ ବା ପାଖାପାଖି ରେକର୍ଡ କରିଛି ପାଣିପାଗ ବିଭାଗ । ଅନୁଗୁଳରେ ସର୍ବାଧିକ ୪୩.୪ ଡିଗ୍ରୀ ରେକର୍ଡ କରାଯାଇଥିବା ସମୟରେ ଏହା ପଛକୁ ମାଲକାନଗିରିରେ ୪୩.୫ ଡିଗ୍ରୀ ରେକର୍ଡ ହୋଇଛି । ତେବେ ଆସନ୍ତୁ ଜାଣିବା ଆସନ୍ତା ୨ଦିନ କିପରି ରହିବ ଆପଣଙ୍କ ଅଞ୍ଚଳର ପାଣିପାଗ ।

Weather Update: ୪ ସହରରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ, ବର୍ଷା ନେଇ ସତର୍କତା

Weather Update: ଆଜି ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗ୍ରୀଷ୍ଣ ପ୍ରବାହ ଜାରି ରହିଛି । ୪ଟି ଜିଲ୍ଲାରେ ତାପମାତ୍ରା ୪୩ ଡିଗ୍ରୀ ବା ପାଖାପାଖି ରେକର୍ଡ କରିଛି ପାଣିପାଗ ବିଭାଗ । ଅନୁଗୁଳରେ ସର୍ବାଧିକ ୪୩.୪ ଡିଗ୍ରୀ ରେକର୍ଡ କରାଯାଇଥିବା ସମୟରେ ଏହା ପଛକୁ ମାଲକାନଗିରିରେ ୪୩.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ବୌଦ୍ଧ ଏବଂ ଟିଟିଲାଗଡରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩.୯ ଡିଗ୍ରୀ ହ୍ରାସ ପାଇଛି । ଭୁବନେଶ୍ୱରରେ ୩୯.୬ ଡିଗ୍ରୀ ଏବଂ କଟକେ ୪୦.୧ ଡିଗ୍ରୀ ରହିଥିଲା ଆଜିର ସର୍ବୋଚ୍ଚ ତାପମାତ୍ରା ।

ଗ୍ରୀଷ୍ଣ ପ୍ରବାହ ମଧ୍ୟରେ ବର୍ଷା ହେବାନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏପ୍ରିଲ୍ ୭ ଏବଂ ୮ ତାରିଖରେ କିଛି ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ହୋଇପାରେ । ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲା ସମେତ କେନ୍ଦୁଝର ଖୋର୍ଦ୍ଧା, ମୟୁରଭଞ୍ଜ, ଦେଓଗଡ, ନୟାଗଡ, ବୌଦ୍ଧ ଜିଲ୍ଲାକୁ ବଜ୍ରପାତ ହେବା ନେଇ ଆଲର୍ଟ ଜାରି କରାଯାଇଛି । ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦କିମି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Post- 

ସେହିପରି ୮ ତାରିଖ ଦିନ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି । ସୋମବାର ଦିନ ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରିକୁ ବଜ୍ରପାତ ହେବାର ସମ୍ଭାବନା ରହିଛି । ତେଣୁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରବିବାର ଏବଂ ସୋମବାର ବର୍ଷା ହେବ ବୋଲି ଆକଳନ କରାଯାଇଛି ।

Also Read- Shani Maha Gochar 2024: ସୂର୍ଯ୍ୟ ପରାଗ ପୂର୍ବରୁ ଶନିଙ୍କ ମହାଚଳନ, ୩ ରାଶିକୁ ସଙ୍କଟ

Also Read- Ram Navmi: ଏଥର ରାମ ନବମୀ ହେବ ଖୁବ ଖାସ୍, ଅଯୋଧ୍ୟାରେ ସ୍ୱତନ୍ତ୍ର ପ୍ରସ୍ତୁତି