ବିଗତ ୨୪ ବର୍ଷ ଧରି ନିରଙ୍କୁଶ ଓ ସ୍ଥାୟୀ ସରକାର କରିଥିବା ନବୀନଙ୍କ ଶାସନରେ ରାଜ୍ୟରେ ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ଆଳୁ ଓ ଅନ୍ୟାନ୍ୟ ପନିପରିବା ଚାଷ ପ୍ରତି ମନ ବଳାଉ ନାହାନ୍ତି । ଯାହାଫଳରେ ରାଜ୍ୟରେ ଆଳ ଦର ବୃଦ୍ଧି ଯୋଗୁ ଗତ ଏକ ସପ୍ତାହ ଧରି ଶାସକ ଓ ବିରୋଧୀ ଦଳ ମଧ୍ୟରେ କଥା କଟାକଟି ଲାଗିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥାଟି ହେଉଛି, ମଙ୍ଗଳବାର ଦିନ ଲୋକସଭାରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓଡ଼ିଶାରେ ୧୮୨ଟି ଶୀତଳଭଣ୍ଡାର ରହିଛି । ଏଥିରେ ୫ଲକ୍ଷ ୭୯ହଜାର ୩୨୧ ମେଟ୍ରିକ ଟନ୍ ପନିପରିବା ଗଚ୍ଛିତ ହୋଇ ରହି ପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଉତ୍ତର ରଖିଛନ୍ତି । ତେବେ ପ୍ରଶ୍ନ ଉଠୁଛି କେନ୍ଦ୍ର ସରକାରଙ୍କୁ ଏଭଳି ଅବାସ୍ତବ ତଥ୍ୟ ଦେଲା କିଏ?
Trending Photos
ଭୁବନେଶ୍ୱର: ଆଳୁ ସଙ୍କଟ ହେଉ ବା ଟମାଟୋ ରାସ୍ତାରେ ଗଦା ହେବା ଘଟଣା ହେଉ, କୃଷି ଉତ୍ପାଦର କୁ-ପରିଚାଳନା ବାବଦରେ ସାରା ଓଡ଼ିଶା ପରିଚିତ। ଆଉ ଏସବୁ ସମସ୍ୟାର କାରଣ ହେଉଛି ରାଜ୍ୟରେ ଉତ୍ପାଦନ ଓ ଆବଶ୍ୟକତାକୁ ମେଣ୍ଟାଇବା ଲାଗି ଆବଶ୍ୟକ ଶୀତଳ ଭଣ୍ଡାରଣର ଅଭାବ। ନାବାର୍ଡ ସର୍ବେକ୍ଷଣ ଅନୁସାରେ ୩ଲକ୍ଷ ୫ହଜାର ୫୦୦ ମେଟ୍ରିକ୍ ଟନ୍ ଭଣ୍ଡାରଣ କ୍ଷମତା ଭିତ୍ତିକ ଶୀତଳ ଭଣ୍ଡାର ଆବଶ୍ୟକ। ହେଲେ ରାଜ୍ୟରେ ଏ ସଂଖ୍ୟା କେତେ? ଆଜି ଲୋକସଭାରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଖିଥିବା ତଥ୍ୟ ଏବଂ ରାଜ୍ୟ ମନ୍ତ୍ରୀ ଗଣମାଧ୍ୟମରେ ରଖିଥିବା ତଥ୍ୟ ଏଥିରେ ଅନେକ ବିବାଦ ସୃଷ୍ଟି କରୁଛି। ନଜର ପକାନ୍ତୁ ଏଇ ରିପୋର୍ଟ ଉପରେ।
ବିଗତ ୨୪ ବର୍ଷ ଧରି ନିରଙ୍କୁଶ ଓ ସ୍ଥାୟୀ ସରକାର କରିଥିବା ନବୀନଙ୍କ ଶାସନରେ ରାଜ୍ୟରେ ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ଆଳୁ ଓ ଅନ୍ୟାନ୍ୟ ପନିପରିବା ଚାଷ ପ୍ରତି ମନ ବଳାଉ ନାହାନ୍ତି । ଯାହାଫଳରେ ରାଜ୍ୟରେ ଆଳ ଦର ବୃଦ୍ଧି ଯୋଗୁ ଗତ ଏକ ସପ୍ତାହ ଧରି ଶାସକ ଓ ବିରୋଧୀ ଦଳ ମଧ୍ୟରେ କଥା କଟାକଟି ଲାଗିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥାଟି ହେଉଛି, ମଙ୍ଗଳବାର ଦିନ ଲୋକସଭାରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓଡ଼ିଶାରେ ୧୮୨ଟି ଶୀତଳଭଣ୍ଡାର ରହିଛି । ଏଥିରେ ୫ଲକ୍ଷ ୭୯ହଜାର ୩୨୧ ମେଟ୍ରିକ ଟନ୍ ପନିପରିବା ଗଚ୍ଛିତ ହୋଇ ରହି ପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଉତ୍ତର ରଖିଛନ୍ତି । ତେବେ ପ୍ରଶ୍ନ ଉଠୁଛି କେନ୍ଦ୍ର ସରକାରଙ୍କୁ ଏଭଳି ଅବାସ୍ତବ ତଥ୍ୟ ଦେଲା କିଏ?
୨୦୨୩ ମାର୍ଚ୍ଚରେ ତତ୍କାଳୀନ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ଥିବା ୧୩୩ଟି ଶୀତଳଭଣ୍ଡାର ମଧ୍ୟରୁ ୩୬ଟି କାମ କରୁଥିବାବେଳେ ୯୭ଟି ଅଚଳ ହୋଇପଡ଼ିଛି । ଅଚଳ ହୋଇପଡ଼ିଥିବା ଶୀତଳଭଣ୍ଡାରଗୁଡ଼ିକର ମରାମତି କରିବା ସ୍ଥିତିରେ ନାହିଁ ।
ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ ହେବାରୁ ରାଜ୍ୟରେ ଆଳୁଦର ବୃଦ୍ଧି ହେବା ପରେ ଶୀତଳଭଣ୍ଡାର ରାଜନୀତି ଜୋର୍ ଧରିଛି । ଏବେ ରାଜ୍ୟରେ ମାତ୍ର ୭/୮ଟି ଶୀତଳଭଣ୍ଡାର କାମ କରୁଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ପୂର୍ବତନ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିବା ଅନୁସାରେ ରାଜ୍ୟରେ ୧୩୩ଟି ଶୀତଳଭଣ୍ଡାର ରାଜ୍ୟରେ ଥିବାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହ୍ୱାନ କେଉଁଠାରୁ ୧୮୨ଟି ଶୀତଳଭଣ୍ଡାର ତଥ୍ୟ ପାଇଲେ । ଭାଜପା ସରକାର କ୍ଷମତାକୁ ଆସିବାର ଦୁଇମାସ ବି ହୋଇନାହିଁ । ଏପରି କ୍ଷେତ୍ରରେ ଭାଜପା ସରକାର ରାଜ୍ୟର ଶୀତଳଭଣ୍ଡାର ନେଇ କେନ୍ଦ୍ର ଅସତ୍ୟ ତଥ୍ୟ ଦେଇନଥାଇପାରେ ।
ପୂର୍ବରୁ ଶାସନ କ୍ଷମତାରେ ଥିବା ନବୀନ ସରକାର ସମୟରୁ ଏହି ତଥ୍ୟ କେନ୍ଦ୍ରକୁ ଦିଆଯାଇଥିବା । ତେଣୁ ଏଠାରେ ପ୍ରଶ୍ନ ଉଠୁଛି, ପୂର୍ବ ସରକାର କେନ୍ଦ୍ରକୁ କାହିଁକି ଭୁଲ୍ ତଥ୍ୟ ହେଲେ । ସମ୍ଭବତଃ ପୂର୍ବ ସରକାର କେନ୍ଦ୍ରଠାରୁ ଶୀତଳଭଣ୍ଡାର ବାବଦରେ ଅନୁଦାନ ଆଣି ତାହାକୁ କାର୍ଯ୍ୟରେ ନ ଲଗାଇ ଏଭଳି ଅସତ୍ୟ ତଥ୍ୟ ଦେଇଥାଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
Also Read- ନବୀନ ସରକାରଙ୍କୁ ‘ଜୁମ୍ଲାବାଜୀ’ ସରକାର କହିଲେ ମୋହନ; କ’ଣ ଥିଲା ନବୀନଙ୍କ ଜୁମ୍ଲା!