ମାଲକାନଗିରିରେ ମହିଳା ନକ୍ସଲଙ୍କ ଆତ୍ମସମର୍ପଣ
Advertisement
Article Detail0/zeeodisha/odisha2053019

ମାଲକାନଗିରିରେ ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

lady naxal surrendered: ମାଲକାନଗିରି ଜିଲ୍ଲା ଏସପିଙ୍କ ସାମ୍ନାରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା ନକ୍ସଲ । ୨୦୧୬ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇ ବିଭିନ୍ନ ହିଂସାକାଣ୍ଡରେ ନିଜକୁ ସାମିଲ କରିଥିଲେ ଆତ୍ମସମର୍ପଣ କରିଥିବା ମହିଳା ନକ୍ସଲଙ୍କ ନାମ ଉଙ୍ଗୀ ମାଡଭି ।

ମାଲକାନଗିରିରେ ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ପୁଣି ଏକ ଝଟକା ଲାଗିଛି ନକ୍ସଲ ସଂଗଠନକୁ । ଜିଲ୍ଲା ଏସପିଙ୍କ ସାମ୍ନାରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା ନକ୍ସଲ । ୨୦୧୬ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇ ବିଭିନ୍ନ ହିଂସାକାଣ୍ଡରେ ନିଜକୁ ସାମିଲ କରିଥିଲେ ଆତ୍ମସମର୍ପଣ କରିଥିବା ମହିଳା ନକ୍ସଲଙ୍କ ନାମ ଉଙ୍ଗୀ ମାଡଭି । ନକ୍ସଲ ସଂଗଠନରେ ସେ ରୋଶନୀ ନାମରେ ମଧ୍ୟ ପରିଚିତ ଥିଲେ । 

ତେବେ ସୂଚନା ମୁତାବକ ରୋଶନୀଙ୍କ ଘର ଛତିଶଗଡର ପୁତବାଦ ଅଞ୍ଚଳକେ । ସେ ଉଭୟ ଓଡ଼ିଶା ଏବଂ ଛତିଶଗଡରେ ସକ୍ରିୟ ଭୂମିକା ନିର୍ବାହ କରି ଅନେକ ହିଂସାକାଣ୍ଡରେ ନିଜକୁ ସାମିଲ୍ କରିଥିଲେ ।ତାଙ୍କ ନାମରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ତେବେ ରୋଶନୀ ଆତ୍ମ ସମର୍ପଣ କରିବା ପରେ ମାଓ କ୍ୟାମ୍ପର ନିର୍ଯ୍ୟାତନା ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ସେଠାରେ ମହିଳାଙ୍କୁ ଅସମ୍ମାନ କରାଯାଏ । ତେଣୁ ସେ ସଂଗଠନ ଛାଡି ସାଧାରଣ ମହିଷ ଭାବରେ ବଞ୍ଚିବାକୁ ଚାହାନ୍ତି । ଅନ୍ୟପଟେ ସରକାରଙ୍କ ନିୟମ ଅନୁଯାୟୀ ରୋଶନୀଙ୍କୁ ଥଇଥାନ କରାଯିବ ବୋଲି ଜିଲ୍ଲା ଏସପି କହିଛନ୍ତି ।

Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Also Read- ନିଜକୁ 'ଫକୀର' କହୁଥିବା ବ୍ୟକ୍ତି ହୃଦୟରୁ ସାଜିଲେ ଧନୀ, ରାମ ମନ୍ଦିରକୁ ଦେଲେ ସର୍ବାଧିକ ଦାନ