ବିନ୍ଦୁ ସାଗରରୁ ମିଳିଲା ମହିଳାଙ୍କ ମୃତଦେହ
Advertisement

ବିନ୍ଦୁ ସାଗରରୁ ମିଳିଲା ମହିଳାଙ୍କ ମୃତଦେହ

ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ନିକଟ ବିନ୍ଦୁ ସାଗର ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଖରୀରେ ମୃତଦେହ ପଡିଥିବା ଦେଖିବା ପରେ ସ୍ଥାନିୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ । ପରେ ପୋଲିସକୁ ଏ ବାବଦରେ ସୂଚନା ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ କରିବା ପାଇଁ ହସ୍ପିଟାଲକୁ ପଠାଇଛି ।

ବିନ୍ଦୁ ସାଗରରୁ ମିଳିଲା ମହିଳାଙ୍କ ମୃତଦେହ

ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ନିକଟ ବିନ୍ଦୁ ସାଗର ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଖରୀରେ ମୃତଦେହ ପଡିଥିବା ଦେଖିବା ପରେ ସ୍ଥାନିୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ । ପରେ ପୋଲିସକୁ ଏ ବାବଦରେ ସୂଚନା ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ କରିବା ପାଇଁ ହସ୍ପିଟାଲକୁ ପଠାଇଛି ।

ତେବେ ମହିଳାଙ୍କର ପରିଚୟ ଏବଂ କିପରି ମୃତ୍ୟୁ ହେଲା ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ଲୋକଙ୍କ ମନରେ ସନ୍ଦେହ ବଢିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ୍ କହିଛି । ଏଥିସହ ମୃତଦେହର ପରିଚୟ କିପରି ମିଳିବ ଏବଂ ପରିବାର ସଦସ୍ୟଙ୍କୁ କିପରି ମୃତଦେହ ହସ୍ତାନ୍ତର କରାଯିବ ସେନେଇ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

Also Read- Manish Kashyap: ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ମନୀଷ କାଶ୍ୟପ

Also Read- Manish Kashyap: ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ମନୀଷ କାଶ୍ୟପ