Large age relationship:ନିଜଠାରୁ ବୟସରେ ବଡ଼ ମହିଳା କିମ୍ବା ପୁରୁଷଙ୍କ ସହିତ ସମ୍ପର୍କ ଗଢ଼ିବା ବେଳେ ଏହାକୁ ଧ୍ୟାନରେ ରଖନ୍ତୁ…
Advertisement
Article Detail0/zeeodisha/odisha2005774

Large age relationship:ନିଜଠାରୁ ବୟସରେ ବଡ଼ ମହିଳା କିମ୍ବା ପୁରୁଷଙ୍କ ସହିତ ସମ୍ପର୍କ ଗଢ଼ିବା ବେଳେ ଏହାକୁ ଧ୍ୟାନରେ ରଖନ୍ତୁ…

ନା ବୟସର କୌଣସି ବନ୍ଧନ..ନା  ଜନ୍ମର କୌଣସି ପ୍ରତିବନ୍ଧକ.. ଯିଏ କହିଥିଲେ ଠିକ୍ କହିଥିଲେ ଯେ, ପ୍ରେମ ଅନ୍ଧ ଅଟେ । କାରଣ ପ୍ରେମ ଯେତେବେଳେ ହୁଏ କେବଳ ହେଇଯାଏ । ତଥାପି ପ୍ରତ୍ୟେକ ସମ୍ପର୍କର କିଛି ଚ୍ୟାଲେଞ୍ଜ ରହିଥାଏ । କିନ୍ତୁ ଏଠାରେ ପ୍ରଶ୍ନ ହେଉଛି, ଦମ୍ପତିଙ୍କ ମଧ୍ୟରେ ବୟସର ପାର୍ଥକ୍ୟ କେତେ ରହିବା ସ୍ୱାଭାବିକ?

SOCIAL MEDIA

Large age relationship:

ନା ବୟସର କୌଣସି ବନ୍ଧନ..ନା  ଜନ୍ମର କୌଣସି ପ୍ରତିବନ୍ଧକ.. ଯିଏ କହିଥିଲେ ଠିକ୍ କହିଥିଲେ ଯେ, ପ୍ରେମ ଅନ୍ଧ ଅଟେ । କାରଣ ପ୍ରେମ ଯେତେବେଳେ ହୁଏ କେବଳ ହେଇଯାଏ । ତଥାପି ପ୍ରତ୍ୟେକ ସମ୍ପର୍କର କିଛି ଚ୍ୟାଲେଞ୍ଜ ରହିଥାଏ । କିନ୍ତୁ ଏଠାରେ ପ୍ରଶ୍ନ ହେଉଛି, ଦମ୍ପତିଙ୍କ ମଧ୍ୟରେ ବୟସର ପାର୍ଥକ୍ୟ କେତେ ରହିବା ସ୍ୱାଭାବିକ? ବାସ୍ତବରେ କିଛି ଲୋକଙ୍କ ବିଶ୍ୱାସ ଯେ ଦମ୍ପତିଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ଯେତେ ଅଧିକ, ସେମାନଙ୍କ ସମ୍ପର୍କ ଭାଙ୍ଗିବାର ସମ୍ଭାବନା ସେତେ ଅଧିକ । କିଛି ଲୋକ ଏହା ମଧ୍ୟ କୁହନ୍ତି ଯେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଆଦର୍ଶ ବୟସର ପାର୍ଥକ୍ୟ 5-6 ବର୍ଷ ହେବା ଉଚିତ ।

ଏଭଳି ହେବାର କାରଣ ହେଉଛି ସମାନ ବୟସର  ଦମ୍ପତିଙ୍କ ମନରେ ଅନେକ ସମୟରେ ଅହଂକାର ଏବଂ ଦ୍ୱନ୍ଦ୍ୱ ରହିଥିବା ବେଳେ ଅଧିକ  ବୟସ ପାର୍ଥକ୍ୟ ଥିବା ଦମ୍ପତିଙ୍କ ମଧ୍ୟରେ ପ୍ରାୟତଃ ଏହି ସମସ୍ୟା ନଥାଏ ।  ବଲିଉଡରେ ଏଭଳି ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ବୟସ ପାର୍ଥକ୍ୟ ସତ୍ୱେ ଦୀର୍ଘ ବର୍ଷ ଧରି ଏକାଠି ରହିଛନ୍ତି ।  ଦିଲୀପ କୁମାର ଏବଂ ସାଇରା ବାନୁଙ୍କଠାରୁ ସୈଫ୍-କରିନା ଏହାର ଏକ ଜୀବନ୍ତ ଉଦାହରଣ । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ନିଜଠାରୁ  ବହୁତ ସାନ କିମ୍ବା ବୟସ୍କ ବ୍ୟକ୍ତିଙ୍କୁ ଡେଟ୍ କରିବାବେଳେ ଅନେକ କଥା ଶୁଣିବାକୁ ଓ ସମ୍ମୁଖୀନ ହେବାକୁ ପଡେ । କିନ୍ତୁ ଯଦି ଆପଣ ଯଦି ଚାହିଁବେ ତେବେ ଏଭଳି ସମ୍ପର୍କକୁ ଅତି ସହଜରେ ଚଳାଇ ପାରିବେ ।

ବୟସ ପାର୍ଥକ୍ୟକୁ କିପରି ହ୍ୟାଣ୍ଡେଲ କରିବେ?

ଯଦି ଆପଣ ଅନୁଭବ କରୁଛନ୍ତି  ଯେ ଆପଣ ଦୁହିଁଙ୍କ ମଧ୍ୟରେ କେବଳେ ନିସ୍ୱାର୍ଥପର ପ୍ରେମ, ସମ୍ମାନ ଏବଂ ଯତ୍ନ ବ୍ୟାତିତ ଆଉ କିଛି ନାହିଁ, ତେବେ ଲୋକମାନେ କ’ଣ କହୁଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ଏମିତି ବି ହୋଇପାରେ ଯେ ଆପଣଙ୍କ ପରିବାର ଆପଣଙ୍କ ପସନ୍ଦକୁ ଅନୁମୋଦନ କରିନପାରନ୍ତି କିନ୍ତୁ ଏହି ସମୟରେ ଆପଣଙ୍କୁ ନିଜ ଷ୍ଟାଣ୍ଡକୁ ଦୃଢ଼ ଭାବରେ ଉପସ୍ଥାପନ କରିବାକୁ ପଡ଼ିବ ।  କାରଣ ଆପଣ ସମ୍ପର୍କରେ ବାହାର ଲୋକଙ୍କୁ ଅଣଦେଖା କରିପାରିବେ, କିନ୍ତୁ ନିଜର ପରିବାର ସଦସ୍ୟଙ୍କୁ ନଜରଅନ୍ଦାଜ କରିପାରିବେ ନାହିଁ ।

ଭବିଷ୍ୟତ ବିଷୟରେ କଥାବାର୍ତ୍ତା ହୁ୍ଅନ୍ତୁ

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ବିବାହ କରିବାର ଗୋଟିଏ ସୁବିଧା ହେଉଛି ଯେ ଏହିପରି ବ୍ୟକ୍ତିମାନେ ଭାବପ୍ରବଣ ଭାବରେ ପରିପକ୍ୱ ଏବଂ ବହୁତ ସ୍ଥିର ଅଟନ୍ତି । କିନ୍ତୁ ଏହାର ଅର୍ଥ ବିଲକୁଲ ନୁହେଁ ଯେ ଏହି ସମୟରେ ଆପଣ ନିଜର  କମ୍ଫୋର୍ଟ୍ ଜୋନରେ ରହିବେ । ବାସ୍ତବରେ ପରସ୍ପର ପ୍ରତି ପ୍ରତିସ୍ରୁତିବଦ୍ଧ ହେବା ପୂର୍ବରୁ ଆପଣ ନିଶ୍ଚିତ ଭାବରେ ନିଜର ଭବିଷ୍ୟତ ବିଷୟରେ କଥାବାର୍ତ୍ତା କରନ୍ତୁ । କାରଣ  ଭବିଷ୍ୟତରେ ଆପଣଙ୍କ ସମ୍ପର୍କ କିପରି ହେବ ତାହା ଏହି ସମୟରେ ଜାଣିବା ଜରୁରୀ ହୋଇଥାଏ ।

ପରସ୍ପର ମଧ୍ୟରେ ବୁଝାମଣା

କୌଣସି ସମ୍ପର୍କରେ ବୟସର ତାରତମ୍ୟ ଅଧିକ ଥିଲେ ଆଖପାଖ ଲୋକ ବିଭିନ୍ନ ପ୍ରକାରର ଟିପ୍ପଣୀ କରିଥାନ୍ତି । ଏଭଳି ପରିସ୍ଥିତିରେ ଦୁହିଁଙ୍କ ମଧ୍ଯରେ ଭାବ ଆଦାନପ୍ରଦାନ ବା କମ୍ୟୁନିକେଶନ ଷ୍ଟ୍ରଙ୍ଗ୍ ହେବା  ଆବଶ୍ୟକ । କାରଣ ଅନେକ ସମ୍ପର୍କ କିଛି ଭୁଲ ବୁଝାମଣା ପାଇଁ ଭାଙ୍ଗିଯାଏ । ଏମିତିରେ ଉଭୟଙ୍କ ମଧ୍ୟରେ ସବୁବେଳେ କମ୍ୟୁନିକେଶନ ଜାରି ରହିବା ଆବଶ୍ୟକ ।

ଜେନେରେସନ୍ ଗ୍ୟାପ୍ ଗୁରୁତ୍ୱ କେତେ ?

କେହି ଜଣେ ସଠିକ୍ ଭାବରେ କହିଛନ୍ତି ଯେ ଯଦି ଆପଣଙ୍କ ସାଥୀ ଯଦି ବୟସରେ ଆପଣଙ୍କଠାରୁ ବଡ଼ ତେବେ ଆପଣଙ୍କୁ ମଧ୍ଯ ତାଙ୍କ ସମକକ୍ଷ ବୁଦ୍ଧିମାନ ହେବାକୁ ପଡ଼ିବ । କାରଣ ସେ ସବୁବେଳେ ଚାହିଁବେ ଯେ, ଆପଣ ତାଙ୍କ କଥାକୁ ବୁଝନ୍ତୁ ଓ ତାଙ୍କୁ ତାଙ୍କ କାମରେ ସାହାଯ୍ୟ କରନ୍ତୁ । ଏହାର କାରଣ ଏହା ବି ହୋଇପାରେ ଯେ, ପୀଢି ବା ଜେନେରେସନର ଅନ୍ତର ପ୍ରେମ ବାବଦରେ ଅଲଗା ଅଲଗା ଅପେକ୍ଷା ଓ ରାୟ ସହିତ ଆସିଥାଏ । ଏହି କାରଣ ପାଇଁ ଏକ ସୁନ୍ଦର ଓ ସୁସ୍ଥ ସମ୍ବନ୍ଧ ପାଇଁ ଆପଣଙ୍କୁ ନିଜ ସାଥିଙ୍କ ସହିତ ଏହା ବାବଦରେ ଆଲୋଚନା କରିବା ଭଲ ହୋଇଥାଏ ।