Top 10 News Today: ମହାପ୍ରଭୁଙ୍କ ହାତୀ ବେଶ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2304019

Top 10 News Today: ମହାପ୍ରଭୁଙ୍କ ହାତୀ ବେଶ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Today: ସଂକ୍ଷପରେ ପଢିନିଅନ୍ତୁ ଆଜି ଦିନର ୧୦ଟି ବଡ଼ ଖବର

Top 10 News Today: ମହାପ୍ରଭୁଙ୍କ ହାତୀ ବେଶ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Today:

01- ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣୀମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ବର୍ତ୍ତମାନ ହାତୀବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଲକ୍ଷ ଲକ୍ଷ ଭକ୍ତ ଆଜି ଶ୍ରୀକ୍ଷେତ୍ରରେ ପ୍ରଭୁଙ୍କ ଗଜାନନ ବେଶକୁ ଦର୍ଶନ କରୁଛନ୍ତି । ଆଜି ସ୍ନାନ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ଝିପି ଝିପି ବର୍ଷା ପରିବେଶକୁ ଆହୁରି ଭକ୍ତିମୟ କରିଦେଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ରାଜ୍ୟବାସୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । 

02- ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷ ମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦିଆଯାଇଛି । ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ଏହି ଅଧ୍ୟକ୍ଷ ମାନଙ୍କ ଯୋଗୁ ନିଗମ ଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

03- NEET ଏବଂ UGC-NET ବିବାଦ ମଧ୍ୟରେ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏକ ଉଚ୍ଚସ୍ତରୀୟ କମିଟି ଘୋଷଣା କରାଯାଇଛି । ପରୀକ୍ଷା ପ୍ରକ୍ରିୟାର ଯାନ୍ତ୍ରକ କୌଶଳର ଉନ୍ନତି, ଡାଟା ସୁରକ୍ଷା ପ୍ରୋଟୋକଲ୍ ସହ ଜାତୀୟ ପରୀକ୍ଷା ଏଜେନ୍ସିର ଗଠନ ଏବଂ କାର୍ଯ୍ୟକାରିତା ଉପରେ ସୁପାରିଶ କରିବେ ଉକ୍ତ କମିଟି । ଏହି ପ୍ୟାନେଲରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଆଇଏସଆରଓ) ର ପୂର୍ବତନ ଚେୟାରମ୍ୟାନ୍ ତଥା ଆଇଆଇଟି କାନପୁରର ଗଭର୍ନର୍ସ ବୋର୍ଡର ଚେୟାରମ୍ୟାନ୍ ଡ କେ ରାଧାକୃଷ୍ଣନ ଅଧ୍ୟକ୍ଷତା କରିବେ।

04-ଉତ୍ତର କାଶ୍ମୀରର ବାରମୁଲ୍ଲା ସ୍ଥିତ ଉରି ଗୋହଲାନ ଅଞ୍ଚଳରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଖଣ୍ଡନ କରିଛନ୍ତି ଯବାନ । ଉରି ସେକ୍ଟରରେ LOC ନିକଟରେ ଦୁଇଜଣ ଆତଙ୍କବାଦୀ ଏନକାଉଣ୍ଟରରେ ଟଳି ପଡିଛନ୍ତି । ସୂଚନା ଅନୁଯାୟୀ ଉଭୟ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ସମୟରେ ସୁରକ୍ଷାବାହିନୀଙ୍କ ଦୃଷ୍ଟିରେ ପଡିଥିଲେ । ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି।

05- ରାଜ୍ୟରେ ଆଉ ଏକ ସର୍ବଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ପ୍ରତିଷ୍ଠା ତଲାଗି ଦାବି କରିଛି ଓଡ଼ିଶା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏନେଇ ରାଜ୍ୟ ପକ୍ଷରୁ ଯୁକ୍ତି ଓ ଦାବି ପତ୍ର ଉପସ୍ଥାପନ କରାଯାଇଛି। ଏହାସହ ବିଜେପି ଓଡ଼ିଶାରେ ନାରୀ ସଶକ୍ତିକରଣ ଲାଗି ଯେଉଁ ସୁଭଦ୍ରା ଯୋଜନାର ପରିକଳ୍ପନା କରିଛି ସାଥିଲାଗି ଆଂଶିକ ଆର୍ଥିକ ସହାୟତା ମାଗିଛି ରାଜ୍ୟ। ଆଜି ପ୍ରାକ୍‍ ବଜେଟ୍‍ ପରାମର୍ଶ ବୈଠକରେ ରାଜ୍ୟ ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏହି ଦାବି ଉପସ୍ଥାପନ କରିଛନ୍ତି। 

06- ଜୁନ ୨୩ ତାରିଖ ଦିନ କେନ୍ଦୁଝର ସଦର ବ୍ଲକ ରାଇକଳା ଗ୍ରସ୍ତ କରିବେ ମୁଖ୍ୟମନ୍ତ୍ରୀ । ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପରେ ପରିବାର ସଦସ୍ୟଙ୍କୁ ଭେଟିବା ସହ ଭୋଜନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ନେଇ କେନ୍ଦୁଝରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି ପୂର୍ବାହ୍ନରେ ଘଟଗାଁ ହାଇସ୍କୁଲ ଖେଳ ପଡ଼ିଆରେ ଅବତରଣ କରିବେ ମୁଖ୍ୟମନ୍ତ୍ରୀ । ଘଟଗାଁରେ ମାଆ ତାରିଣୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବା ପରେ କେନ୍ଦୁଝର ରିଜର୍ଭ ପୁଲିସ୍‌ ପଡ଼ିଆ ଅଭିମୁଖେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡାଣ ଭରିବ । ସର୍କିଟ୍‌ ହାଉସ୍‌ରେ ବିଶ୍ରାମ ପରେ ବିଶାଳ ରୋଡ୍‌ ଶୋ’ରେ ଯାଇ କେନ୍ଦୁଝର ଷ୍ଟାଡିୟମରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

07-  ଲାଞ୍ଚ ନେବା ଅଭିଯୋଗରେ CBI ପଞ୍ଝାରେ ପଡିଛନ୍ତି ଡାକ ବିଭାଗର ୨ ଅଧିକାରୀ । ବାରିପଦା ବଡ଼ସାହି ଉପଡାକଘରର ୨ ଅଧିକାରୀଙ୍କୁ ଗିରଫ ସିବିଆଇ ଗିରଫ କରିଛି । ପୋଷ୍ଟାଲ ଇନସ୍ପେକ୍ଟର ରୁବି ଦାସ ଏବଂ ଓଭରସିୟର ସୁଶାନ୍ତ ଦାସ ଗିରଫ ହୋଇଥିବା ସୂଚନା ମିଳିଛି । ଇନିକ୍ରିମେଣ୍ଟ ଟଙ୍କା କରାଇ ଦେବା ବାହାନାରେ ଜଣେ ଡାକ ସେବକଙ୍କ ଠାରୁ ୫୦ ହଜାର ଲାଞ୍ଚ ନେବା ସମୟରେ ସିବିଆଇ ରେଡ୍ କରିଛି ।

08- ରତ୍ନଭଣ୍ଡାର ଖୋଲାଯିବା ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ହାତୀ ବେଶ ଦର୍ଶନ ପରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ରତ୍ନଭଣ୍ଡାର ଗଣତି ଦିନେ କି ଦୁଇ ଦିନର କାମ ନୁହେଁ ପୂର୍ବରୁ ୭୦ ଦିନ ଲାଗିଥିଲା ତେଣୁ ଏଥର ଲମ୍ବା ସମୟ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରାରମ୍ଭିକ ଆଲୋଚନା ସରିଛି ତେବେ ଖୋଲିବା ତାରିଖ ଶୀଘ୍ର ଜଣାଇବୁ ବୋଲି ମନ୍ତ୍ରୀ କହିଥିଲେ ।

09- ଆଣ୍ଟି-ପେପର ଲିକ୍ ଆଇନ (Centre notifies Public Examinations (Prevention of Unfair Means) ଆଇନ, ୨୦୨୪ ଆଜିଠାରୁ ଦେଶରେ ଲାଗୁ ହୋଇଛି। କର୍ମଚାରୀ, ଜନ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ ମଧ୍ୟ ଏହାର ବିଜ୍ଞପ୍ତି ଜାରି କରିଛି। ଚଳିତ ବର୍ଷ ଫେବୃଆରୀରେ ସଂସଦ ଏହି ଆଇନ କାର୍ଯ୍ୟକାରୀ ହେବା ପରେ ପେପର ଲିକ୍ ପାଇଁ ଦୋଷୀ ସାବ୍ୟସ୍ତ ହେଲେ ଦଶ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡିବ। ଏହାସହ ଏକକୋଟି ଟଙ୍କା ଜରିମାନା ଦେବାର ପ୍ରାବଧାନ ମଧ୍ୟ ରହିଛି। 

10- ରାଜ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ପରେ ୩ଟି ଜିଲ୍ଲାରେ ପ୍ରବଳ ବର୍ଷିା ସମ୍ଭାବନା ରହିଛି । କିଛି ସ୍ଥାନରେ ଝିପିଝିପି ବର୍ଷା ଜାରି ରହିଛି । ୨୪ ଘଣ୍ଟା ଭିତରେ କନ୍ଧମାଳ, ଗଞ୍ଜାମ ଏବଂ ଗଜପତିରେ ପ୍ରବଳ ବର୍ଷା ହେବାନେଇ ଆକଳନ କରାଯାଇଛି । ଏଥିସହ ୨୫ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୬ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ହାଲୁକା ବର୍ଷା ଲାଗିରହିବା ସହ ୨୬ରୁ ବର୍ଷାର ପରିମାଣ ବଢ଼ିପାରେ ବୋଲି କୁହାଯାଇଛି ।

Also Read- Lucky Zodiac Sign: ଜୁନ ୨୩ରେ ତ୍ରିପୁଷ୍କର ଯୋଗର ଶୁଭ ସମକକ୍ଷ, ୫ରାଶିର ଭାଗ୍ୟ ଉଜ୍ୱଳ