Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1984229

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: ସଂକ୍ଷପରେ ପଢନ୍ତୁ ଦିନର ୧୦ଟି ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines:

1-  ଦକ୍ଷିଣ ଆଫ୍ରିକାରେ ଖଣି ଦୁର୍ଘଟଣା, ୧୧ ଜଣଙ୍କର ମୃତ୍ଯୁ: ଦକ୍ଷିଣ ଆଫ୍ରିକାରେ ଥିବା ଏକ ପ୍ଲାଟିନମ୍ ଖଣିରେ ବଡ଼ଧରଣର ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ଶ୍ରମିକମାନେ ସୁଡଙ୍ଗ ଭିତରୁ ଉପରକୁ ଆସୁଥିବା ସମୟରେ ହଠାତ୍ ଲିଫ୍ଟ ଛିଣ୍ଡି ଯାଇଥିଲା । ଫଳରେ ପ୍ରାୟ ୨୦୦ ମିଟର ତଳକୁ ଖସି ପଡି ୧୧ ଜଣ ଶ୍ରମିକଙ୍କର ମୃତ୍ଯୁ ହୋଇଛି । ଆହତ ଶ୍ରମିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

2- ବାୟୁସେନାର ସ୍ୱତନ୍ତ୍ର ବିମାନରେ ଉଦ୍ଧାର ଶ୍ରମିକଙ୍କୁ ଏୟାରଲିଫ୍ଟ : ଗତକାଲି ଟନେଲରୁ ଉଦ୍ଧାର ହୋଇଥିବା ୪୧ଜଣ ଶ୍ରମିକମାନେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଏୟାର ଲିପ୍ଟ ହୋଇଛନ୍ତି । ରିଶିକେଶ ସ୍ଥିତ ଏମ୍ସ ହସ୍ପିଟାଲରେ ଶ୍ରମିକମାନଙ୍କର ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ ହେବା ନେଇ ସୂଚନା ମିଳିଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶ୍ରମିକ ମାନଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଦେବେ ବୋଲି ଘୋଷଣା କରିଛନ୍ତି ।

3- ଶ୍ୱାସକ୍ରିୟା ସଂକ୍ରମଣ ପାଇଁ ୭ ରାଜ୍ୟକୁ କେନ୍ଦ୍ରର ସତର୍କବାଣୀ: ଶ୍ୱାସକ୍ରିୟା ଜନିତ ସଂକ୍ରମଣ ବଢୁଥିବା କାରଣରୁ କେନ୍ଦ୍ର ସରକାର ଆକ୍ସନ ମୁଡକୁ ଆସିଛନ୍ତି । ଦେଶର ପ୍ରମୁଖ ୬ଟି ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ, ତାମିଲନାଡୁ, ଗୁଜରାଟ, ଉତ୍ତରାଖଣ୍ଡ, ହରିୟାଣାକୁ ସତର୍କ ହେବା ପାଇଁ ସୂଚନା ଦିଆଯାଇଛି । ନିର୍ଦ୍ଦଶନାମାରେ କୁହାଯାଇଛି ଯେ, ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସମେତ ଡାକ୍ତରଖାନାରେ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ରଖାଯାଉ । ଇନ୍‌ଫ୍ଲୁଏଞ୍ଜା ଓ ଶ୍ୱାସ ସମ୍ବନ୍ଧୀୟ ରୋଗ ମାମଲା ଉପରେ ଅଧିକ ନଜର ରଖିବାକୁ ୬ଟି ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।

4- ବିବାହ କଲେ କ୍ରିକେଟର ମୁକେଶ କୁମାର : ନିଜର କଠିନ ପରିଶ୍ରମ ଏବଂ ନିଷ୍ଠା କାରଣରୁ ଖୁବ୍ କମ୍ ସମୟ ମଧ୍ୟରେ ଭାରତୀୟ କ୍ରିକେଟ୍ ଟିମର ଏକ ଅଂଶ ହୋଇପାରିଥିବା ମୁକେଶ କୁମାର ବିବାହ କରିଛନ୍ତି। ୟୁପିର ଗୋରଖପୁରର ଏକ ହୋଟେଲରେ ମୁକେଶଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ମୁକେଶ କୁମାର ଦିବ୍ୟା ସିଂଙ୍କୁ ନିଜର ଜୀବନସାଥୀ କରିଛନ୍ତି। ଆସନ୍ତା ଡିସେମ୍ବର ୪ ତାରିଖରେ ମୁକେଶଙ୍କ ଗାଁରେ ବିବାହ ଭୋଜି କାର୍ଯ୍ୟକ୍ରମ ରହିଛି ।

5- ଡିଲେଶ୍ୱର ରଣାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର: କ୍ଷୁଦ୍ର ଗଳ୍ପ ସେଁରରା ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲାର ଧଅଁରାମାଲ ଗ୍ରାମର ପୁଅ ଡିଲେଶ୍ୱର ରଣା। ୨୦୨୩ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଯୁବ ପୁରସ୍କାର ଗ୍ରହଣ କରିବେ ଶ୍ରୀ ରଣା। ଏହି ପୁରସ୍କାର ପାଇଁ ସେଁରରାକୁ ମନୋନୀତ କରିଛନ୍ତି କେନ୍ଦ୍ର ସାହିତ୍ୟ ଅକାଦେମି। ପୁରସ୍କାର ବାବଦକୁ ଶ୍ରୀ ରଣାଙ୍କୁ ତାମ୍ର ଫଳକ ସହ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। 

6- ଛନକା ପୂରାଇଲାଣି ବାତ୍ୟା, ଆଜି ତୀବ୍ର ଅବପାତରେ ହେବ ପରିଣତ !: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଭାରତୀୟ ପାଣିପାଗ ବିଭାଗର ଆାକଳନ ଅନୁସାରେ ଆଜି ଏହି ଅବପାତ ତୀବ୍ର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ସମୁଦ୍ର ମଧ୍ୟରେ ଆାସନ୍ତା ୧ ତାରିଖ ବେଳକୁ ଏହା ଏକ ସାମୁଦ୍ରିକ ଝଡ଼ର ରୂପ ନେବାର ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବାତ୍ୟାରେ ପରିଣତ ହେବା ପରେ ଏହାର ନାମ ମିଗଜାଉନ୍ ରଖାଯିବ ବୋଲି ସୂଚନା ରହିଛି । 

7- ସମ୍ଭାବ୍ୟ ବାତ୍ୟା ପାଇଁ ଏସଆରସିଙ୍କ ଚିଠି: ସମ୍ଭାବ୍ୟ ବାତ୍ୟକୁ ନେଇ ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ବାଲେଶ୍ୱର, ଭଦ୍ରକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଂଜାମ ଏବଂ ଖୋର୍ଦ୍ଧା । ଚିଠିରେ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଡିସେମ୍ୱର ୧ ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳର ଗଭୀର ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ସୁଦ୍ଧା ଉପକୂଳକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

8- କେନ୍ଦୁଝରରେ ସଶସ୍ତ୍ର ଡକାୟତି: ଆନନ୍ଦପୁର ଉପଖଣ୍ଡ ଟୁକୁଣା ଗାଁରେ ଗତକାଲି ରାତିରେ ସଶସ୍ତ୍ର ଡକାୟତି ହୋଇଥିବା ଖବର ସାମ୍ନାକୁ ଆସିଛି । ୬ ଜଣ ଡକାୟତ ଜଣେ ବ୍ୟକ୍ତିଙ୍କ ଘରେ ପସି ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ୧୫ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର। ପବିତ୍ର ଦାସଙ୍କ ଘର ଲୋକେ ହୋଇଛନ୍ତି ଲୁଟର ଶିକାର । ଡକାୟତମାନେ ଘର ଝରକା ଗ୍ରୀଲ୍ ଭାଙ୍ଗି ଘରେ ପଶି ଡକାୟତ କରିଛନ୍ତି । ୪ ଜଣ ଡକାୟତ ଭିତରେ ପଶିଥିବା ବେଳେ ୨ ଜଣ ବାହାରେ ଥିଲେ। ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

9- ସାଇକେଲରେ ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର: ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସାଇକେଲରେ ଲାଗିବ ଷ୍ଟିକର । ଏସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ କାର୍ଯ୍ୟକାରୀ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜିଲା ଏବଂ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି ଲେଖାଯାଇଛି। ନଭେମ୍ୱର ୩୦ ତାରିଖରେ ଏହି ଷ୍ଟିକର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ‘

10- ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାରେ ଲାଇଭ ଷ୍ଟ୍ରିମିଙ୍ଗ: ପରୀକ୍ଷାରେ ସ୍ୱଚ୍ଛତା ବଢାଇବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ପଦକ୍ଷପ । ପରୀକ୍ଷା ପରିଚାଳନା ହବ୍‌କୁ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମନିଟରିଂ କରାଯିବ । ଅନ୍ୟପଟେ ପରୀକ୍ଷା କେନ୍ଦ୍ର ଗୁଡିକରେ ଲାଗିଥିବା ସିସିଟିଭିର ସ୍ଥିତି କଣ ସେ ବିଷୟରେ ଡିସେମ୍ବର ୧୫ ତାରିଖ ସୁଦ୍ଧା ପରିଷଦକୁ ଜଣାଇବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସବୁ କଲେଜ୍ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।

Also Read- Mukesh Kumar Wedding: ଟିମ୍ ଇଣ୍ଡିଆର ଷ୍ଟାର ବୋଲର ମୁକେଶଙ୍କ ବିବାହ ସମୟର ଝଲକ

Also Read- ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟର ସଫଳତା ନେଇ ଖୁସି ବ୍ୟକ୍ତ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ