Top 10 News Headlines: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।
Trending Photos
Top 10 News Headlines:
1- ବିଷ୍ଣୁଦେବ ସାୟ ଛତିଶଗଡ଼ ମୁଖ୍ୟମନ୍ତ୍ରୀ: ଜଣାଶୁଣା ଆଦିବାସୀ ଚେହେରା ବିଷ୍ଣୁଦେବ ସାୟଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ବିଜେପି କେନ୍ଦ୍ରୀୟ ନେତତ୍ୱ। ୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ନେତା ବିଷ୍ଣୁଦେବ ସାୟ ରାଜ୍ୟର କୁନକୁରି ଆସନରୁ ନିର୍ବାଚିତ ହୋଇଛନ୍ତି। ସେ ପୂର୍ବରୁ ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଛନ୍ତି।
2- ଉତ୍ତରାଧିକାରୀଙ୍କ ନାମ ଘୋଷଣା କଲେ ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ: ବିଏସପି ସୁପ୍ରିମୋ ମାୟାବତୀ ତାଙ୍କ ରାଜନୀତିକ ଉତ୍ତରାଧିକାରୀଙ୍କ ନାଁ ସର୍ବସମ୍ମୁଖରେ ଘୋଷଣା କରିଛନ୍ତି । ନିଜ ପୁତୁରା ତଥା ନିଜ ସାନ ଭାଇଙ୍କ ପୁଅ ଆକାଶ ଆନନ୍ଦ ଆଗକୁ ବିଏସପିର ଉତ୍ତରାଧିକାରୀ ହେବେ ବୋଲି ସେ ସୂଚନା ଦେଇଛନ୍ତି ।
3- ୩ ବଲିଉଡ ସୁପରଷ୍ଟାରଙ୍କୁ କୋର୍ଟ ନୋଟିସ: ତମାଖୁ ପ୍ରସ୍ତୁତକାରୀ କମ୍ପାନୀ ପାଇଁ ବିଜ୍ଞାପନ କରୁଥିବାରୁ ଖାଉଟି ସୁରକ୍ଷା ପ୍ରାଧିକରଣ ପକ୍ଷରୁ ନୋଟିସ ଜାରି କରାଯାଇଛି । ଆଡଭୋକେଟ ମୋତିଲାଲ ଯାଦବ ପୂର୍ବରୁ ଏନେଇ ଆବେଦନ କରିଥିବାରୁ କୋର୍ଟ ପକ୍ଷରୁ ଅଭିନେତା ଶାହରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କୁ ନୋଟିସ ପଠାଯାଇଛି । ଏହି ମାମଲାର ଶୁଣାଣି ଆସନ୍ତା ମେ ୯ ତାରିଖରେ ହେବ ।
4- ଭାଲୁକୁ ପିଟି ପିଟି ମାରିଦେଲେ ଗାଁଲୋକେ: ଗତକାଲି ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁବରଣ ହୋଇଥିଲା । ରାଗରେ ଆଜି ଉତ୍ୟକ୍ତ ଲୋକମାନେ ଭାଲୁକୁ ପିଟିପିଟି ମାରିଦେଇଛନ୍ତି । ଘଟଣାଟି ନବରଙ୍ଗପୁର ଉତ୍ତରାସିଉନି ଅଞ୍ଚଳରେ ଘଟିଛି । ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।
5- ହାତୀ ଆକ୍ରମଣରେ ରେଞ୍ଜର ମୃତ: ଗତକାଲି ରାତିରେ କଳାହାଣ୍ଡି ନର୍ଲା ରେଞ୍ଜ୍ ଅନ୍ତର୍ଗତ ରତନପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦନ୍ତା ହାତୀ ଆକ୍ରମଣରେ ନର୍ଲା ରେଞ୍ଜରଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଦନ୍ତା ହାତୀ ଜଙ୍ଗଲରୁ ଗାଁ ମଧ୍ୟରେ ପଶି ଉପଦ୍ରବ ରଚିଥିଲା । ଗଛ ବୃଛ ଭାଙ୍ଗିବା ସହିତ ଫସଲ ନଷ୍ଟ କରିବା ସମୟରେ ହାତୀକୁ ଗ୍ରାମବାସୀମାନେ ଦେଖିଥିଲେ । ତେଣୁ ତୁରନ୍ତ ବିଳମ୍ୱ ନକରି ଏ ସମ୍ପର୍କରେ ବନ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ । ଭୋର ସମୟରେ ହାତୀକୁ କାବୁ କରିବାକୁ ବନ ବିଭାଗର କର୍ମଚାରୀଙ୍କ ସହିତ ନର୍ଲା ରେଞ୍ଜର ପ୍ରଶାନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ହାତୀକୁ ଘଉଡାଇବା ସମୟରେ ହାତୀଟି ରାଗିଯାଇ ରେଞ୍ଜରଙ୍କୁ ଆକ୍ରମଣ କରିଥିଲା ।
6- OSSSC ପରୀକ୍ଷାରେ ବ୍ୟାପକ ଅନିୟମିତତା । ପରୀକ୍ଷା ବାତିଲ ଦାବି : ଗତ ଡିସେମ୍ବର ତିନି ତାରିଖରେ ହୋଇଥିବା ଓଡ଼ିଶା ସବ୍ ଅର୍ଡିନେଟ କର୍ମଚାରୀ ଚୟନ ଆୟୋଗର ବହୁମୁଖି ସ୍ବାସ୍ଥ୍ୟକର୍ମୀ MPHW ପରୀକ୍ଷା ପ୍ରଶ୍ନପତ୍ରରେ ବ୍ୟାପକ ଅନୀୟମତିତା ଦେଖାଦେଇଥିବା ଅଭିଯୋଗ ଆସିଛି । ଫଳରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
7: କାଳ ସାଜିଲା ବରଯାତ୍ରୀ: ଉତ୍ତରପ୍ରଦେଶ ଭୋଜିପୁର ଥାନା ଅଞ୍ଚଳରେ ଶନିବାର ଦିନ ବିଳମ୍ବିତ ରାତିରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ବିବାହ ଭୋଜିରୁ ଏକ କାରରେ ପାଖାପାଖି ୯ ଜଣ ଲୋକେ ଘରକୁ ଫେରୁଥିଲେ। କିନ୍ତୁ କାରଟି ନୈନିତାଲ ନ୍ୟାସନାଲ ହାଇଓ୍ବେରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଅନ୍ୟ ପାର୍ଶ୍ୱକୁ ମାଡି଼ ଯାଇଥିଲା। ଫଳରେ ସେପଟୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । କାର ଭିତରେ ବସିଥିବା ସମସ୍ତ ଆଠ ଜଣ ନିଆଁରେ ପୋଡ଼ି ହୋଇ ଜୀବନ ହରାଇଥିଲା ବେଳେ ଡ୍ରାଇଭର ଜଣକ ଏଥିରୁ ବର୍ତ୍ତି ଯାଇଛନ୍ତି।
8- ପ୍ରେମିକ ହତ୍ୟା ପଛରେ ପ୍ରେମିକାର ଦାଦା: ନାବାଳିକାକୁ ପ୍ରେମ କରିବା ଫଳରେ ଜୀବନ ଯାଇଛି ଯୁବକଙ୍କର । ଘଟଣାଟି ଢେଙ୍କାନାଳ ମୋଟଙ୍ଗା ଥାନା ଅଞ୍ଚଳରେ ଘଟିଛି । ଗୋଟିଏ ପୋଖରୀରୁ ଯୁବକଙ୍କ ମୃତଦେହ ଜବତ କରାଯାଇଥିବା ସମୟରେ ତାଙ୍କ ହାତ ଗୋଡ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ପ୍ରାଥମିକ ତଦନ୍ତ ଅନୁଯାୟୀ ଖବର ମିଳିଛି ଯେ, ପ୍ରେମିକାର ଦାଦା ହତ୍ୟାର ଷଡଯନ୍ତ୍ର କରିଥିଲେ । ଉକ୍ତ ଦାଦା ବର୍ତ୍ତମାନ ଫେରାର ଥିବା ସମୟରେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
9- ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ: କଟକ ଐତିହାସିକ ବାଲିଯାତ୍ରାରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଅସ୍ଥାୟୀ କାମ, ବାଲିଯାତ୍ରା ଗେଟ୍ ସହିତ ସଫେଇ କାମକୁ ନେଇ ହୋଇଛି ବଡ଼ ଘୋଟାଲା । ଏ ସମ୍ପର୍କରେ ଆରଡିସିକୁ ଚିଠି ଲେଖାଯାଇଛି ବୋଲି ବିଧାୟକ କହିଛନ୍ତି ।
10- ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ହ୍ରାସ: ଗତକାଲି ରାତିରେ କୋରାପୁଟରେ ସବୁଠୁ କମ୍ ୧୧.୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ଼ କରାଯାଇଥିଲା। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ରେ କୁହାଯାଇଛି ଯେ ଆଗାମୀ ୭ ଦିନ ଯାଏ ପାଗ ଶୁଖିଲା ରହିବ। ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ଖସିବ। ଫଳରେ ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ। କୋରାପୁଟରେ ୧୧.୨ ଡିଗ୍ରୀ ରେକର୍ଡ ହୋଇଛି ।
Also Read- OSSSC ପରୀକ୍ଷାରେ ବ୍ୟାପକ ଅନିୟମିତତା । ପରୀକ୍ଷା ବାତିଲ ଦାବି
Also Read- Elephant attack: କଳାହାଣ୍ଡିରେ ଅଭାବନୀୟ ଘଟଣା, ହାତୀ ଆକ୍ରମଣରେ ରେଞ୍ଜର ମୃତ