Top 10 News Today: ନିର୍ମାଣ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା ଏବଂ ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2425283

Top 10 News Today: ନିର୍ମାଣ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ନିର୍ମାଣ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା ଏବଂ ଅନ୍ୟ ମୁଖ୍ୟ ଖବର

Top 10 News Today

Headlines 01- ନୋଏଡାରେ ଆୟୋଜିତ ହେଉଛି ସେମିକନ ଇଣ୍ଡିଆ-୨୦୨୪। ସେମିକଣ୍ଡକଟର, ଡିଜାଇନ, ଉତ୍ପାଦନ ଓ ପ୍ରଯୁକ୍ତି ବିଦ୍ୟା ବିକାଶରେ ଭାରତକୁ ବିଶ୍ବସ୍ତରୀୟ ହବରେ ପରିଣତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ଅଧିକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

Headlines 02- ଓଡ଼ିଶା ସେବିକା ସଞ୍ଜୁକ୍ତା ସେଠୀଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ୍ ପୁରସ୍କାର ମିଳିଛି । ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଞ୍ଜୁକ୍ତାଙ୍କୁ ସମ୍ମାନୀତ କରିଛନ୍ତି । ଏହି ପୁରସ୍କାର ମିଳିବା ପରେ ସଞ୍ଜୁକ୍ତା ଖୁସି ପ୍ରକାଶ କରିବା ସହ ଆଗକୁ ଆହୁରି ଭଲ କାମ କରିବେ ବୋଲି କହିଛନ୍ତି ।

Headlines  03- ଆଜି ହୀରାକୁଦର ୪ଟି ଗେଟ୍ ଖୋଲାଯାଇଛି । ଅପରାହ୍ନ ୨ଟାରେ ଗେଟ୍ ଖୋଲାଯାଇଥିବା ନେଇ ସୂଚନା ମିଳିଛି । ଆଜି ମଧ୍ୟାହ୍ନ ସୁଦ୍ଧା ହୀରାକୁଦର ସମସ୍ତ ଗେଟ୍ ବନ୍ଦ ଥିଲା । କିନ୍ତୁ ଡ୍ୟାମର ଜଳସ୍ତର ନିୟନ୍ତ୍ରଣ କରିବା ପାଇଁ ଗେଟ୍ ଖୋଲାଯାଇଥିବା କୁହାଯାଇଛି ।

Headlines 04- ନିର୍ମାଣ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି ପାଇଛି । ଏଣିକି ଦୁର୍ଘଟଣାରେ ମୃତ୍ୟୁ ହେଲେ ୬ ଲକ୍ଷ ସହାୟତା ରାଶି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍ବାଭାବିକ ମୃତ୍ୟୁ ହେଲେ ୩ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ ।

Headlines 05- ଆସନ୍ତା ମାର୍ଚ୍ଚ ୨୦୨୫ ସୁଦ୍ଧା ରାଜ୍ୟର ସବୁ ରାଜସ୍ୱ ଗାଁକୁ ବିଜୁଳି ସଂଯୋଗ କରାଯିବ। ଆଜି ବିଧାନସଭା ପ୍ରଶ୍ନକାଳରେ ବିଜୁଳି ସଂଯୋଗ ସମ୍ପର୍କରେ ଆଲୋଚନା ହେବା ବେଳେ ଏହି ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ କେ ଭି ସିଂଦେଓ। ଗୃହରେ ବିଜେଡି ବିଧାୟକ ବଦ୍ରି ପାତ୍ର ପ୍ରଶ୍ନ କରିଥିଲେ ଯେ କେବେ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍‌ ସଂଯୋଗ କରାଯିବ। ଯାହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି ୨୪ ବର୍ଷ ବିଜେଡି ସରକାରରେ ଥିଲେ, ଆମେ ୩ ମାସ ହେବ ଆସିଛୁ। କାହିଁକି ଆଗରୁ ଜିଲାସ୍ତରୀୟ କମିଟି ନିୟମିତ ବସୁନଥିଲା। କିନ୍ତୁ ଆମେ ଆଶ୍ୱାସନା ଦେଉଛୁ ଏଣିକି ନିମୟିତ କମିଟି ବୈଠକ ବସିବ।

Headlines 06- ଲୋୟର ପିଏମଜିରେ ଓଡ଼ିଶା ଗୋଷ୍ଠୀ ସହାୟିକା ସଂଘର ବିଶାଳ ରାଲି ଦେଖିବାକୁ ମିଳିଛି । ବକେୟା ଦରମା, ସରକାରୀ ମାନ୍ୟତା, ସର୍ବନିମ୍ନ ମଜୁରୀ ଓ ପରିଚୟ ପତ୍ର ପ୍ରଦାନ ଦାବିରେ ରାସ୍ତାକୁ ଓହ୍ଲାଇଛି ସଂଘ । ଶହ ଶହ ସଂଖ୍ୟାରେ ଏକାଠି ହୋଇ ଆନ୍ଦୋଳନ କରୁଛନ୍ତି ମହିଳା । 

Headlines 07-  ଭଞ୍ଜନଗର ଜଳ ସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଆଜି ୧୧ ସେପ୍ଟେମ୍ବର ୨୦୨୪ ବୁଧବାର ସକାଳୁ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଏହି ଚଢାଉ ଆରମ୍ଭ କରିଛି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ। ପ୍ରସନ୍ନଙ୍କ ଭଞ୍ଜନଗର କୁଲାଡ଼ ସ୍ଥିତ ବାସଭବନ, ଭଞ୍ଜନଗରର ଆଖପାଖରେ ଥିବା ୬ଟି ସ୍ଥାନ ଓ ବ୍ରହ୍ମପୁରରେ ଥିବା ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Headlines 08- ମାଲକାନଗିରି ଜିଲ୍ଲାରେ ସମସ୍ତ ପୋଲ ଏବଂ ରାସ୍ତା ଉପରୁ ପାଣି ଖସିଛି। ପରିସ୍ଥିତି ନିୟନ୍ତ୍ରଣ, ପୋଟେରୁ ପୋଲ ଧୋଇବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୪୮ଘଣ୍ଟା ପରେ ମଧ୍ୟ ପୋଟେରୁ ପୋଲ ଧୋଇ ହୋଇଯାଇଥିବାରୁ ମାଲକାନଗିରିରୁ ମୋଟୁକୁ ଏପର୍ଯ୍ୟନ୍ତ ଯୋଗାଯୋଗ ସ୍ଵାଭାବିକ ହୋଇପାରିନାହିଁ। ସେପଟେ ଆଜି ବନ୍ୟା କ୍ଷତିଗ୍ରସ୍ତଙ୍କ ଆକଳନ ପ୍ରକ୍ରିୟା ଆରମ୍ଭ ହେବ। ଦୀର୍ଘ ୪୮ଘଣ୍ଟା ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ବେହାଲ ହୋଇପଡିଥିଲା। ମଙ୍ଗଳବାର ରାଜ୍ୟ ସରକାରଙ୍କ ତରଫରୁ ଏକ ସ୍ଵତନ୍ତ୍ର ଟିମ୍ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ କ୍ଷୟକ୍ଷତି ଆକଳନ କରି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିବା ଜଣାପଡିଛି।

Headlines 09- ଅଭିନେତ୍ରୀଙ୍କ ମଲାଇକା ଆରୋରାଙ୍କ ବାପା ଅନିଲ ଆରୋରା ଆତ୍ମହତ୍ୟା କରିଛନ୍ତି। ସେ ଆଜି ସକାଳ ପ୍ରାୟ ୯ ଟା ସମୟରେ ତାଙ୍କ ମୁମ୍ବାଇ ଘରୁ ଡେଇଁପଡି ଜୀବନ ହାରିଥିଲେ। ଅଭିନେତ୍ରୀଙ୍କ ବାପା ଛାତରୁ ଡେଇଁ ଆତ୍ମହତ୍ୟା କରିବା ଖବର ଏବେ ସମସ୍ତଙ୍କୁ ଚକିତ କରିଛି। ମଲାଇକା ଏହି ଖବର ପାଇବା ମାତ୍ରେ ପୁଣେରୁ ସେ ମୁମ୍ବାଇରେ ପହଞ୍ଚିଛନ୍ତି। ମୃତଦେହ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଯାଇଛି। ଅନିଲ ଆରୋରା କାହିଁକି ହଠାତ୍ ଏହିପରି ପଦକ୍ଷେପ ନେଲେ? ଏନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ପାରିନାହିଁ କିନ୍ତୁ ଅରବାଜ ଖାନ୍ ତାଙ୍କ ପୂର୍ବତନ ପତ୍ନୀ ଏବଂ ତାଙ୍କ ପରିବାରର ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Headlines 10- ଆସନ୍ତା ୧୨ ତାରିଖରେ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୩ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବ। ପରେ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ୧୩ରୁ ୧୫ ତାରିଖ ମଧ୍ୟରେ ବାଲେଶ୍ବର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଯଦି ଲଘୁଚାପଟି ଦକ୍ଷିଣ ପଶ୍ଚିମବଙ୍ଗରେ ସୃଷ୍ଟି ହୁଏ, ତେବେ ଏହି ୩ଟି ଜିଲ୍ଲା ସହିତ ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ। ୧୬ ତାରିଖରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ଅନ୍ୟପଟେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ବିଶେଷ ବର୍ଷା ସମ୍ଭାବନା ନାହିଁ। ସ୍ବାଭାବିକଠାରୁ ଅଧା ବର୍ଷା ହୋଇପାରେ।

Also Read- ମୁଁ ଅଭିନେତା ବୋଲି ମତେ ନେଇ ଚର୍ଚ୍ଚା ଚାଲିଛି, ମୋ ଝିଅ ବଡ଼ ହେଲେ ଜବାବ ଦବ- ମନୋଜ ମିଶ୍ର

Also Read- Video: ଅଭିନେତ୍ରୀ ଚିକି ଏବଂ ବିଶ୍ୱରୂପାଙ୍କ ଏହି ଭିଡିଓ ହେଉଛି ଭାଇରାଲ୍