Top 10 News Today: ଶିମିଳିପାଳରେ କଳାବାଘ ସଫାରୀ ପାଇଁ ଅନୁମତି ଖବର ସହ ଅନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2358561

Top 10 News Today: ଶିମିଳିପାଳରେ କଳାବାଘ ସଫାରୀ ପାଇଁ ଅନୁମତି ଖବର ସହ ଅନ୍ୟ ଅପଡେଟ୍

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଶିମିଳିପାଳରେ କଳାବାଘ ସଫାରୀ ପାଇଁ ଅନୁମତି ଖବର ସହ ଅନ୍ୟ ଅପଡେଟ୍

Top 10 News Today: 

01- ଆଜି ବିଧାନସଭାର ଷଷ୍ଠ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲା କଂଗ୍ରେସ । ଅଗ୍ନିବୀର ଓ ସେମାନଙ୍କ ୟୁନିଫର୍ମ ଉପରେ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ପଢ଼ି ଶୁଣାଉଥିବା ବେଳେ ଗୃହରେ ଉଦବେଗ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ୪ଟା ଯାଏଁ ଗୃହ ମୁଲତବି।

02- ରାଜଧାନୀ ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା କୋଚିଂ ସେଣ୍ଟରରେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତ ହେଉଥିବା ତିନି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ଛାତ୍ରମାନେ ତଳ ମହଲାରେ ଥିଲେ ଯେଉଁଠାରେ ହଠାତ୍ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଫଳରେ ୩ ଜଣ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ମାମଲାରେ ବର୍ତ୍ତମାନ ଦିଲ୍ଲୀ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କାଲି ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୫ ଜଣଙ୍କୁ ପୁଲିସ ଗିରଫ କରିଛି। ଏହାକୁ ମିଶାଇ ମୋଟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି।

03- CBI ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ରାଉସ୍ ଆଭେନ୍ୟୁ କୋର୍ଟରେ ଦାଖଲ ହୋଇଥିବା ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଏକ ଚର୍ଜସିଟ୍‌ ଦାଖଲ କରିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବ୍ୟାପକ ଯାଞ୍ଚ ପରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି; ଯେଉଁଥିରେ ବହୁ ଆର୍ଥିକ ହେର୍‌ଫେର୍‌ ହୋଇଥିବା କୁହାଯାଉଛି। ଏହାପୂର୍ବରୁ ଚଳିତ ବର୍ଷ ମେ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ମଦ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍‌) ମୁଖ୍ୟଙ୍କ ବିରୋଧରେ ୨୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା।

04- କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି । ବନ୍ଧୁକ ସପ୍ଲାଇ ଗ୍ୟାଙ୍ଗକୁ ଧରିବା ସହ ୬ଜଣଙ୍କୁ ଗିରଫ କରିଛି ପୋଲିସ । ବାଲିଅନ୍ତା ପୋଲିସ ଏବଂ ସ୍ପେଶାଲ୍ ସ୍କ୍ୱାଡ୍‌ର ମିଳିତ ଭାବେ ଏହି ରେଡ୍‌ କରାଯାଇଥିଲା । ୬ଟି ବନ୍ଧୁକ ଜବତ କରାଯାଇଥିବା ସୂଚନା ମିଳିଛି । ଟ୍ୱିନ୍ ସିଟି ସହ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ସକ୍ରିୟ ଥିଲେ ଅଭିଯୁକ୍ତ । ବିହାରରୁ ବନ୍ଧୁକ ଆଣି ଓଡ଼ିଶାର ବିଭିନ୍ନ ଗ୍ୟାଙ୍ଗଷ୍ଟରଙ୍କୁ ବିକ୍ରି କରୁଥିବା ସୂଚନା ରହିଛି ।

05- ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲାରେ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ମଧୁମିତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଟ୍ରେନ୍ ଆଗକୁ ଡେଇଁବା ପରେ ଘୋଷାଡ଼ି ହୋଇ କିଛି ସମୟ ବଞ୍ଚିଥିଲେ । କ୍ଷତ କାରଣରୁ ମଧୁମିତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

06- ଶିମିଳିପାଳରେ କଳାବାଘ ସଫାରୀ ପାଇଁ ଅନୁମତି ମିଳିଛି । ଏନେଇ ସୂଚନା ଦେଇଛନ୍ତି ବନ୍ୟପାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ସେଣ୍ଟ୍ରାଲ ଜୁ ଅଥୋରିଟି (CZA)ରୁ ଅନୁମତି ମିଳିଛି ବୋଲି ପିସିସିଏଫ୍‌ କହିଛନ୍ତି । ବାରିପଦା ମଞ୍ଚିଆପଡ଼ାରେ ୧୦୦ ଏକର ଜାଗାରେ ସଫାରୀ ହେବ ଏବଂ ନନ୍ଦନକାନନରେ ଥିବା କଳା ଜିନ୍‌ ବାଘକୁ ସେଠାରେ ଛଡ଼ାଯିବ ବୋଲି ସେ ସୂଚନା ଦେଇଛନ୍ତି ।

07- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ତଦାରଖ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ ଓ ଏଏସଆଇ ଅଧିକାରୀମାନେ ଯୋଗ ଦେଇଥିଲେ । ତେବେ ବାହାର ଓ ଭିତର ଭଣ୍ଡାରରୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହୋଇସାରିଛି। ଏଏସଆଇ ପକ୍ଷରୁ ପ୍ରାଥମିକ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ କେବେ ଏହାର ମରାମତି ହେବ, ସେ ନେଇ ଆଜିର ବୈଠକରେ ଆଲୋଚନା ହୋଇଥିବା ସୂଚନା ରହିଛି।

08- କଟକ ନିଣ୍ଚିନ୍ତକୋଇଲିଠାରେ ଏକ କାର କାଉଡ଼ିଆଙ୍କ ଉପରକୁ ମାଡ଼ିଯିବାରୁ ଦୁଇଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ନିଶ୍ଚିନ୍ତକୋଇଲି-କନ୍ଦ୍ରାପଡ଼ା ରାସ୍ତାର ତହସିଲ ଛକଠାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ତିନିଜଣ କାର ଆରୋହୀ ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା କାଉଡ଼ିଆ ରହିଛନ୍ତି। ସେମାନେ ପାଣିଭାର ନେଇ ନିକଟସ୍ଥ ଶିବ ମନ୍ଦିରକୁ ଯାଉଥିଲେ।

09- ପ୍ୟାରିସ ଅଲମ୍ପିକର ତୃତୀୟ ଦିନରେ ଭାରତ ୩ଟି ପଦକ ପାଇଁ ମୈଦାନକୁ ଓହ୍ଲାଇବ। ଟୁର୍ନାମେଣ୍ଟର ଦ୍ୱିତୀୟ ଦିନରେ ସୁଟିଂରେ ଭାରତ ନିଜର ଖାତା ଖୋଲିଥିଲା। ମହିଳା ସୁଟର ମନୁ ଭାକର ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ମନୁ ଭାକର ପ୍ରଥମ ମହିଳା ସୁଟର ହୋଇଛନ୍ତି ଯିଏ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଛନ୍ତି। ଭାରତ ଆଜି ଅଲିମ୍ପିକ୍ସରେ ୩ଟି ପଦକ ଜିତିପାରେ। 

10- ଲଘୁଚାପ ପ୍ରଭାବରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ମାଲକାନଗିରି ଜିଲ୍ଲାରେ ସ୍ବାଭାବିକ ଠାରୁ ବହୁ ଅଧିକ ବର୍ଷା ହୋଇଥିବା ବେଳେ କୋରାପୁଟ, ନୂଆପଡ଼ା, ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ତତ୍‌ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଥିବା ଲଘୁଚାପ କ୍ଷେତ୍ର ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗରେ ଅଗ୍ରସର ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ପ୍ରଭାବରେ ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Also Read- Shukra Gochar 2024: ଶୁକ୍ରଙ୍କ ରାଶି ପରିବର୍ତ୍ତନ, ଦିନକ ପରେ ବଦଳିଯିବ ୪ ରାଶିର ଭାଗ୍ୟ

Also Read- ପାରାଦୀପ ବନ୍ଦର (ପିପିଏ)ର କାର୍ଯ୍ୟ ସମୀକ୍ଷା କଲେ ସଚିବ ଶ୍ରୀ ରାମଚନ୍ଦ୍ରନ