ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Trending Photos
1-Article 370: ଜମ୍ମୁ- କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଉଚ୍ଛେଦ କରିବା ନିଷ୍ପତ୍ତି ଯଥାର୍ଥ ଥିଲା କି ନାହିଁ ଏହା ଉପରେ ସୁପ୍ରିମକୋର୍ଟ ସୋମବାର ବହୁପ୍ରତୀକ୍ଷିତ ରାୟ ଶୁଣାଇବେ । ଏଥିଲାଗି ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ଶ୍ରୀନଗର ଓ ଜମ୍ମୁ ସମେତ କେନ୍ଦ୍ର ଶାସିତ ଅଞ୍ଚଳର ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥ କରାଯାଇଛି ।
2-AC Cabin in trucks: ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (Ministry of Road Transport and Highways) ପକ୍ଷରୁ ଟ୍ରକରେ ଏସି କ୍ୟାବିନକୁ (AC Cabin) ବାଧ୍ଯତାମୂଳକ କରାଯାଇଛି । ସୂଚନା ଅନୁଯାୟୀ, ୨୦୨୫ ଅକ୍ଟୋବର ୧ ଓ ଏହାପରେ ଯେଉଁସବୁ ନୂଆ ଟ୍ରକ୍ (Trucks) ନିର୍ମାଣ ହେବ ସେଥିରେ ଡ୍ରାଇଭରଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାବିନରେ ଏସି (AC) ଲଗାଇବା ନେଇ ବାଧ୍ୟତାମୂଳକ କରାଯାଇଛି ।
3-Madhya Pradesh New Chief Minister: ମଧ୍ୟପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଲାଗି ରହିଛି ସସପେନ୍ସ । ମଧ୍ୟପ୍ରଦେଶରେ କାହାର ରାଜ୍ ଚାଲିବ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଆଜି ବିଧାୟକଙ୍କ ସହ ବୈଠକ କରିବେ ପର୍ଯ୍ୟବେକ୍ଷକ । ଏହାପରେ କିଏ ହେବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା ହୋଇପାରେ ।
4- CM Odisha: ଭାରତର ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରରେ ରହିଛି ବିଶ୍ବସ୍ତରୀୟ ଉପକରଣ।
5- OSSTET 2023 Exam: ଓଡଶା ସେକେଣ୍ତାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସିଟିଇଟି-୨୦୨୩) ) (OSSTET 2023 Exam) ଜାନୁଆରୀ ୧୯ରେ ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତାକାଲିଠୁ ଫର୍ମ ପିଲପ୍ ପକ୍ରିୟା ଆରମ୍ଭ ହେବ।
6-Dev Deepawali 2023:: ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି। ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ମଧ୍ୟ କରିଥାନ୍ତି । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି । ଆଜି ଅର୍ଥାତ ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସଂନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେଇଥାନ୍ତି ।
7-Weather Update: ବଦଳୁଛି ରାଜ୍ୟର ପାଣିପାଗ। ଓଡି଼ଶାରେ ଲାଗି ରହିଥିବା କୋହଲା ପାଗ ଛାଡି ଛାଡି଼ଯାଇଛି। ମାର୍ଗଶିର ମାସରେ ମଧ୍ୟ ଶୀତ (Winter) ଅନୁଭୂତ ହେଉନି। ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରାରେ (Temperature) ପରିବର୍ତ୍ତନ ହୋଇଛି । ରାତିର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି।
8-IT Raid : ବହୁ ଚର୍ଚ୍ଚିତ ବଲାଙ୍ଗିର ସୁଦପଡା ଆଇଟି ରେଡ୍ ଘଟଣାରେ ଆଜି ଟଙ୍କା ଗଣା ଶେଷ ହୋଇଛି । ଏସବିଆଇ ମୁଖ୍ୟ ଶାଖାରେ ୫ଦିନର ଲଗାତାର ଗଣତି ପରେ ସମୁଦାୟ ୩୦୫ କୋଟି ଟଙ୍କା ମିଳିଛି । ବ୍ୟାଙ୍କ କର୍ମଚାରୀ ଟଙ୍କା ଗଣି ସାରିବା ପରେ ବ୍ୟାଙ୍କରୁ ବାହାରିଛନ୍ତି । ସମୁଦାୟ ୨୫ଟି ମେସିନରେ ଟଙ୍କା ଗଣନା କାର୍ଯ୍ୟ କରାଯାଉଥିଲା । ୫୦ ଜଣ ବ୍ୟାଙ୍କ କର୍ମଚାରୀ ଏହି ଗଣନା କାର୍ଯ୍ୟରେ ସାମିଲ ଥିଲେ ।
9-Bjp Strike: ଆୟକର ବିଭାଗ ଏତେ ଟଙ୍କା ଜବତ କରିବା ପରେ ବିଜେଡିକୁ ଘେରିଛି ରାଜ୍ୟ ବିଜେପି । ରାଜ୍ୟରେ ମଦ ଦୁନୀତିର ଅଭିଯୋଗ ଆଣି ଆଜି ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି ଦଳ । ରାଜ୍ୟର ସମସ୍ତ ସବଡିଭିଜନ ସମ୍ମୁଖରେ ବିଜେପି ପକ୍ଷରୁ ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ବିକ୍ଷୋଭ କରାଯିବ ।
10- Subramania Bharati :ଆଜି ଭାରତୀୟ ଭାଷା ଦିବସ। ପ୍ରଖ୍ୟାତ ଭାଷାବିତ ଚିନ୍ନାସ୍ୱାମୀ ସୁବ୍ରମଣ୍ୟମ୍ ଭାରତୀଙ୍କ ଜନ୍ମଦିନକୁ ଏହି ବିଶିଷ୍ଟ ଦିନ ଭାବେ ପାଳନ କରାଯାଉଛି। ସାରା ଦେଶରେ ସେପ୍ଟେମ୍ବର ୨୮ ତାରିଖରୁ ଆଞ୍ଚଳିକ ଭାଷାର ବିକାଶ ତଥା ଟେକ୍ନାଲୋଜି ମାଧ୍ୟମରେ ଭାଷା ଶିକ୍ଷାକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଏକ ଉତ୍ସବ ଆୟୋଜନ କରାଯାଇଛି। ଏହା ଆଜି ଉଦ୍ଯାପନୀ ହେବ। ।