• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Published: Apr 14, 2024, 08:06 AM IST|Updated: Apr 14, 2024, 08:06 AM IST
joinshare
 Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Trending

  • News
  • Photos
  • Videos
Gold Rate Today: ଗ୍ରାହକଙ୍କୁ ଝଟକା! ବଢିଲା ସୁନା ରେଟ୍

Gold Rate Today: ଗ୍ରାହକଙ୍କୁ ଝଟକା! ବଢିଲା ସୁନା ରେଟ୍

Gold rate today38 min ago
2

Petrol Diesel Price Today: ଗ୍ରାହକଙ୍କ ପାଇଁ ବଡ଼ ଖବର! ହ୍ରାସ ହେଲା ତେଲ ରେଟ୍

petrol diesel price today1 hr ago
3

Ahmedabad Plane Crash 1 Year:ଅହମ୍ମଦାବାଦ ପ୍ଲେନ୍ କ୍ରାସକୁ ପୂରିଲା ବର୍ଷେ,ସେଦିନର କଥା ମନେ ପ

Ahmedabad Plane Crash 1 Year1 hr ago
4

Top 10 News Today: ଆଜି ଓଡ଼ିଶାରେ ବିଜେପି ସରକାରକୁ ପୂରିଲା ୨ ବର୍ଷ ,ଆଜିଠୁ ମହିଳା ଟି-୨୦ ବିଶ୍

top 10 news today2 hrs ago
5

Neet Exam 2026: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ,ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା

Neet Exam 20263 hrs ago

HL1-Pana Sankranti 2024: ଆଜି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଇଥାଏ । ଆଜିଠାରୁ ନୂତନ ଓଡ଼ିଆ ପାଞ୍ଜି ମଧ୍ୟ ଆରମ୍ଭ ହୋଇଥାଏ । ପୃଥିବୀର କ୍ରାନ୍ତ ପଥକୁ ୧୨ ଭାଗ, ୧୨ ମାସ ଓ ୧୨ଟି ରାଶିରେ ବିଭକ୍ତ କରାଯାଇଛି । ତେଣୁ ରାଶି ଚକ୍ରର ପ୍ରଥମ ରାଶି ମେଷ ହୋଇଥିବାରୁ ମେଷ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଇଥାଏ । ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ। ସେହିଭଳି ଜ୍ୟୋତିଷ ଗଣନା ଅନୁଯାୟୀ, ଏହି ଦିନକୁ ମେଷ ସଂକ୍ରାନ୍ତି ବୋଲି ମଧ୍ଯ କୁହାଯାଏ। । 

HL2-Weather Update: ରାଜ୍ୟକୁ ପୁଣି ଫେରିଛି ତାତି। ଲଗାତର ୪ ଦିନ ଥଣ୍ତା ପାଗ ରହିବା ପରେ ଶନିବାର ଠାରୁ ରାଜ୍ୟରେ ତାତି ସାମାନ୍ୟ ବୃଦ୍ଧି ପାଇଛି।  ୪ ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ରବିବାର ଠାରୁ ରାଜ୍ୟରେ ପାରଦ ୫ ରୁ ଆହୁରି ୪ ରୁ ୬ ଡିଗ୍ରୀ ବଢିବ। ୪ ରୁ ୫ ଦିନ ମଧ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ନେଇ ଆଞ୍ଚଳିକ ପଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। ଶନିବାର ପାରଳାଖେମୁଣ୍ତିରେ ସର୍ବାଧିକ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ଚାନ୍ଦବାଲି ୩୮.୬, ଭୁବନେଶ୍ବରରେ ୩୮.୪ ଓ ନୟାଗ଼ଡରେ ପାରଦ ୩୮ ଡିଗ୍ରୀ ରେକର୍ଡ଼ ହୋଇଛି। 

HL3-Y. S. Jagan Mohan Reddy: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଆକ୍ରମଣ। ନିର୍ବାଚନୀ ପ୍ରଚାର ବେଳେ ଆକ୍ରମଣର ଶିକାର ହୋଇଛନ୍ତି ସେ।  ଏଥିରେ ଜଗନମୋହନ ରେଡ୍ଡୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପଛରେ ତେଲଗୁ ଦେଶମ ପାର୍ଟି କର୍ମୀ ସମ୍ପୃକ୍ତ ଥିବା YSRCP ପକ୍ଷରୁ ଅଭିଯୋଗ ହୋଇଛି। ତେବେ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

HL4-Bus Accident: ବରଗଡ଼ ପଦ୍ମପୁର ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ସକାଳୁ ସକାଳୁ ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡିଥିବା ବେଳେ ବସରେ ଥିବା ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

HL5-Road Accident: ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । ଚାହୁଁଚାହୁ ଚାଲିଗଲା ୫ ନିରିହ ଜୀବନ। ଏହି ଦୁର୍ଘଟଣାରେ  ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।  କାରଟି ଭାରାସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଜମ୍ମୁ କାଶ୍ମୀରର ଦୋହା ଜିଲ୍ଲାରେ ଏହି ଦୁର୍ଘଟଣା ଘଟଛି। ପୋଲିସ୍ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଚଳାଇଛି। 

HL6-Paan, Gutkha Banned in Samaleswari Temple from 14th April: ଆଜି ଠାରୁ ସମଲେଇ ମନ୍ଦିରରେ ପାନ ଗୁଟଖା ତଥା ମାଦବ ଦ୍ରବ୍ଯ ବ୍ଯାନ୍ । ଏନେଇ  ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଛି । ଭକ୍ତଙ୍କୁ ପାନ ଗୁଟଖା ଖାଇ କିମ୍ବା ପାନ ଗୁଟଖା ସାଙ୍ଗରେ ଆଣିବା ତଥା ମାଦବ ଦ୍ରବ୍ଯ ସେବନ କରି ଆସିବା ଉପରେ ବାରଣ କରାଯାଇଛି । ଏହା ସହ  ସିକ୍ଯୁରିଟି ସଂସ୍ଥାର ସୁରକ୍ଷା କର୍ମୀ ଶ୍ରଦ୍ଧାଳୁଙ୍କୁ ସଚେତନ କରିବେ। ଏହା ସହ ମାଦକ ଦ୍ରବ୍ଯ ସେବନ କରି ମନ୍ଦିର ପରିସରରେ ଧରାପଡିଲେ ୫୦୦ ଟଂକା ଜରିମାନା କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି। 

HL7-Sydney Bondi Junction Mall: ଅଷ୍ଟ୍ରେଲିଆର ସିଡନୀରୁ ଛୁରାମାଡ଼ର ଏକ ମାମଲା ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଏଠାରେ ଥିବା ଏକ ସପିଂ ସେଣ୍ଟରରେ ଅନେକ ଲୋକଙ୍କୁ ଛୁରାମାଡ଼ କରାଯାଇଛି। ଏହି ଘଟଣାରେ ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ସଂଖ୍ୟା ୨ ଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ଜଣକୁ ଅଷ୍ଟ୍ରେଲୀୟ ପୋଲିସ ଦ୍ୱାରା ଗୁଳି ମାରିଥିଲା। କହିରଖୁଛୁ ଯେ ଶନିବାର ଦିନ ମଧ୍ୟାହ୍ନରେ ଦୋକାନୀମାନଙ୍କ ଓ ଗ୍ରାହକଙ୍କ ସହିତ ଭର୍ତ୍ତି ଥିବାୱେଷ୍ଟଫିଲ୍ଡ ବୋଣ୍ଡି ଜଙ୍କସନ ମଲରେ ଏହି ଘଟଣା ଘଟିଥିଲା। ଛୁରୀ ଆକ୍ରମଣ ପରେ ମଲରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା।

HL8-Iranian Revolutionary Guards Raid: ଶନିବାର ଦିନ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଇସ୍ରାଏଲ ସହ ସମ୍ପର୍କ ରଖିଥିବା ଏକ କଣ୍ଟେନରକୁ ଜବତ କରି ନେଇଛି। କୁହାଯାଉଛି ଯେ ଏହି ଜାହାଜ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ ଭାରତକୁ ଆସୁଥିଲା। ଇରାନର ଏହି ଆକ୍ସନ ଏହି ଅଞ୍ଚଳରେ ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି। ଇରାନ ଜାହାଜକୁ ଜବତ କରିବା ପରେ ଇସ୍ରାଏଲର ସୈନ୍ୟବାହିନୀ ଶନିବାର ଚେତାବନୀ ଦେଇଛନ୍ତି ଯେ ଇରାନକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଇସ୍ରାଏଲର ସାମରିକ ମୁଖପାତ୍ର ଡାନିଏଲ ହାଗରୀ ଏକ ବୟାନରେ କହିଛନ୍ତି ଯେ "ଇରାନ ସ୍ଥିତିକୁ ଆହୁରି ଖରାପ କରୁଛି। ଏଥିପାଇଁ ତାକୁ ପରିଣାମ ଭୋଗିବାକୁ ହେବ।" ଇରାନର ପାରାମିଲିଟାରୀ ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡୋମାନେ ହର୍ମୁଜ୍ ଷ୍ଟ୍ରେଟ୍ ନିକଟରେ ଏକ ମାଲବାହୀ ଜାହାଜ ଉପରେ ଆକ୍ରମଣ କରି ଶନିବାର ଦିନ ଏହାକୁ ଜବତ କରି ନେଇଛନ୍ତି।

HL9-Megha Engineering Corruption Case: ୩୧୫ କୋଟି ଟଙ୍କା NISP ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗରେ ଇସ୍ପାତ ମନ୍ତ୍ରଣାଳୟ ଓ ମେଗା ଇଞ୍ଜିନିୟରିଂ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡର ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଶନିବାର ଦିନ ଏହି ସୂଚନା ଦେଇଛି। ୩୧୫ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଦୁର୍ନୀତି ଅଭିଯୋଗରେ ଇସ୍ପାତ ମନ୍ତ୍ରଣାଳୟର NMDC ଆଇରନ୍ ଆଣ୍ଡ ଷ୍ଟିଲ୍ ପ୍ଲାଣ୍ଟର ଆଠଜଣ ଅଧିକାରୀଙ୍କ ସହ ମେଗା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ବିରୋଧରେ ଏକ ମାମଲା ରୁଜୁ କରିଛି ବୋଲି ତଦନ୍ତକାରୀ ସଂସ୍ଥା କହିଛି।

HL10-IPL 2024: ଆଜି ଆଇପିଏଲ୍ ରେ ଖେଳାଯିବ ୨ଟି ହାଇହୋଲଟେଜ୍ ମ୍ୟାଚ୍ । ପ୍ରଥମ ମ୍ୟାଚରେ କେକେଆର୍ (KKR) ଓ ଲକ୍ଷ୍ନୌ ସୁପର ଜାଣ୍ଟ (Lucknow Super Giants) ମୁହାଁମୁହିଁ ହେବେ। ସେହିପରି ଦ୍ବିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ତିଆନ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗସ୍।   

 

Add Zee News as a Preferred Source
TAGS:
top 10 news today
Top 10 News Headlines
morning news
Latest News
Latest Morning Top Headlines
Odia News