Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2166900

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: 

1. ପ୍ରଥମ ପର୍ଯ୍ୟାୟ ଭୋଟ୍‍ ଗ୍ରହଣ ଲାଗି ନାମାଙ୍କନ ଆରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପରେ ୧୦୨ ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟ ହେବ। ଏଥିରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ। ନାମାଙ୍କନ ଦାଖଲ ଶେଷ ତାରିଖ ମାର୍ଚ୍ଚ ୨୭ ତାରିଖ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଏପ୍ରିଲ୍‍ ୧୯ ତାରିଖରେ ଅନୁଷ୍ଠିତ ହେବ। 

2. ଓଡ଼ିଶାରେ ମେଣ୍ଟକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଉଭୟ ଦଳ ନେତା ଏକ ଟିଭି ଚ୍ୟାନେଲ୍‍ର ସମ୍ମିଳନୀରେ ଯୋଗ ଦେଇ ଏ ବିଷୟରେ ଅସ୍ପଷ୍ଟ ବୟାନ ରଖିବାରୁ ମେଣ୍ଟ ପ୍ରସଙ୍ଗରେ ଅନ୍ତ ପଡ଼ିପାରୁ ନାହିଁ। ଅପରପକ୍ଷେ ନିର୍ବାଚନ ପାଖେଇ ଆସୁଥିବାରୁ କିଏ ପ୍ରାର୍ଥୀ ହେବ ଏବଂ କେଉଁ ନିର୍ବାଚନ ମଣ୍ଡଳୀର ଅବସ୍ଥା କ’ଣ ହେବ ତାହାକୁ ନେଇ ଅନିଶ୍ଚିତତା ବଢ଼ୁଛି। 

3. ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତି ମୁହୂର୍ତ୍ତର ଆହ୍ୱାନକୁ ମୁକାବିଲା କରିବା ଦିଗରେ ଅଗ୍ରସର ହୋଇଛନ୍ତି। ମେଣ୍ଟ ଅନିଶ୍ଚିତତା ଭିତରେ ଥିଲେ ମଧ୍ୟ ଗୋଟିଏ ପରେ ଗୋଟିଏ ନିର୍ବାଚନ ମଣ୍ଡଳୀର ସମୀକ୍ଷା କରି କର୍ତମୀ ଓ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନିର୍ବାଚନ ମଣ୍ଡଳୀ ସଜାଡ଼ିବାକୁ ପରାମର୍ଶ ଦେଇଛନ୍ତି। ବୁଧବାରଦିନ କୋରାପୁଟ ଓ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା କରାଯାଇଛି। ଏଥିରେ ୧୪ଟି ବିଧାନସଭା ଆସନର ସମ୍ଭାବନା ଓ ଆଶଙ୍କାକୁ ନେଇ ତର୍ଜମା ହୋଇଥିଲା।   ପୂର୍ବରୁ ସୋମବାରଦିନ ପୁରୀ ଓ କେନ୍ଦ୍ରାପଡ଼ା ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ସମୀକ୍ଷା ହୋଇଥିଲା। 

4.- ରାଜ୍ୟ ରାଜନୀତିରେ ଅନିଶ୍ଚିତତା ଚାଲିଥିବାବେଳେ ବିଜେଡିରେ ଯୋଗ ଦେଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ। ଖଡ଼ିଆଳ ବିଧାନସଭା ଆସନରୁ ସେ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକଟରେ ବିଜୟ ହୋଇଛନ୍ତି। ହଠାତ୍‍ ପାର୍ଟି ଛାଡ଼ି ସେ ବିଜେଡିରେ ଯୋଗ ଦେବା ଚର୍ଚ୍ଚା ସୃଷ୍ଟି କରିଛି। ସେହିପରି ଟିକଟ ନପାଇବା ଆଶାରେ ଅନେକ ବିଜେଡି ବିଧାୟକ ମଧ୍ୟ ଦଳ ବଦଳାଇବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।  

5. ମାର୍ଚ୍ଚ ମାସରେ ଯେଉଁ ଭୁବନେଶ୍ୱର ଡହ ଡହ ତାତି ଅନୁଭବ କରେ ଏବେ ଗଲା ତିନିଦିନ ହେଲା ବର୍ଷା ଓ ଶୀତ ଅନୁଭବ କରୁଛି। କାଳ ବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ଆକାଶ ମେଘାଚ୍ଛନ୍ନ ରହିବାରୁ ତାପମାତ୍ରା ୧୭ ତଳକୁ ଖସିଛି। ଗତ ୭୧ ବର୍ଷ ଭିତରେ ମାର୍ଚ୍ଚ ମାସର ତାପମାତ୍ରାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଆଜିଠାରୁ ପରିସ୍ଥିତିରେ ପରିବର୍ତ୍ତନ ଆସି ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

6. ଖୋର୍ଦ୍ଧା ବ୍ଲକ ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର ଭିଜିଲ୍ଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ସେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା। ଏହାପରେ ତାଙ୍କ ଭଡ଼ା ଘର ଏବଂ ଶ୍ୱଶୂର ଘର ଚଢ଼ଉ କରିଥିଲେ ଭିଜିଲାନ୍ସ। ଅଫିସରୁ ୧ଲକ୍ଷ ୭୪ ହଜାର ଟଙ୍କା ନଗଦ ଜବତ ମଧ୍ୟ କରିଥିବା ଜଣାପଡ଼ିଛି। 

7. ଇଶା ଫାଉଣ୍ଡେସନ୍‍ର ମୁଖ୍ୟ ତଥା ସଦ୍‍ଗୁରୁ ଭାବେ ପରିଚିତ ଜାଗି ବସୁଦେବ ଅସୁଦସ୍ଥ ରହିଛନ୍ତି। ତାଙ୍କ ମସ୍ତିଷ୍କରେ ଏକ ଜରୁରୀ ଅସ୍ତ୍ରୋପଚାର କରାଯାଇଛି। ସେ ସୁସ୍ଥ ହେଉଥିବା ଇଶା ଫାଉଣ୍ଡସନ୍‍ ପକ୍ଷରୁ କୁହାଯାଇଛି। 

8. ମାର୍ଚ୍ଚ ୩୧ ତାରିଖରେ ବ୍ୟାଙ୍କ ଖୋଲା ରହିବ। ଏହିଦିନ ରବିବାର ହୋଇଥିଲେ ମଧ୍ୟ ସବୁ ବ୍ୟାଙ୍କ ଖୋଲା ରଖିବାକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଜାରି କରିଛନ୍ତି। ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ଆର୍ଥିକ ବର୍ଷର ସମସ୍ତ ବଳକା କାର୍ଯ୍ୟ ସେଦିନ ଶେଷ କରିବାକୁ କୁହାଯାଇଛି। ଏହାଛଡ଼ା ଏହିଦିନ ଆୟକର ଦାଖଲ ଶେଷ ତାରିଖ ହୋଇଥିବାରୁ ବ୍ୟାଙ୍କ ଖୋଲା ରହିବା ଜରୁରୀ ବୋଲି କୁହାଯାଇଛି। 

9. ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ( ଏନ୍‍ଆରଇଜିଏସ୍‍) ଅନୁସାରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି ପାଇବ। ଏହା ଏପଅିଲ୍‍ ୧ ତାରିଖରୁ ଲାଗୁ ହେବ। ଖୁବ୍‍ ଶୀଘ ଏ ବାବଦରେ ଗ୍ରାମୀଣ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିବ। ଏ ନେଇ ନିର୍ବାଚନ ଆୟୁକ୍ତ ସବୁଜ ସଙ୍କେତ ଦେଇଛନ୍ତି। ଯେହେତୁ ନିର୍ବାଚନ ଆଚରଣ ବିଧି ଗଲା ୧୬ ତାରିଖରୁ ଲାଗୁ ହୋଇଛି, ତାହାକୁ ଦୃଷ୍ଟିରେ ରଖି ସରକାର ଏ ବାବଦରେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। 

10. ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ୟାନେଲ୍‍ରେ ସୁପ୍ରିମ୍‍କୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କୁ ନ ନିଆଯିବା ପ୍ରସଙ୍ଗରେ ସୁପ୍ରିମ୍‍କୋର୍ଟ ବିଜଚାର କରିଛନ୍ତି। ବିଚାର ବିଭାଗୀୟ ସଦସ୍ୟ ରହିଲେ ପ୍ୟାନେଲ୍‍ ନିରପେକ୍ଷ ହେବ ବୋଲି ଯୁକ୍ତିକୁ ସେ ଖଣ୍ଡନ କରିବା ସହ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି।

Also Read- Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା

Also Read- Gold Silver Price: ସୁନା ଓ ରୂପା ହେଲା ପରିବର୍ତ୍ତନ, ଜାଣନ୍ତୁ ଆଜିର ଦର