Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1-Holi 2024: ଆଜି ରଙ୍ଗର ପର୍ବ ହୋଲି । ଏନେଇ ଉତ୍ସବ ମୁଖର ହୋଇପଡିଛି ଗାଁଠୁ ସହର। ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। କିଏ ନିଜ ପରିବାର ଓ ପ୍ରିୟଜନ ସହ ହୋଲି ସେଲିବ୍ରେସନ୍ ଆରମ୍ଭ କରୁଛି ତ ଆଉ କିଏ ନିଜ ସାଙ୍ଗମାନଙ୍କ ସହ ପିଚକାରିରେ ରଙ୍ଗ ଖେଳୁଛି। କେବଳ ସେତିକି ନୁହେଁ,  ବିଭିନ୍ନ ସ୍ଥାନରେ ଭୋଜି ଭାତର ଆୟୋଜନ ବି ଆରମ୍ଭ ହୋଇଥିବା ବେଳେନାଚ ଗୀତର ଆସର ବି ଜମିବାକୁ ଲାଗିଲାଣି। ସେପଟେ, ଏହି ରଙ୍ଗର ପର୍ବ ହୋଲିକୁ ଶାନ୍ତି ଶୃଙ୍ଖଳାର ପାଳନ କରିବା ପାଇଁ କମିଶନରେଟ ପୋଲିସ ଟୁଇନସିଟି ବାସୀଙ୍କୁ ନିବେଦନ କରିଛି। ଶାନ୍ତି ଶୃଙ୍ଖଳାରେ ହୋଲି ପାଳନ ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 

H2-Weather Update: ରାଜ୍ୟରେ ଆଜିଠୁ ବଦଳିବ ପାଣିପାଗ। ଗତ କିଛି ଦିନ ହେବ ରାଜ୍ୟରେ କାଳବୈଶାଖି ଲାଗି ରହିଥିବାରୁ ତାତି ସାମାନ୍ୟ କମିଛି। ପାଣିପାଗ କେନ୍ଦ୍ରର ତାଜା ସୂଚନା ମୁତାବକ ଆଜି ସାତୋଟି ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ଓ ଘଡ଼ଘଡି  ହେବାର ମଧ୍ୟ ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା, କେନ୍ଦୁଝର, ସୁନ୍ଦରଗଡ଼ ,ଝାରସୁଗୁଡ଼ା ,ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୂରଭଞ୍ଜ। କିନ୍ତୁ ରାଜ୍ୟର ବାକି ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବା ସହ ତାତି ଅନୁଭୁତ ହେବ।  

H3-Kharabela Swain: ରବିବାର ଦିନ ବିଜେପି  ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ଦଳ । ଓଡ଼ିଶାର ୧୮ ସଂସଦୀୟ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ କଟକ, ଯାଜପୁର ଓ କନ୍ଧମାଳ ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇନାହିଁ। ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ପୁରୀରୁ ସମ୍ବିତ ପାତ୍ର, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ ପ୍ରାର୍ଥୀ ହୋଇଛି। ବାଲେଶ୍ୱରରୁ  ଖାରବେଳ ସ୍ବାଇଁ ଆଶାୟୀ ଥିବା ବେଳେ ପ୍ରତାପ ଷଡ଼ଙ୍ଗୀଙ୍କୁ ଟିକେଟ ମିଳିବା ଘଟଣାକୁ ସେ ସହଜେ ଗ୍ରହଣ କରିପାରୁନାହାନ୍ତି। ସେପଟେ, ଏନେଇ ପ୍ରତିକ୍ରିୟା ରଖିଛନ୍ତି ଖାରବେଳ ସ୍ବାଇଁ। ସେ କହିଛନ୍ତି  ସ୍ବାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱରରୁ ଲଢ଼ିବେ । 

H4-Purnachandra Sethi Join BJP: ମାର୍ଚ୍ଚ ୨୫ ତାରିଖ ସୋମବାର ଦଳ ଛାଡ଼ିଥିବା ପୂର୍ବତନ ବିଜେଡ଼ି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଜେପି ହାତ ଧରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପି ସଭାପତି ମନମୋହନ ସାମଲ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ତାଙ୍କ ସମର୍ଥକଙ୍କୁ ଦଳୀୟ ଉତ୍ତରୀୟ ଏବଂ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ଗତ ୨୦୦୯ ଏବଂ ୨୦୧୪ ବିଧାନସଭା ନିର୍ବାଚନରେ ଖଲ୍ଲିକୋଟ ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର ସେଠୀ। ହେଲେ ତାଙ୍କୁ ଗତ ୨୦୧୯ ବିଧାନସଭା ନିର୍ବାଚନରେ ଟିକେଟ୍ ଦେଇନଥିଲା ବିଜେଡ଼ି। 

H5-Telangana Phone Tapping Case: ୨୦୨୪ ନିର୍ବାଚନ ପୂର୍ବରୁ ଫୋନ୍-ଟ୍ୟାପିଂ ମାମଲାକୁ ନେଇ ସଗଗରମ ହୋଇଉଠିଛି ତେଲେଙ୍ଗାନା ରାଜନୀତି। ଫୋନ୍ ଟ୍ୟାପିଂ ମାମଲାରେ ତେଲେଙ୍ଗାନା ଗୁଇନ୍ଦା ବ୍ୟୁରୋ ପୂର୍ବତନ ମୁଖ୍ୟ ଟି.ପ୍ରଭାକର ରାଓ ପ୍ରଥମ ଅଭିଯୁକ୍ତ ବୋଲି ଜଣାପଡ଼ିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ବିଆରଏସ ସରକାର ସମୟରେ ବିରୋଧି ଦଳର ନେତାଙ୍କ ଫୋନ ବେଆଇନ ଭାବେ ଟ୍ୟାପିଂ କରି ସଂଗୃହିତ ହୋଇଥିବା ଇଲେକ୍ଟ୍ରୋନିକ୍ ତଥ୍ୟ ପୁନର୍ବାର ସଂଗ୍ରହ କରାଯାଇଥିଲା। ଫୋନ୍ ଟ୍ୟାପିଂ ମାମଲାରେ ତେଲେଙ୍ଗାନା ଗୁଇନ୍ଦା ବ୍ୟୁରୋ ପୂର୍ବତନ ମୁଖ୍ୟ ଟି.ପ୍ରଭାକର ରାଓ ଏବେ ଆମେରିକାରେ ରହିଥିବାର ଜଣାପଡ଼ିଛି। ତାଙ୍କ ନାମରେ ଏକ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି। ଫୋନ୍-ଟ୍ୟାପିଂ ମାମଲାରେ ୩ ଅତିରିକ୍ତ ଏସପି ଭୁଜାଙ୍ଗା ରାଓ ଏବଂ ଥିରୁପାଥାନା ଏବଂ ଡେପୁଟି ଏସପି ପ୍ରଣୀତ ରାଓଙ୍କୁ ଗିରଫ କରାଯାଇଛି।

HL6-Election 2024 in Odisha: ରାଜ୍ୟରେ ନୂଆ ଭୋଟର ତଥା ଛାତ୍ରମାନଙ୍କ ଭୋଟ୍‍କୁ ଅକ୍ତିଆର କରିବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ନେବ ବିଜେଡି। ଦଳର ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଷଷ୍ଠ ଥର ପାଇଁ ସରକାରକୁ ଆସିଲେ ବିଜେଡି କେଉଁ ପଦକ୍ଷେପ ସ୍ୱତନ୍ତ୍ର ଭାବେ ଗ୍ରହଣ କରିବା ସେଥିନେଇ ଇସ୍ତାହାରରେ ଉଲ୍ଲେଖ କରିବ। ଏଥିଲାଗି ପ୍ରସ୍ତାବ ଦେବାକୁ ଛାତ୍ର ବିଜେଡି ସଭାପତିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ଦଳୀୟ ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି ଛାତ୍ର ସଙ୍ଗଠନ ବିଭିନ୍ନ ଜିଲ୍ଲାରେ ଛାତ୍ର ପ୍ରତିନିଧିଙ୍କ ଠାରୁ ମତାମତ ସଂଗ୍ରହ କରିବ। ସେମାନେ ନବୀନ ସରକାରଙ୍କ ଠାରୁ କ'ଣ ଆଶା ରଖିଛନ୍ତି ତାହା ଉଲ୍ଲେଖ କରିବେ। ତାହାକୁ ତର୍ଜମା କରି ଛାତ୍ର ବିଜେଡି ୫ଟି ଅଧ୍ୟକ୍ଷଙ୍କୁ ପ୍ରସ୍ତାବ ଜଣାଇବ। ଏହାକୁ ଭିତ୍ତିକରି ବିଜେଡି ନିଜ ଇସ୍ତାହାରରେ ତାହା ପ୍ରକାଶ କରିବ ବୋଲି ବିଜେଡି ଛାତ୍ର ସଙ୍ଗଠନ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି।

HL7-Kakatpur Mangala: ଆଜି ଚୈତ୍ର ମାସ ପ୍ରଥମ ମଙ୍ଗଳବାର। ଏନେଇ ଚଳଚଞ୍ଚଳ ମାଆଙ୍କ ପୀଠ।  କାକଟପୁର ମାଆ ମଙ୍ଗଳା ପୀଠରେ ଭକ୍ତଙ୍କ ଭିଡ଼ ଲାଗିଛି। ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ପୀଠରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ ଯଜ୍ଞ। 

HL8-Odisha Accident: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ଘର ସାମ୍ନା ରାସ୍ତା ପାଖରେ ବସି ଥିବା ବେଳେ ଓଲଟିଲା ପଡୋଶୀଙ୍କ ମାଟି କାନ୍ଥ, ମାଟି ଭିତରେ ଚାପି ହୋଇ ଘଟଣା ସ୍ଥଳରେ ପୁଅର ମୃତ୍ଯୁ ହୋଇଥିବା ବେଳେ ବାପାଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି। ସେପଟେ ମାଆକୁ ଗୁରୁତର ଅବସ୍ଥାରେ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏପରି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପଶ୍ଚିମବାର୍ଡ ଗ୍ରାମରେ। ସୂଚନା ଅନୁଯାୟୀ ପଶ୍ଟିମବାର୍ଡ ଗ୍ରାମର ଶେଖ ସମିରୁଦ୍ଦିନ, ତାଙ୍କ ସ୍ତ୍ରୀ ଅସିମା ବିବି ଏବଂ ତାଙ୍କ ପୂଅ ଶେଖ ଆରିଫ ଘର ପାଖ ରାସ୍ତା କଡ଼ରେ ବସିଥିବା ବେଳେ ତାଙ୍କ ପଡୋଶୀ ଘରର ଏକ ମାଟି କାନ୍ଥ ହଠାତ ସେମାନକଂ ଉପରେ ଓଲଟି ପଡିଥିଲା, ଯାହା ଫଳରେ ତିନି ଜଣ ଯାକ ମାଟି ଭିତରେ ଚାପି ହୋଇ ରହି ଯାଇଥିଲେ, ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡି ଆସି ସମସ୍ତୁଙ୍କୁ ମାଟି ଭିତରୁ ଉଦ୍ଧାର କରିଥିଲେ, ଘଟଣା ସ୍ଥଳରେ ପୁଅ ଶେଖ ଆରିଫଙ୍କ ମୃତ୍ଯୁ ହୋଇଥିବା ବେଳେ ବାପା ଏବଂ ମାଆଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।

HL9- boycott chinese products in india: ଏଥର ହୋଲି ସ୍ୱଦେଶୀ ବ୍ୟବସାୟୀଙ୍କ ପକେଟ ଗରମ କରିଥିବା ବେଳେ ଚୀନ୍ ଲାଗି ଜବରଦସ୍ତ ଝଟକା ସଦୃଶ୍ୟ ହୋଇଛି। ହୋଲି ଅବସରରେ ସମଗ୍ର ଦେଶରେ ପ୍ରାୟ ୫୦ ହଜାର କୋଟି ଟଙ୍କାର କାରବାର ହେବାର ସୁଯୋଗ ସୃଷ୍ଟି ହେବାର ଆଶା କରାଯାଉଥିବା ବେଳେ ଲୋକେ ଏଥର ଚୀନୀ ଉତ୍ପାଦ ବହିଷ୍କାର କରିଛନ୍ତି। ଏଥର ହୋଲି ଅବସରରରେ "ଲୋକାଲ୍ ଫର ଭୋକାଲ୍" ପ୍ରାଧାନ୍ୟ ବିସ୍ତାର କରିଥିଲା। ଚୀନ ନିର୍ମିତ ସାମଗ୍ରୀ ବଜାରରୁ ସମ୍ପୂର୍ଣ୍ଣ ନିଖୋଜ ହୋଇ ଯାଇଥିବାର ଦେଖାଯାଇଥିଲା। ଚୀନ ନିର୍ମିତ ରଙ୍ଗ, ଅବିର, ପିଚକରୀ ଭଳି ଉତ୍ପାଦ ବଜରରୁ ଏକ ପ୍ରକାର ନିଖୋଜ ହୋଇଯାଇଥିଲା। ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦରେ ଲୋକେ ବହୁତ ଟଙ୍କା ଖର୍ଚ୍ଚ କରିଥିଲେ।

H10-IPL 2024: ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହୋଇଛି ଆଇପିଏଲ୍ ମ୍ୟାଚ୍। ଆଇପିଏଲର ଗତକାଲି ମୁହାଁମୁହିଁ ହୋଇଥିଲେ  ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଟି ଖେଳା ଯାଇଥିଲା। ପଞ୍ଜାବ କିଙ୍ଗସକୁ ୪ୱିକେଟରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ବିରାଟ କୋହଲିଙ୍କ ଦମଦାର ଅର୍ଧଶତକ ସାଙ୍ଗକୁ ଦିନେଶ କାର୍ତ୍ତିକଙ୍କ ଲଢୁଆ ବ୍ୟାଟିଂ ବଳରେ ୬ ୱିକେଟ ବିନିମୟରେ ବିଜୟ ହାସଲ କରିନେଇଛି ବେଙ୍ଗାଲୁରୁ ।