Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1-Billionaires List: ଭାରତରେ ଦ୍ରୁତଗତିରେ ଅରବପତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ବର୍ଷରେ ଏ ଦେଶରେ ୯୪ଜଣ ନୂଆ ଅରବପତି ସୃଷ୍ଟି ହୋଇଛନ୍ତି। ଭାରତର ରୂପାନ୍ତରଣ ତଥା ନୂଆ ଅର୍ଥନୀତି ଓ ରାଜନୀତିକ ବ୍ୟବସ୍ଥା ଏଥିଲାଗି ସହାୟକ ହେଉଛି। ଆମେରିକାକୁ ଛାଡ଼ିଦେଲେ ବିଶ୍ୱର କୌଣସି ରାଷ୍ଟ୍ର ଏହି ଅରବପତିଙ୍କ ସଂଖ୍ୟା ବୃଦ୍ଧିରେ ଭାରତ ସହ ସମକକ୍ଷ ନୁହଁନ୍ତି। ୨୦୨୪ ହୁରନ୍‍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଏବେ ଭାରତରେ ସମୁଦାୟ ୨୭୧ ଜଣ ଅରବପତି ରହିଛନ୍ତି। ଏ ସମସ୍ତ ଅରବପତିଙ୍କ ସମ୍ପତ୍ତିକୁ ଯଦି ଏକାଠି କରାଯାଏ ତେବେ ତାହା ୧ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଯାହା ସମୁଦାୟ ସମ୍ପତ୍ତିର ୭ ପ୍ରତିଶତ ବୋଲି ଇଣ୍ଡିଆନ୍‍ ଏକ୍ସପ୍ରେସ ଏକ ରିପୋର୍ଟରେ ଦର୍ଶାଇଛି। ଯେଉଁ ବ୍ୟବସାୟ ଅର୍ଥ ଠୁଳ କରିବାରେ ଠିକ ସାବ୍ୟସ୍ତ ହୋଇଛନ୍ତି ସେ ଭିତରେ ରହିଛି ଫାର୍ମାସ୍ୟୁଟିକାଲ ଶିଳ୍ପ, ଅଟୋ ମୋବାଇଲ୍‍ ଓ ଗାଡ଼ିର ବିଭିନ୍ନ ଅଂଶ ତିଆରି କରୁଥିବା ଶିଳ୍ପ ଏବଂ ତରସାୟନ ଶିଳ୍ପ।  ଭାରତରେ ଫାର୍ମାସ୍ୟୁଟିକାଲ ଶିଳ୍ପରୁ ୩୯ ଜଣ ଅରବପତି ଥିବା ବେଳେ ଏହି ତାଲିକାରେ ଅଟୋମୋବାଇଲ ଶିଳ୍ପରୁ ୨୭ଜଣ ଏବଂ ରସାୟନ ଶିଳ୍ପରୁ ୨୪ଜଣ ଅରବପତି ରହିଛନ୍ତି। 

H2-Congress: ଭାରତୀୟ ଜାତୀୟ କଂଗ୍ରେସର ୧୩୫ କୋଟି ଟଙ୍କା ଗାଏବ ହୋଇଛି। ଦଳର ହିସାବ ବିହୀନ ୫୨୩ କୋଟି ୮୭ ଲକ୍ଷ ଟଙ୍କାର ଆୟକର ବାବଦକୁ ଆୟକର ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଦଳର କାର୍ଯ୍ୟାଳୟରେ ହୋଇଥିବା ଚଢ଼ାଉ ପରେ ଏହି ହିସାବ ବିହୀନ ଅର୍ଥ ଠାବ କରାଯାଇଥିଲା, ଯାହାର କୌଣସି ଠିକଣା ହିସାବ ଦେବାରେ ଦଳ ବିଫଳ ହୋଇଥିବା ଜଣାପଡ଼ିଛି। 

H3-Sura Routray's Son Manmath Routray Join bjd today: ବରିଷ୍ଠ କଂଗ୍ରେସ୍ ନେତା ସୁର ରାଉତରାୟଙ୍କ ସାନ ପୁଅ କ୍ୟାପଟେନ୍ ମନ୍ମଥ ରାଉତରାୟ । କ୍ୟାପଟେନ୍ ମନ୍ମଥ ରାଉତରାୟ ଆଜି ବିଜେଡି଼ରେ ସାମିଲ୍ ହେବେ। ଦୀର୍ଘ ଦିନ ଧରି ମନ୍ମଥ କେଉଁ ଦଳରେ ଯୋଗ ଦେବେ । ଏନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷରେ ସେ ବିଜେଡିରେ ବିଧିବଧ ଭାବେ ସାମିଲ ହେବେ। 

H4-Weather Update: ରାଜ୍ୟରେ ଆଜିଠୁ ବଦଳିବ ପାଣିପାଗ। ଗତ କିଛି ଦିନ ହେବ ରାଜ୍ୟରେ କାଳବୈଶାଖି ଜନିତ ବର୍ଷା କାରଣରୁ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଛି।  କିଛି ସ୍ଥାନରେ ଆଜିବି କାଳ ବୈଶାଖି ସମ୍ଭାବନା ରହିଥିବା ବେଳେ ଆଉ କିଛି ସ୍ଥାନରେ ପାଗ ଶୁଖିଲା ରହିବା ସହ ଆସନ୍ତାକାଲି ଠାରୁ  ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ସହ ପାରଦ ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି । ଆସନ୍ତା ୩୦ ତାରିଖ ପର ଠୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାକୁ ଯାଉଛି । ବିଶେଷ କରି ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର,ମୟୂରଭଞ୍ଜ,କେନ୍ଦୁଝର,ସୁନ୍ଦରଗଡ଼  ଓ ଝାରସୁଗୁଡ଼ାରେ ହାଲୁକା ବର୍ଷା ସମ୍ଭାବନା ରହିଛି।

H5-Banaka Lagi Ritual: ଆଜି ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥି ।  ଏ ଅବସରରେ ଶ୍ରୀ ବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,  ଆଜି (ବୁଧବାର) ଦ୍ବୀତିୟ ଭୋଗ ମଣ୍ତପ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ  ସାଧାରଣ ଦର୍ଶନ ବନ୍ଦ ରହିବ।  ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ (Lord Jagannath) ଶ୍ରୀମୁଖ ଶୃଙ୍ଖାର କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ( Puri Shree Jagannatha Temple Administration)ପକ୍ଷରୁ ସୂଚନା ଦିଆଯାଇଛି। 

H6-Election 2024: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ସପ୍ତମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଛତିଶଗଡ ପାଇଁ ୪ଜଣ ଏବଂ ତାମିଲନାଡୁ ପାଇଁ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଛତିଶଗଡର ସୁରଗୁଜା (ST)ରୁ ଶଶି ସିଂ, ରାୟଗଡ଼ (ST) ରୁ ଡ. ମେନ୍ ଦେବୀ ସିଂ, ବିଲାସପୁରରୁ ଦେବେନ୍ଦ୍ର ସିଂ ଯାଦବ ଏବଂ କାଙ୍କେର (ST)ରୁ ବିରେଶ ଠାକୁରଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ତାମିଲନାଡୁର ମାୟିଲାଦୁଥୁରାଇ ଆସନରୁ ଆର ସୁଧାଙ୍କୁ ପ୍ରାର୍ଥୀ କରାଯାଇଛି ।

H7-Arvind Kejriwal: ନୂଆଦିଲ୍ଲୀ: ଇଡି ହେପାଜତରେ ଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ଆଦେଶ ଜାରି ନକରିବାକୁ କୋର୍ଟଙ୍କୁ ଅନୁରୋଧ କରି ଦିଲ୍ଲୀ ହାଇକୋର୍ଟରେ ଏକ ପିଏଲ ଦାଖଲ କରାଯାଇଛି। ଏହା ବ୍ୟତୀତ, ପିଆଇଏଲରେ ଟାଇପିଷ୍ଟ, କମ୍ପ୍ୟୁଟର ପ୍ରିଣ୍ଟର୍ ଇତ୍ୟାଦି ପ୍ରଦାନ ନକରିବାକୁ ଏକ ଅନୁରୋଧ କରାଯାଇଛି। ଅଭିଯୋଗକାରୀ ପଞ୍ଜୀକୃତ ହେବା, ଅରବିନ୍ଦ କେଜ୍ରିୱାଲଙ୍କୁ ପୋଲିସ୍ ହେପାଜତରେ ଜାରି କରାଯାଇଥିବା ନିର୍ଦ୍ଦେଶ କିପରି ଦିଲ୍ଲୀ ମନ୍ତ୍ରୀ ଆତିଶିଙ୍କ ନିକଟରେ ପହଞ୍ଚିଛି ସେନେଇ ଇଡି ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କୋର୍ଟରେ ଆବେଦନ କରିଛନ୍ତି।

H8-South Actor: ଜଣେ ପ୍ରସିଦ୍ଧ ସାଉଥ ଅଭିନେତାଙ୍କ ନିଧନ ଖବର ସାମ୍ନାକୁ ଆସିଛି। ଯାହାକି ପୁରା ଦକ୍ଷୀଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ବାତାବରଣ ଖେଳାଇ ଦେଇଛି। ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା ଲକ୍ଷ୍ମୀ ନାରାୟଣନ ସେସୁ ପ୍ରାଣ ହରାଇଛନ୍ତି। ଏହି ଖବର ସମସ୍ତଙ୍କୁ ନିରାଶ କରିଛି। ଦକ୍ଷୀଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ କ୍ଷାତିନାମା ଅଭିନେତା ଭାବରେ ବେଶ୍ ଜଣାଶୁଣା ଲକ୍ଷ୍ମୀ ନାରାୟଣନ ସେସୁ ଆଜି ଆଉ ଆମ ଗହଣରେ ନାହାନ୍ତି।ଏହି ଅଭିନେତା ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥା ମୃତ୍ୟୁ ବରଣ କରିଛନ୍ତି। ଆଜି ଆମେ ଜଣେ କଳାକାରଙ୍କୁ ହରାଇଛୁ ଯାହାଙ୍କ ସ୍ଥାନ ପୂରଣ କରିବା ଖୁବ୍ କଷ୍ଟକର।

H9-Raghuram Rajan: ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ନେତୃତ୍ୱରେ ସରକାର ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବାର ଲକ୍ଷ୍ୟ ରଖିଛନ୍ତି। ଭାରତ ଏହି ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହେବ କି ନାହିଁ? ଯେତେବେଳେ ପୂର୍ବତନ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଏ ବିଷୟରେ ପଚରାଗଲା, ସେତେବେଳେ ସେ କହିଥିଲେ ଯେ ଦୃଢ ଅର୍ଥନୈତିକ ଅଭିବୃଦ୍ଧି ନେଇ ଏକ ପ୍ରକାର ପ୍ରଚାର କରାଯିବା ସହ ଭାରତ ଏକ ବଡ ଭୁଲ କରୁଛି।

H10-IPL2024:ଆଇପିଏଲ୍ ୨୦୨୪ ରେ ଅଷ୍ଟମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ପ୍ରଥମ ବିଜୟ ପାଇଁ ଜୋରସୋରରେ ପ୍ରସ୍ତୁତି କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ଦ୍ୱାରା ସନରାଇଜର୍ସ ପରାସ୍ତ ହୋଇଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଦ୍ୱାରା ପରାସ୍ତ ହୋଇଥିଲା। ବର୍ତ୍ତମାନ ଉଭୟ ଦଳ ଏହି ମ୍ୟାଚ୍ ଜିତିବାକୁ ଚାହୁଁଛନ୍ତି।